ଏକାଠି ଉଠିବ ପୁଅ ବୋହୁଙ୍କ କୋକେଇ ! ହଁ ଆଜ୍ଞା କାନ୍ଦ ବୋବାଳିରେ ଘରଟି ଫାଟି ପଡୁଛି । କାନ୍ଦି କାନ୍ଦି ପୁରା ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି । କାରଣ ଘରର ପୁଅ କି ବୋହୁ ଆଉ ନାହାନ୍ତି । ହଁ ଆଜ୍ଞା ଘର ଦୁଆର ମୁହଁରୁ ଆଜି ଯାଏ ବାହା ଚିତା ଲିଭି ନାହିଁ । ହେଲେ ଏପଟେ ସେହି ଘରର ପୁଅ ବୋହୁ ଚିତା ଜଳେଇବା ପାଇଁ ଲୋକେ ବାହାରିଲେଣି । ସୂଚନା ମୁତାବିକ ବର୍ଷେ ତଳେ ଘରର ସାନ ପୁଅ ମନୋଜ ମହାକୁଡଙ୍କର ବିବାହ ସସ୍ମିତା ନାମକ ଯୁବତୀଙ୍କ ସହ ହୋଇଥିଲା ।
ବାହାଘର ପରେ ପରିବାର ବେଶ ହସଖୁସିରେ ପୁଅ ବୋହୁଙ୍କୁ ନେଇ ରହୁଥିଲେ । ମନୋଜ ଲୋକ ପାଇଲଟ ଭାବେ କାମ କରୁଥିଲେ । ମନୋଜଙ୍କ ବିବାହକୁ ବର୍ଷେ ମଧ୍ୟ ପୁରିନଥିଲା । କି ଦାମ୍ପତ୍ୟ ଜୀବନରେ ପିଲାଟି ଏ ମଧ୍ୟ ଗାରକୁ ଆସିନଥିଲା । ହେଲେ ଘରର ସାନ ପୁଅ ଓ ବୋହୁଙ୍କ ଜୀବନରେ ଏତେ ଶୀଘ୍ର ଆସିଯିବ ତାହା କେହି କେବେ ସ୍ଵପ୍ନରେ ମଧ୍ୟ ଭାବି ନଥିବେ । ମେ’ 26 ତାରିଖରେ ଘରକୁ ଆସିଥିଲେ ମନୋଜ । ମନୋଜ ଘରକୁ ଆସିବା ପରେ ଖିଆପିଆ ସହ ସବୁ କାମ ଠିକଠାକ ଭାବେ ହୋଇଥିଲା ।
ତାପରେ ରାତିରେ ସମସ୍ତେ ଆରାମରେ ଶୋଇ ଯାଇଥିଲେ । ସକାଳୁ ଯେତେବେଳେ ବିଳମ୍ବ ପର୍ଯ୍ୟନ୍ତ ସ୍ଵାମୀ ସ୍ତ୍ରୀ ଉଠିନଥିଲେ । ସେତେବେଳେ ପରିବାର ଲୋକ ଘରର କବାଟକୁ ବାଡେଇ ଥିଲେ । ହେଲେ ଘର ଭିତରୁ କିଛି ଆବାଜ ଆସିନଥିଲା । ସେଥିପାଇଁ ସମସ୍ତଙ୍କ ମନକୁ ସନ୍ଦେହ ଆସିଥିଲା । ତାପରେ ଘରର ଯିଏ ବଡ ପୁଅ ସେ ସେହି ରୁମ୍ ର କବାଟ ଯେତେବଳେ ଭାଙ୍ଗିଦେଇଥିଲେ । ସେତେବେଳେ ଏପରି କିଛି ଦୃଶ୍ୟ ସାମ୍ନାକୁ ଆସିଥିଲା ।
ଖଟ ତଳେ ସ୍ଵାମୀ ଓ ସ୍ତ୍ରୀ ଙ୍କର ମୃତ ଦେହ ପଡି ରହିଥିଲା । ମୃତ ଦେହରେ ବିଦ୍ୟୁତ ତାର ମଧ୍ୟ ଲାଗି ରହିଥିବା ପରିବାର ଲୋକ ଦେଖିବାକୁ ପାଇଥିଲେ । ତେବେ ଏହା ଆତ୍ମହତ୍ୟା ନା ବିଦ୍ୟୁତ ଆଘାତ ଜନିତ ମୃତ୍ୟୁ ହୋଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଠ ହୋଇପାରିନାହିଁ । ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ପାର୍ବତୀ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଯାଇଛି । ଖବର ପାଇ ଘଟଣା ସ୍ତଳରେ ପୋଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଖବରର ଅପଡେଟ ପାଇବା ଲାଗି ଯୋଡି ହୋଇ ରହିଥାନ୍ତୁ ।