‘ଅଧଘଣ୍ଟା କଥା ହେଲା ପରେ କହିଲା ବହୁତ କିଛି ହୋଇଯାଇଛି, ଆଉ କହି ପାରିବି କି ନାହିଁ ଜାଣିନି, ମତେ ତୁମେ…’ କାନ୍ଦି କାନ୍ଦି କଣ କହିଲେ Rashmi ଙ୍କ ମା’ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଟେଲି ଅଭିନେତ୍ରୀ ରଶ୍ମୀରେଖା ଓଝାଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ସସପେନ୍ସ । ତାଙ୍କର ମୃତ୍ୟୁ ହତୟଆ ନା ଆତ୍ମହତୟଆ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେବେ ତାଙ୍କ ଝିଅକୁ ହତୟଆ କରାଯାଇଥିବା ରଶ୍ମୀରେଖାଙ୍କ ପିତାମାତା ଅଭିଯୋଗ କରିଛନ୍ତି । ଏହା ମଧ୍ୟରେ ରଶ୍ମୀରେଖାଙ୍କ ରିଲେସନସିପକୁ ନେଇ ସାମ୍ନାକୁ ଆସିଛି ଦୁଇ ଜଣଙ୍କ ନାମ ରାଜା ଓ ସନ୍ତୋଷ ପାତ୍ର । ତେବେ ସେହିପରି ରଶ୍ମୀରେଖାଙ୍କ ମୃତ୍ୟୁକୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି ତାଙ୍କର ଜଣେ ସାଙ୍ଗ ।

ସେ କହିଛନ୍ତି ଯେ, ରଶ୍ମିରେଖା ଗତ ୧୮ ତାରିଖ ଦିନ ତାଙ୍କୁ ୫ ହଜାର ଟଙ୍କା ଧାର ମାଗିଥିଲେ । ରଶ୍ମିରେଖା ମାନସିକ ଭାବେ ବହୁତ ଦୃଢ଼ ଥିଲେ । ସେ ଅନ୍ୟମାନଙ୍କୁ ମୋଟିଭେଟ୍ କରାଉଥିଲେ, ସେ କେବେ ବି ଆତ୍ମହତୟଆ କରିପାରିବେ ନାହିଁ । ରଶ୍ମୀରେଖାଙ୍କର ରାଜା ବୋଲି ଜଣେ ଯୁବକଙ୍କୁ ଭଲ ପାଉଥିଲେ ମାତ୍ର ତାଙ୍କର ବ୍ରେକଅପ୍ ହୋଇ ଯାଇଥିଲା ।

ତେବେ ରଶ୍ମିରେଖା ସନ୍ତୋଷ ପାତ୍ର ନାମକ ଜଣେ ଯୁବକଙ୍କ ସହ ଘରଭଡ଼ା ନେଇ ଏକତ୍ର ରହୁଥିଲେ । ଦୁହେଁ ସ୍ୱାମୀ-ସ୍ତ୍ରୀ ପରି ଚଳୁଥିବା ଚର୍ଚ୍ଚା ହେଉଥିଲେ ହେଁ ସେମାନଙ୍କର ବିବାହକୁ ଅସ୍ୱୀକାର କରିଛନ୍ତି ରଶ୍ମୀରେଖାଙ୍କ ପିତାମାତା । ରଶ୍ମୀରେଖାଙ୍କ ମୋବାଇଲ ପୋଲିସ ଜବତ କରିଥିବା ବେଳେ ମୃତ୍ୟୁପୂର୍ବରୁ ମୋବାଇଲରେ ବିରହ ଗୀତ ବାଜୁଥିଲା । ଏହା ମଧ୍ୟ ଡିପ୍ରେସନର ଏକ ସଙ୍କେତ ହୋଇପାରେ ।

ଅନ୍ୟପକ୍ଷରେ ତାଙ୍କର ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି ବୋଲି ସୁଇସାଇଡ୍ ନୋଟରେ ରଶ୍ମୀରେଖା ଉଲ୍ଲେଖ କରିଛନ୍ତି । ରଶ୍ମୀରେଖା ତାଙ୍କର ପୁରୁଷ ବନ୍ଧୁ ସନ୍ତୋଷଙ୍କ ସହ ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରେ ଘରଭଡ଼ା ନେଇ ରହୁଥିଲେ । ତେବେ ଏହି ଘଟଣା ସହିତ ଜଡ଼ିତ ବ୍ୟକ୍ତି ବିଶେଷଙ୍କର କଲ୍ ଡିଟେଲ୍ସ ଯାଞ୍ଚ ହେଲେ ପ୍ରକୃତ ସତ୍ୟ ସାମ୍ନାକୁ ଆସିପାରେ ।

ତେବେ ରଶ୍ମିରେଖା ଙ୍କ ମାଆ ଙ୍କ ର କହିବା କଥା ହେଉଛି କି ମୃତ୍ୟୁ ର ଅଧ ଘଂଟା ପୂର୍ବରୁ ତାଙ୍କ ଝିଅ ତାଙ୍କୁ ଫୋନ କରିଥିଲେ ତେବେ ସେ ଟିକେ ମନ ଦୁଃଖ ମଧ୍ୟ କରିଥିଲା । ତେବେ କଣ କରୁଛୁ ଆଜି କଣ ଖାଇଛୁ ବୋଲି ପଚାରି ଥିଲି ତେବେ ସେ ଉତ୍ତର ରେ ପଖାଳ ବୋଲି ଉତ୍ତର ଦେଇଥିଲା । ତେବେ ପରେ କହିଥିଲା କି ମୁଁ ଚାକିରୀ ଛାଡ଼ିଦେବୀ ତରଙ୍ଗ ରୁ ଏକ ସିରିୟଲ ଅଫର ଆସିଛି ତାହା କରିବି ।

ତେବେ ପରେ କଥା ହେବା ପରେ କହିଥିଲା କି ବହୁତ କିଛି ଘଟିଛି କିନ୍ତୁ କହି ପାରିବିନି । ତେବେ ସେ କହିଛନ୍ତି କି ତାଙ୍କ ଝିଅ କୁ ମାରି ତା ମୁଣ୍ଡରେ ସିନ୍ଦୁର,ଶଙ୍ଖା ଆଦି ପିନ୍ଧିଥିଲା ଜିଭ କାମୁଡି ଦେଇଛି ଏବଂ ଆଖି ମଧ୍ୟ ନଷ୍ଟ ହୋଇ ଯାଇଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *