କଳାକାରଙ୍କ ବିୟୋଗରେ କାନ୍ଦିଲେ ଅଭିନେତ୍ରୀ Sofia Alam, ଭିଡିଓ ଦେଖିଲେ ଆପଣ ବି କାନ୍ଦି ପକେଇବେ…

ବନ୍ଧୁଗଣ, ପ୍ରଫୁଲ୍ଲ କର ସବୁଦିନ ଲାଗି ଆଖି ବୁଝି ନେଇଛନ୍ତି । ଓଡିଆ ଇଣ୍ଡଷ୍ଟ୍ରୀ ନିମନ୍ତେ ଏହା ବହୁତ ବଡ କ୍ଷତି ଅଟେ । ଅଭିନେତ୍ରୀ ସୋଫିଆ ଦୁଃଖ ପ୍ରକାଶ କରି କହିଛନ୍ତି ଯେ, ଆମ୍ଭ ପାଇଁ ଏହା ଏକ ବ୍ୟକ୍ତିଗତ କ୍ଷତି ଅଟେ । ଆମ୍ଭର ଦୁଇ ପରିବାର ର ବହୁତ ଭଲ ସମ୍ପର୍କ ଥିଲା, ବାପା ଙ୍କର ବହୁତ ଭଲ ବନ୍ଧୁ ଥିଲେ । ବାପା ଯିବା ପରେ ତାଙ୍କୁ ଦେଖି ଲାଗେ ଯେ ବାପା ଅଛନ୍ତି ବୋଲି । ସେ ସବୁବେଳେ ବାପା ଙ୍କ କଥା କୁହନ୍ତି । ଯେବେ ମଧ୍ୟ ମୁଁ ଏଠାକୁ ଆସେ ସେ କୁହନ୍ତି ଯେ ତୁ କ’ଣ ଖାଇବୁ କହ ? ମାତ୍ର ଏବେ ଆଉ ଆସିଲେ କାହା ସାଙ୍ଗେ କଥା ହେବି ?

ଏହି ଘରକୁ ଆମ୍ଭେ ଛୋଟବେଳୁ ଆସୁ । ମାତ୍ର ଏବେ ଆଉ ଆସିଲେ କାହା ସାଙ୍ଗରେ କଥା ହେବୁ ? ଆମ୍ଭ ପାଇଁ ଏହା ବହୁତ ବଡ କ୍ଷତି ହୋଇଗଲା । ଅଭିନେତା ଆକାଶ ଦାସ ନାୟକ କହିଛନ୍ତି ଯେ ଗୋଟିଏ ଯୁଗ ର ଅବସାନ ଘଟିଛି । ଓଡିଶା ମାଟିର ବରଣ୍ୟ ସନ୍ତାନ ତଥା ଅମୃତ ସନ୍ତାନ ପ୍ରଫୁଲ୍ଲ କର ମୋହଦୟ ଙ୍କର ଦେହ ଅବସାନ ।

ଏହା ବହୁତ ବିରାଟ ବଡ କ୍ଷତି ସାରା ଓଡିଶା ପାଇଁ । ସେ ଏକାଧାରାରେ ଜଣେ ସଙ୍ଗୀତଜ୍ଞ ଥିଲେ, ଜଣେ ରାଇଟର ତଥା ଜଣେ ଗୟାକ ଏବଂ ବହୁତ ଭଲ ମଣିଷ ଥିଲେ । ମୁଁ ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରିବି ଯେ ତାଙ୍କର ଅମର ଆତ୍ମା ର ସଦଗତି ହେଉ । ଏହା ସହିତ ଭୁବନେଶ୍ଵର ର ବିଧ୍ୟାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି ଯେ ସେ ଜଣେ ଭଲ ମଣିଷ ହେବା ସହିତ ପ୍ରାୟ ୭୦ ରୁ ଉର୍ଦ୍ଧ ଚଳଚିତ୍ର ରେ ସଙ୍ଗୀତ ପରିବେଷଣ କରିଛନ୍ତି ।

ଏବଂ ସେ ଅନେକ ଚଳଚିତ୍ର ରେ ସଙ୍ଗୀତ ନିର୍ଦ୍ଧେଶନ ମଧ୍ୟ ଦେଇଛନ୍ତି । ସେ ଜଣେ ମହାନ ଲୋକ ତଥା ଏତେ ମେଳାପୀ ଏ ଅଞ୍ଚଳର ନାଗରିକ ଭାବରେ ସେ ସ୍ଵଭାବ ଥିଲେ । ଯାହା ମନରେ ଯଦି କିଛି ଦୁଃଖ ଥାଏ ସେ ତାଙ୍କ ସଙ୍ଗୀତ ମାଧ୍ୟମରେ ସମସ୍ତଙ୍କ ମନ ଖୁସି କରିଦେଇଥାନ୍ତି । ସଙ୍ଗୀତ ନିର୍ଦ୍ଧେଶକ ଲକ୍ଷ୍ମୀକାନ୍ତ ପାଲିଡ କହିଛନ୍ତି ଯେ ସେ ଆମ୍ଭର ପୂର୍ବ ପିଢୀ ଏବଂ ଯେଉଁ ପିଢୀ ରୁ ଭଜନ, ଆଧୁନିକ ବିଭିନ୍ନ ପ୍ରକାରର ଚଳଚିତ୍ର ର ଆରମ୍ଭ ହୋଇଥିଲା ଏବଂ ଯେଉଁ ଗୀତ ଆଜି ମଧ୍ୟ ପ୍ରତ୍ୟକ ଟି ଓଡିଆ ଙ୍କ ମନରେ ରହିଅଛି ।

ଆଜି ସେ ଆମ୍ଭ ପାଖରେ ନାହାଁନ୍ତି । ମାତ୍ର ସେ ସବୁବେଳେ ମୋ ପାଇଁ ବର୍ତ୍ତମାନ ଅଟନ୍ତି । ତେବେ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର ଙ୍କ ଏହିଭଳି ଭାବରେ ପରଲୋକ ସମସ୍ତ ଓଡିଶା ବାସୀ ଙ୍କ ହୃଦୟକୁ ମର୍ମାହତ କରି ପକାଇଛି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *