କାନ୍ଦି କାନ୍ଦି ବେହୋସ ହୋଇଗଲେ Raimohan ଙ୍କ ଝିଅ, ରାଇଙ୍କ ଶେଷକୃତ୍ୟ ସମୟର ଏହି ଭିଡିଓ ଦେଖିଲେ ଆପଣ ବି କାନ୍ଦି ପକେଇବେ, ଦେଖନ୍ତୁ Video…

ଚିରଦିନ ପାଇଁ ଏ ଦୁନିଆ ଛାଡି ଆରପାରିକୁ ଚାଲି ଯାଇଛନ୍ତି ଆମ ପ୍ରିୟ ରାଇ ଭାଇ ଅର୍ଥାତ ଲୋକପ୍ରିୟ ଅଭିନେତା ରାଇମୋହନ ପରିଡା । ତାଙ୍କ ମୃତ୍ୟୁରେ ଓଲିଉଡ ସମେତ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । ଗତକାଲି ଭୁବନେଶ୍ବର ପ୍ରାଚୀବିହାର ସ୍ଥିତ ବାସଭବନରୁ ରାଇମୋହନଙ୍କ ମୃତଦେହ ମିଳିଥିଲା । ରାଇମୋହନ ନିଜେ ଆତ୍ମହତୟଆ କରିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି । ରାଇମୋହନ ଯେ ଆତ୍ମହତୟଆ କରିବେ ଏକଥା କେହିବି ବିଶ୍ବାସ କରି ପାରୁନାହାନ୍ତି ।

ତାଙ୍କୁ ଜାଣିଥିବା ସମସ୍ତଙ୍କ ଆଖିରେ ଲୁହରେ ଭିଜୁଛି । ରାଇମୋହନ ଦୀର୍ଘ ଦିନ ଧରି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡିତ ରହିଥିଲେ । କେବଳ ଫିଲ୍ମ ଇଣ୍ଡଷ୍ଟ୍ରି ନୁହେଁ ବରଂ ଟିଭି ଜଗତ ଓ ଯାତ୍ରା ଦୁନିଆ ସହ ମଧ୍ୟ ସେ ଜଡିତ ଥିଲେ । ୯୦ ରୁ ଅଧିକ ଓଡିଆ ଫିଲ୍ମରେ ନିଜ ନିଖୁଣ ଅଭିନୟ ଦ୍ଵାରା ସେ ଲୋକଙ୍କ ମନୋରଞ୍ଜନ କରିଛନ୍ତି । ଖଳନାୟକ ଭୂମିକାରେ ତାଙ୍କୁ ଲୋକେ ତାଙ୍କୁ ଦେଖିବାକୁ ଖୁବ ପସନ୍ଦ କରନ୍ତି ।

ଫିଲ୍ମରେ ଖଳନାୟକ ହେଉଥିବା ରାଇମୋହନ ଅସଲ ଜୀବନରେ କିନ୍ତୁ ଖୁବ ଶାନ୍ତ ଓ ଉଦାର ହୃଦୟ ବ୍ୟକ୍ତି ଅଟନ୍ତି । ତାଙ୍କର ଅକାଳ ବିୟୋଗରେ ତାଙ୍କ ପରିବାର ସଂପୂର୍ଣ୍ଣ ଭାବେ ଭାଙ୍ଗି ପଡିଛି । ରାଇମୋହନଙ୍କ ମରଶରୀର ଉଦ୍ଧାର କରାଯିବା ପରେ କ୍ୟାପିଟାଲ ହସ୍ପିଟାଲ ନିଆ ଯାଇଥିଲା । ସେଠାରୁ ସିଧା ସ୍ଵର୍ଗଦ୍ଵାର ଅଭିମୁଖେ ତାଙ୍କୁ ନିଆ ଯାଇଥିଲା ଓ ସେଠାରେ ହିଁ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।

କିମ୍ବଦନ୍ତୀ ଅଭିନେତା ରାଇମୋହନ ଚିରକାଳ ପାଇଁ ପଞ୍ଚଭୂତରେ ଲୀନ ହୋଇ ଯାଇଛନ୍ତି । ରାଇମୋହନଙ୍କ ପରିବାର ସେଠାରେ ଉପସ୍ଥିତ ରହିଥିଲେ । ରାଇମୋହନଙ୍କ ସାନ ଝିଅ ବାପାଙ୍କୁ ମୁଖାଗ୍ନି ମଧ୍ୟ ଦେଇଥିଲେ । କିନ୍ତୁ ଏଭଳି ହଠାତ ବାପା ଚାଲିଯିବା ପରେ ସେ ଖୁବ କାନ୍ଦିଥିଲେ । ଏପରିକି କାନ୍ଦି କାନ୍ଦି ବେହୋସ ମଧ୍ୟ ହୋଇ ଯାଉଥିଲେ । ଅକାଳରେ ମୁଣ୍ଡ ଉପରୁ ବାପାଙ୍କ ହାତ ଉଠିଯିବା ସତରେ ଯେକୌଣସି ଝିଅ ପାଇଁ ଅସହ୍ୟ ହୋଇଥାଏ ।

ସ୍ତ୍ରୀ ଓ ଦୁଇ ଝିଅଙ୍କୁ ନେଇ ରାଇମୋହନଙ୍କ ପରିବାର । ବଡ ଝିଅର ବିବାହ ସରିଥିବା ବେଳେ ସାନ ଝିଅ ଏ ପର୍ଯ୍ୟନ୍ତ ବିବାହ କରିନାହାନ୍ତି । ସ୍ତ୍ରୀ ଓ ସାନ ଝିଅଙ୍କୁ ଏକା କରି ଆରପାରିକୁ ଚାଲି ଯାଇଛନ୍ତି ରାଇ । ଇଶ୍ଵର ତାଙ୍କ ଆମର ଆମର ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ବୋଲି ଆମ୍ର ପ୍ରାର୍ଥନା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *