ଏବେ କେଉଁଠି ଅଛନ୍ତି ଅଛନ୍ତି Sumit ? କଣ ପୁଣି ଫେରିବେ ସୁମିତ ? ନ୍ୟାୟ ଦାବି କରି Tapaswini ଙ୍କ ଲଢେଇ ଜାରି !

ନମସ୍କାର ବନ୍ଧୁଗଣ ତେବେ ପୁଣି ବ୍ରହ୍ମପୁର ଏସଡିଜେଏମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ତପସ୍ୱିନୀ ଦାସ । କାରଣ ୪ ଦିନ ହେଲା ଡାକ୍ତର ସୁମିତଙ୍କ ଦେଖାନାହିଁ । ଭଡାଘର ଖୋଜି ଦେବାଠୁ ଆରମ୍ଭ କରି ଖାଇବା, ପିଇବା ଏବଂ ଔଷଧ ବ୍ୟବସ୍ଥା କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ ଏହାକୁ ପାଳନ କରୁନାହାନ୍ତି ସ୍ୱାମୀ ସୁମିତ ସାହୁ । ଏହା ବିରୋଧରେ କୋର୍ଟରେ ଫେରାଦ ହୋଇଛନ୍ତି ସ୍ତ୍ରୀ ତପସ୍ୱିନୀ । ସାନି ପିଟିସନ ଦାଖଲ କରି ସ୍ୱାମୀଙ୍କୁ ନିର୍ଦ୍ଦେଶ ପାଳନ ପାଇଁ ବାଧ୍ୟ କରିବାକୁ ଆନୁରୋଧ ଜଣାଇଛନ୍ତି।


ତେବେ ଗତ ୯ ତାରିଖରେ ବ୍ରହ୍ମପୁର ଏସଡିଜେଏମ କୋର୍ଟଙ୍କ ରାୟ ପରେ ହସ୍ପିଟାଲରେ ଛୁଟି ଦରଖାସ୍ତ ଦେଇ ଫେରାର ହୋଇଯାଇଥିଲେ ଡାକ୍ତର ସୁମିତ । ଦେହ ଅସୁସ୍ଥ ଥିବାରୁ ବନ୍ଧୁଙ୍କ ଘରେ ରହି ତପସ୍ୱିନୀଙ୍କ ପାଇଁ ଭଡାଘର ଖୋଜୁଥିବା କହିଥିଲେ ତାଙ୍କ ଓକିଲ । ହେଲେ ଘଟଣାକୁ ୪ ଦିନ ବିତିଥିଲେ ମଧ୍ୟ ସୁମିତ କୌଣସି ପ୍ରକାର ଯୋଗାଯୋଗ କରିନଥିବା ଅଭିଯୋଗ କରିଛନ୍ତି ତପସ୍ୱିନୀ ଦାସ ।

ଏପଟେ ସୁମିତ ଆଗରୁ କରିଥିବା ଡିଭୋର୍ସ ପିଟିସନର ଆଜି ବ୍ରହ୍ମପୁର ପରିବାର ଅଦାଲତରେ ଶୁଣାଣି ଥିଲେ ମଧ୍ୟ ହାଜର ହୋଇନାହାନ୍ତି ସୁମିତ । କିନ୍ତୁ ହାଜର ହୋଇଥିଲେ ତପସ୍ୱିନୀ । ବିବାହ ବିଚ୍ଛେଦ ମାମଲାର ପ୍ରଥମ ଶୁଣାଣିରେ କାଉନସେଲିଂ କରାଯାଉଥିବାରୁ କୋର୍ଟ ଆଉଏକ ତାରିଖ ଧାର୍ଯ୍ୟ କରିଥିବା ଜଣାପଡିଛି।


ତେବେ ପିଟିସନ୍‌ ଦାଖଲ କରିବା ପରେ ତପସ୍ୱିନୀ କହିଛନ୍ତି, କୋର୍ଟ ନିର୍ଦ୍ଦେଶ ମୁତାମକ ସେ(ସୁମିତ) ମୋ ସହିତ ରହିବେ ଓ ମୋ’ ଦାୟିତ୍ୱ ନେବେ କଥା। କିନ୍ତୁ ଗତ ଚାରି ଦିନ ହେଲେ ସେ କୋର୍ଟଙ୍କ ନିର୍ଦ୍ଦେଶ ଅମାନ୍ୟ କରିଛନ୍ତି। ମୋତେ ଛାଡି କେଉଁ ଆଡେ ଚାଲି ଯାଇଛନ୍ତି। ମୁଁ ଏବେ କେମିତି ଅଛି? କଣ ଖାଉଛି? ସେକଥା ଜମାରୁ ବୁଝୁନାହାନ୍ତି। ତେଣୁ ବାଧ୍ୟହୋଇ ପୁଣି ଥରେ ଏସ୍‌ଡିଜେଏମ୍‌ରେ ପିଟିସନ୍‌ ଦାଖଲ କରିଛି।

ଏହା ପରେ ଏସ୍‌ଡିଜେଏମ୍‌ ଯାହା ନିର୍ଦ୍ଦେଶ ଦେବେ ତାହା ମୁଁ ପାଳନ କରିବି ବୋଲି ତପସ୍ୱିନୀ କହିଛନ୍ତି। ଛାଡ଼ପତ୍ର ମାମଲାରେ ଫ୍ୟାମଲି କୋର୍ଟରେ ହାଜର ହେବା ପାଇଁ ଆଜି ତାରିଖ ଥିଲା। ହେଲେ ସୁମିତ ଆସିଲେ ନାହିଁ। ମୁଁ ଯାଇ ଦସ୍ତଖତ ମାରି ଆସିଲି ବୋଲି ତପସ୍ୱିନୀ କହିଛନ୍ତି।ତେବେ ବର୍ତ୍ତମାନ ସମସ୍ତ ଙ୍କ ନଜର ଯେ ସୁମିତ ଫେରିବେ ତ। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *