କଞ୍ଚା ପିଆଜ ଖାଉଥିଲେ ନିଶ୍ଚୟ ଜାଣି ରଖନ୍ତୁ ଏହି କଥା ! (Health Tips)

ବନ୍ଧୁଗଣ ଏହି ଦୁନିଆରେ ଥିବା ଅଧିକାଂଶ ଲୋକ କଞ୍ଚା ପିଆଜ ଖାଇବା ପାଇଁ ବେସ ପସନ୍ଦ କରନ୍ତି । ମେନ କୋର୍ସ ସହିତ କଞ୍ଚା ପିଆଜ ଖାଇବାର ଅଭ୍ଯାସ ଅନେକ ଲୋକଙ୍କର ଅଛି । ହେଲେ ବନ୍ଧୁଗଣ ଆପଣ ମାନେ କଣ କଞ୍ଚା ପିଆଜ ଖାଉଛନ୍ତି ଯଦି ଖାଉ ନାହାନ୍ତି ତା ହେଲେ ଏହି ଖବର ପଢିବା ପରେ ଆଜି ଠାରୁ ଆପଣ କଞ୍ଚା ପିଆଜ ଖାଇବା ଆରମ୍ଭ କରିଦେବେ । ପିଆଜ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ ।

କଞ୍ଚା ପିଆଜ ଖାଇଲେ ଆପଣ ମାନେ କେଉଁ ସବୁ ରୋଗ ଠାରୁ ବଞ୍ଚି ପାରିବେ ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ୧. ବନ୍ଧୁଗଣ କଞ୍ଚା ପିଆଜ ଖାଦ୍ୟ ହଜମ କରିବା ପାଇଁ ବହୁତ ଲାଭଦାୟକ ହୋଇଥାଏ । କଞ୍ଚା ପିଆଜରେ ଫାଇବରର ମାତ୍ରା ଅଧିକ ଥାଏ ଯାହାଫଳରେ ଆପଣଙ୍କ ପେଟରେ ଥିବା ଖାଦ୍ୟ ଅତି ସହଜରେ ହଜମ ହୋଇଯାଏ ।

ଯଦି ଆପଣଙ୍କର ପେଟ ସଫା ହେଉ ନାହିଁ ବା ଆପଣଙ୍କର କବଜ ଭଳି ସମସ୍ୟା ଅଛି ତା ହେଲେ ଆପଣ ରାତ୍ରି ଭୋଜନରେ କଞ୍ଚା ପିଆଜର ସାଲାଡ ନିଶ୍ଚୟ ନିଅନ୍ତୁ । ଦେଖିବେ ଆପଣଙ୍କ କବଜ ସମସ୍ୟା ଦୂର ହୋଇଯିବ ।

୨.ବନ୍ଧୁଗଣ ଗ୍ରୀଷ୍ମ ଦିନରେ ଅଧିକାଂଶ ଲୋକ ଗରମ ପବନର ସାମ୍ନା କରିଥାନ୍ତି ଏହା ଦ୍ଵାରା ନାକରୁ ରକ୍ତ ବାହାରିଥାଏ । ବନ୍ଧୁଗଣ ଯଦି ଆପଣଙ୍କ ନାକରୁ ରକ୍ତ ବାହାରୁଛି ତା ହେଲେ ଆପଣ ଗ୍ରୀଷ୍ମ ଦିନରେ ଭରପୁର ମାତ୍ରାରେ ପିଆଜର ସେବନ କରନ୍ତୁ । ଏହା ସହିତ ଯଦି ଆପଣଙ୍କ ଦାନ୍ତ ମାଢିରୁ ରକ୍ତ ବାହାରୁଛି ତା ହେଲେ ଆପଣ ସିଯା ପିଆଜକୁ ନିଜ ଦାନ୍ତରେ ତିନି ରୁ ଚାରି ମିନିଟ ରଖନ୍ତୁ ଦେଖିବେ ଆପଣଙ୍କ ସମସ୍ୟା ଦୂର ହୋଇଯିବ ।

୩. ଯଦି ବନ୍ଧୁଗଣ ଆପଣ ମାନଙ୍କର ଥଣ୍ଡା, କାଶ ଓ ଗଳା ଦରଜ ଆଦି ସମସ୍ୟା ଅଛି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ଆପଣ ମାନେ କଞ୍ଚା ପିଆଜର ରସକୁ ମହୁ ସହ ନିଅନ୍ତୁ । ଦିନକୁ ଦୁଇ ଥର ଏହି ନୁସ୍କାର ସେବନ କରନ୍ତୁ ଦେଖିବେ ଆପଣଙ୍କ ଥଣ୍ଡା, କାଶ ଓ ଗଳା ଦରଜ ଆଦି ସମସ୍ୟା ସଂପୂର୍ଣ୍ଣ ଦୂର ହୋଇଯିବ ।

୪.ବନ୍ଧୁଗଣ କଞ୍ଚା ପିଆଜର ସଲଫରର ମାତ୍ରା ବହୁତ ଅଧିକ ରହିଥାଏ । ଏହା କ୍ୟାନ୍ସର ସେଲ୍ସ ଗୁଡିକୁ ବଢିବା ପାଇଁ ଦେଇ ନଥାଏ । କ୍ୟାନ୍ସର ରୋଗୀ ମାନଙ୍କ ପାଇଁ ପିଆଜ ବହୁତ ଲାଭଦାୟକ ଅଟେ । ଯଦି ଆପଣ ଆରମ୍ଭରୁ ପିଆଜ ଖାଉଥିବେ ତା ହେଲେ ଆପଣଙ୍କୁ କ୍ୟାନ୍ସର ହେବାର ସମ୍ଭାବନା ମଧ୍ୟ ବହୁତ କମ ରହିଥାଏ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *