ଝୁରୁଛି ଓଲିଉଡ ଝୁରୁଛି ପରିବାର ଆଉ ଝୁରୁଛନ୍ତି ପ୍ରିୟଜନ ଏବଂ ଝୁରୁ ଛନ୍ତି ଦର୍ଶକ । କାରଣ ତାଙ୍କ ପ୍ରିୟ କଳାକାର ପିଣ୍ଟୁ ନନ୍ଦ ଆଉ ନାହାନ୍ତି । ମାତ୍ର 45 ବର୍ଷ ବୟସରେ ଦୁନିଆକୁ ଅଲବିଦା କହି ଦେଇଛନ୍ତି ପିଣ୍ଟୁ ନନ୍ଦ । ତେବେ ଗତ କାଲି ରାତି 11 ଟା 25 ମିନିଟରେ ସେ ଅଫେରା ରାଇଜକୁ ଚାଲି ଯାଇଛନ୍ତି । ଗତ କାଲି ସେ ହାଇଦ୍ରାବାଦରେ ଯଶୋଦା ହସ୍ପିଟାଲରେ ଆଖି ବୁଜି ଛନ୍ତି । ଆଉ ତାଙ୍କ ବିୟୋଗରେ ପୁରା ଓଲିଉଡ ଇଣ୍ଡଷ୍ଟ୍ରିକୁ ଶକ୍ତ ଝଟକା ଲାଗିଛି ।
କାରଣ ଅସମୟରେ ଝଡି ଯାଇଛନ୍ତି ପିଣ୍ଟୁ ଯେଉଁଟା କି ଯିବା ସମୟ ନୁହେଁ ତେଣୁ ତାଙ୍କ ପାଇଁ ସମସ୍ତଙ୍କ ଆଖିରୁ ଲୁହ ଝରୁଛି । ତେବେ ଦୁଇ ମାସ ହେଲା ଲିଭର ଶିରୋସିସ ରୋଗରେ ପୀଡିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଥିଲେ ପିଣ୍ଟୁ । ପ୍ରଥମେ ସେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ।
ଲିଭର ଟ୍ରାନ୍ସପ୍ଳାଣ୍ଟ କରିବାକୁ ଡାକ୍ତର ତାଙ୍କୁ ପରାମର୍ଶ ଦେଇଥିଲେ । ଆଉ ବିଳମ୍ବ ହେଲେ ତାଙ୍କ ପାଇଁ ଘାତକ ସାଜିବ ବୋଲି କହି ଦେଇଥିଲେ ଡାକ୍ତର । ଏହା ପରେ ଫେବୃୟାରି 7 ତାରିଖରେ ତାଙ୍କୁ ଦିଲ୍ଲୀ ନିଆ ଯାଇଥିଲା । ସେଠାରୁ ତାଙ୍କୁ ହାଇଦ୍ରାବାଦ ଅଣା ଗଲା ଆଉ ହାଇଦ୍ରାବାଦରେ ଚିକିତ୍ସାଧୀନ ଅବସ୍ଥାରେ ପିଣ୍ଟୁଙ୍କର ଗତ କାଲି ରାତି ସମୟରେ ପରଲୋକ ହୋଇଛି ।
ତେବେ ଦର୍ଶକ ବନ୍ଧୁ ପିଣ୍ଟୁ ନନ୍ଦଙ୍କ ଶେଷ ଇଛା କଣ ଥିଲା ଆପଣ ଜାଣନ୍ତି କି ଆସନ୍ତୁ ଜାଣିବା ପିଣ୍ଟୁ ନନ୍ଦଙ୍କ ଶେଷ ଇଛା କଣ ଥିଲା । ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ତ ଜାଣିଥିବେ ପିଣ୍ଟୁ ନନ୍ଦଙ୍କର ଦୁଇଟି ପୁଅ ଅଛନ୍ତି ଯେଉଁ ମାନଙ୍କୁ ପିଣ୍ଟୁ ଖୁବ ଭଲ ପାଉଥିଲେ । ତେବେ ସେ ସୁସ୍ଥ ହୋଇ ଫେରିବା ପରେ ତାଙ୍କ ପତ୍ନୀ ଏବଂ ଦୁଇ ପୁଅଙ୍କ ସହ ଖୁସିରେ ରହିବା ପାଇଁ ଚାହୁଁ ଥିଲେ ।
ଏପରି କି ସେ ତାଙ୍କ ସାନ ପୁଅଙ୍କୁ ମିସ କରୁଥିବା କଥା କହୁଥିଲେ ପିଣ୍ଟୁ । ଆଉ ତାଙ୍କର ଏହି ଶେଷ ଇଛା କେବଳ ଇଛା ହେଇ ରହି ଗଲା । ପିଣ୍ଟୁ ତ ଆଉ କେବେ ଫେରିବେ ନାହିଁ କିନ୍ତୁ ପରିବାର ସମେତ ଦର୍ଶକଙ୍କ ମନରେ ସ୍ମୃତି ହୋଇ ରହିବେ ନିଶ୍ଚୟ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।