ବୋଲିଂ କରୁ କରୁ ଚାଲିଗଲା Kanhu ର ଜୀବନ ! ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି Kanhu ର ମୃତ୍ୟୁ ପୂର୍ବର ଶେଷ Video, ଯାହାକୁ ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ

ବନ୍ଧୁଗଣ, କାହ୍ନୁ ତାଙ୍କ ଶେଷ ଭିଡିଓ ରେ କହିଥିଲେ ଯେ, ଏବେ ବି ମୁଁ ବଞ୍ଚିଛି କଥା ହେବାର ଅଛି ଯଦି କଥା ହେଇଜାଅ, ମରିଗଲା ପରେ ଆଉ ଖୋଜିଲେ ମଧ୍ୟ ପାଇବା ନାହିଁ । ମାତ୍ର ବିଧିର ବିଧାନ ଆଗରେ କାହ୍ନୁ ଆଜି ଏତେ ଦୂରକୁ ଚାଲି ଯାଇଛନ୍ତି ଯେ, ତାଙ୍କୁ ଖୋଜିଲେ ମଧ୍ୟ କେହି ପାଉ ନାହାଁନ୍ତି । ସେ ଚାଲିଗଲା ପରେ ବାପା ମା’ ଝୁରି ଝୁରି ଆଖିରୁ ଲୁହ ଗଡାଉଛନ୍ତି । କାହ୍ନୁ ଙ୍କ ମା’ କାନ୍ଦି କାନ୍ଦି ରାହା ଛାଡିଲା ବେଳକୁ ତାଙ୍କ ବାପା ଙ୍କର ଚେତା ଚାଲିଯାଉଛି ।

ମୃତ୍ୟୁ କେତେବେଳେ ଆସିବ ତାହା କେହି କହି ପାରିବେ ନାହିଁ । ମାତ୍ର କାହ୍ନୁ ର ମୃତ୍ୟୁ କେବଳ ତାଙ୍କ ପରିବାରକୁ ନୁହେଁ, ବରଂ ସ୍ତବ୍ଦ କରିଦେଲା ତାଙ୍କ ଗାଁ କୁ । ଖେଳୁ ଖେଳୁ ଖେଳ ପଡିଆରେ ଚାଲିଗଲା ତାର ଜୀବନ । କ୍ରିକେଟ ଖେଳାଳି ବେଶରେ ସେଦିନର ଶେଷ ଫୋଟୋ ମଧ୍ୟ କାହ୍ନୁ ଉଠାଇଥିଲେ । ଏହି ଘଟଣା ଟି ହେଉଛି ଯାଜପୁର ଜିଲ୍ଲା ବୋରୀ ବ୍ଲକ ର ୧୮ ବର୍ଷୀୟ ବାଳକ, କାହ୍ନୁ ଚରଣ ପରିଡା ।

ସେ ଛୋଟ ବେଳରୁ ଥିଲେ କ୍ରିକେଟ ପ୍ରେମୀ । ସେ ଭଲ ଖେଳୁଥିବାରୁ ତାଙ୍କୁ ଏରିଆ ସାରା ଟିମ ଭଡା ରେ ନିଅନ୍ତି, ମ୍ୟାଚ ଜିତିବା ପାଇଁ । ସେ ଭଲ ବ୍ୟାଟିଂ କରୁଥିଲା ଏବଂ ଭଲ ବୋଲିଂ ମଧ୍ୟ କରିପାରୁଥିଲା । ମାତ୍ର କିଏ ଜାଣିଥିଲା ଯେ, ଏହି କ୍ରିକେଟ ଖେଳ ହିଁ ତାର ଜୀବନ ନେଇଯିବ ? ତାହା ପୁଣି କ୍ରିକେଟ ପଡିଆରେ । ସେଦିନ ମ୍ୟାଚ ଥିଲା ଖୁବ ଉତ୍କଣ୍ଠା ପୂର୍ଣ୍ଣ । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ତରଳିପାଳ ଗାଁ କୁ ଟି20 ଟୁର୍ନାମେଣ୍ଟ ଖେଳିବାକୁ ଯାଇଥିଲା କାହ୍ନୁ ।

ମ୍ୟାଚ ଟାଇ ହୋଇଯାଇଥିବାରୁ ସୁପର ଓଭର ଖେଳାଯାଇଥିଲା, ୪ ଓଭର ବିଶିଷ୍ଟ ଏହି ମ୍ୟାଚ ରେ ଶେଷ ଓଭର ପକାଉଥିଲା କାହ୍ନୁ । ୫ ଟି ବଲ ପକାଇ ଶେଷ ବଲରେ ବ୍ୟାଟ୍ସମ୍ୟାନ କୁ ବିଟ କରାଇଦେଇ ମ୍ୟାଚ ଜିତାଇ ଦେଇଥିଲା କାହ୍ନୁ । ଆଉ ଏହାପରେ ସାରା ପଡିଆରେ ଖେଳିଯାଇଥିଲା ଖୁସିର ସେଲିବ୍ରେସନ । ହେଲେ ମାତ୍ର ଗୋଟିଏ ମୂହୁର୍ତ୍ତ ରେ ସମସ୍ତ ଖୁସି ପରିଣତ ହୋଇଥିଲା ଦୁଖର ସାଗରରେ ।

ମ୍ୟାଚ ଜିତିବାର ଖୁସି ଏତେ ଅଧିକ ଥିଲା ଯେ ସେହି ପଡିଆରେ ହିଁ ଟଳି ପଡିଥିଲା କାହ୍ନୁ । ଅତ୍ୟଧିକ ଖୁସି ହୋଇ ନିଜର ପ୍ରାଣ ହରାଇଛନ୍ତି ବୋଲି କହିଛନ୍ତି କାହ୍ନୁ ଙ୍କ ସାଙ୍ଗମାନେ । ବନ୍ଧୁଗଣ ଏହି ଦୁଖଦପୂର୍ଣ୍ଣ ଘଟଣା ସମ୍ବନ୍ଧରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟାମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *