ଦର୍ଶକ ବନ୍ଧୁ ଓଲିଉଡ ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିନେତା ପିଣ୍ଟୁ ନନ୍ଦ ଏବେ ଲିଭର ଜନିତ ସମସ୍ୟାରେ ପୀଡିତ ଅଛନ୍ତି । ତାଙ୍କର ଆର୍ଥିକ ସ୍ଥିତି ଦୁର୍ବଳ ହେବା ହେତୁ ସେ ଓଡିଶାବାସୀଙ୍କୁ ସହାୟତା ମାଗିଥିଲେ । ଏହା ପରେ ଓଲିଉଡ ଇଣ୍ଡଷ୍ଟ୍ରି ଏବଂ ଅନେକ ଲୋକ ତାଙ୍କୁ ଆର୍ଥିକ ସହାୟତା କରିଛନ୍ତି ଯାହାଫଳରେ ପିଣ୍ଟୁ ଦିଲ୍ଲୀ ଯାଇଛନ୍ତି ସେଠାରେ ତାଙ୍କର ଲିଭର ଟ୍ରାନ୍ସପ୍ଳାଣ୍ଟ କରାଯିବ । ବନ୍ଧୁଗଣ ଅନେକ ଲୋକ ପିଣ୍ଟୁ ନନ୍ଦଙ୍କ ସ୍ତ୍ରୀଙ୍କୁ ନେଇ କିଛି ଭୁଲ ମତ ରଖୁଛନ୍ତି,
ଯାହାକୁ ନେଇ ଏବେ ଦିପ୍ତିରେଖା ଗଣମାଧ୍ୟମ ସାମ୍ନାକୁ ଆସି ଏକ ବଡ ବୟାନ ଦେଇଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଦିପ୍ତିରେଖାଙ୍କ କହିବା ମୁତାବକ-‘ମୋ ମତରେ ଗଣମାଧ୍ୟମ ସାମ୍ନାକୁ ଆସି ଆମେ ପବ୍ଲିସିଟି ପାଇଁ କଥା ହେବା ଏମିତି କି ଖରାପ ଭାଷା କହିବା ଆପତ୍ତି ଜନକ କଥା କହିବା ତାଙ୍କ ଇମେଜକୁ ଖରାପ କରିବା ଏ ଭଳିଆ ଲୋକ ବି ଅଛନ୍ତି ।
ମୁଁ ଆଜି ନ୍ୟୁଜରେ ଦେଖିଲି ଆମେ ତ ଏବେ ପିଣ୍ଟୁ ନନ୍ଦ କେସ ଦେଖୁଛୁ ଏହା ଚାଲିଛି । ପିଣ୍ଟୁ ନନ୍ଦ ଜଣେ ଅଭିନେତା ତାଙ୍କର ଏବେ ଦେହ ଖରାପ ଅଛି । ତାଙ୍କର ତଲାକ ହେଇ ଯାଇଛି ଆଉ ଯଦି ତାଙ୍କର ଡିଭୋର୍ସ ହେଇ ଯାଇଛି ସେ ନିଶ୍ଚୟ କିଛି ଆଲିମୋନି ଦେଇଥିବେ । ଯଦି ଜଣଙ୍କ ପାଖରେ ପଇସା ପତ୍ର ଯିବା ପରେ ଏଇ ଟାଇପର ରୋଗ ହୋଇଥାଏ ଯଦି ବି ସେ ଇନସୁରାନ୍ସ କରିଥିବ ସେଇଟା ଏତେ କଭର ହେଇ ପାରେନି ।
ଯେହେତୁ ସେ ଏତେ ଭଲ ଭଲ ଫିଲ୍ମ ଦେଇଛନ୍ତି ତେଣୁ ହୋଇଥାଇ ପାରେ ସେ ବ୍ୟକ୍ତିଗତ ଜୀବନରେ ମଦୁଆ ହୋଇପାରନ୍ତି । ହେଲେ ଯଦି ମାନବିକତା ହିସାବରେ ଆମେ ଦେଖିବା ତାଙ୍କ ଭାଇ ଯେଉଁ ଆସି କହୁଛନ୍ତି ତାଙ୍କୁ ପଇସା ଦରକାର ତେଣୁ ଆପଣଙ୍କ ଇଛା ହେଲେ ଆପଣ ପଇସା ଦିଅନ୍ତୁ ନହଲେ ନ ଦିଅନ୍ତୁ । କିନ୍ତୁ ଆପଣ ମାନେ ଯେଉଁ ଭଳିଆ ମନ୍ତବ୍ୟ ସବୁ ରଖୁଛ ସୋସିଆଲ ମିଡିଆକୁ ଘର କରି ସାରିଲଣି ।
ଯେତେବେଳେ କଥା ଆସିବ ଗୋଟେ ଝିଅ ପ୍ରତି ମୁଁ ଯେମିତି ହେଲେ ମୁହଁ ଖୋଲିବି । ତମେ ମାନେ କଣ ପାଇଁ ତାଙ୍କ ୱାଇଫଙ୍କୁ ଆ ଭିତରକୁ ଟାଣୁଛ । ତାଙ୍କ ୱାଇଫ କେଉଁ ମେଣ୍ଟାଲ କାଣ୍ଡିସନକୁ ଯାଇଛି କଣ ତାର ଅସୁବିଧା ହେଇଛି ତମେ କାହିଁକି ତା ୱାଇଫକୁ ଆଣି ଭିତରେ ପୁରାଉଚ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।