କେଉଁ ଭୁଲ ବୁଝାମଣା ପାଇଁ ଶିବାନୀ ପାର୍ଟି ଛାଡି ସିଂହବାହିନୀକୁ ଯାଉଛନ୍ତି ଜାଣନ୍ତୁ… Kanha-Tiki

କ’ଣ ପାଇଁ ପାର୍ଟି ବଦଳାଇଲେ କାହ୍ନା ଓ ଟିକି ? ଯାତ୍ରା ଜଗତର ବହୁତ ଜଣାଶୁଣା ଆକ୍ଟର ହେଉଛନ୍ତି ଯାତ୍ରା ଅଭିନେତା କାହ୍ନା । ଯାହାଙ୍କ ଯାତ୍ରା ଅଭିନୟ ଯାତ୍ରା ପେଣ୍ଡାଲକୁ ଦର୍ଶକଙ୍କୁ ଟାଣି ଆଣିଥାଏ । ତେବେ ଅଭିନେତା କାହ୍ନା ଗଣ ମାଧ୍ୟମ ସାମ୍ନାରେ ନିଜର କିଛି ପ୍ରତିକ୍ରିୟା ରଖିଛନ୍ତି । ତେବେ କାହ୍ନାଙ୍କ କହିବା ଆଧାରରେ ଯାତ୍ରାକୁ ମୁଁ ବହୁତ ଭଲ ପାଏ । ଯାତ୍ରା ପେଣ୍ଡାଲରେ ଯେତେବେଳେ ମୁଁ ଅଭିନୟ କରେ । ସେତେବେଳେ ମୋତେ ମିଳିଥିବା ଚରିତ୍ରରେ ମୁଁ ପୁରା ହଜିଯାଏ ।

ମୋତେ ଯାହା ସବୁ ଡାଇଲଗ କହିବାକୁ ମିଳିଥାଏ । ମୁଁ ସେହି ଡାଇଲଗ କହୁ କହୁ ନିଜ କ୍ୟାରେକ୍ଟରରେ ପୁରା ବୁଡିକି ରୁହେ । ତାପରେ ମୋ ପାଇଁ ମୋ ଦର୍ଶକ ହେଉଛନ୍ତି ଭଗବାନ । ଦର୍ଶକ ଯେମିତି କଳାକୁ ପସନ୍ଦ କରିବେ । ଆମେ ସବୁ କଳାକାର ହିସାବରେ ସେହିପରି ଭାବେ ଦର୍ଶକଙ୍କର ମନୋରଞ୍ଜନ କରିବା ପାଇଁ ଚାହିଁବୁ । ତେଣୁ ଭଗବାନଙ୍କ କୃପାରୁ ଯାତ୍ରାରେ ଅଭିନୟ ମୋର ସେହିପରି ଚାଲିଛି । ଯାତ୍ରା ଇଣ୍ଡଷ୍ଟ୍ରିରେ ମୋର 18 ବର୍ଷ ହୋଇଗଲାଣି ।

ଦର୍ଶକଙ୍କର ଭଲ ପାଇବା ପାଇଁ ମୁଁ ଆଜି ଏଠାରେ ରହିଛି । ଯଦି ଏହିଭଳି ଦର୍ଶକଙ୍କର ଭଲ ପାଇବା ମିଳେ । ତେବେ ଏହିପରି ସବୁବେଳେ ଦର୍ଶକ ଆମକୁ ଯାତ୍ରାରେ ଅଭିନୟ କରୁଥିବାର ଦେଖିବାକୁ ପାଇବେ । ହେଲେ ମୁଁ ଶିବାନୀ ପାର୍ଟି ଛାଡିବାକୁ ଯାଉଛି । ଲକଡାଉନ ସମୟରେ ଶିବାନୀ ପାର୍ଟିର ମାଲିକଙ୍କ ସହ ମୋର ଟିକେ ଭୁଲ ବୁଝାମଣା ପାଇଁ ମନୋମାଳିନ୍ୟ ହୋଇଥିଲା । ତାପରେ ଯାତ୍ରା ମାଲିକ ମୋ ବଦଳରେ ପୀୟୂଷକୁ କଲ କରିଥିଲେ ଶିବାନୀକୁ ଆସିବାକୁ ।

ତାପରେ ଏମିତି କିଛି ଭୁଲ ବୁଝାମଣା ହେବା ଭିତରେ ଆମେ ପାର୍ଟିରେ ଥିଲୁ । ହେଲେ ଏବେ ଆମେ ଶିବାନୀ ପାର୍ଟି ଛାଡିଦେବୁ । କାହ୍ନା ପାର୍ଟି ବଦଳାଇବ ମାନେ ତା’ ର ସ୍ତ୍ରୀ ଟିକି ମଧ୍ୟ ପାର୍ଟି ଛାଡିବ । ତେଣୁ ଆମେ ଶିବାନୀ ଯାତ୍ରା ପାର୍ଟି ଛାଡି ସିଂହବାହିନୀକୁ ଯାଉଛୁ । ଆମେ ସବୁ କଳାକାର । ଆମେ ଯେଉଁଠାରେ ନିଜର ଅଭିନୟ ପଦର୍ଶନ କରିବୁ । ଦର୍ଶକଙ୍କର ଭଲ ପାଇବା ଆମ ପ୍ରତି ଥିଲେ ସେ ଆମକୁ ସବୁ ସ୍ଥାନରେ ଦେଖିବେ । ଖବରର ଅପଡେଟ ପାଇଁ ଆମ ସହ ଆଗକୁ ମଧ୍ୟ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *