ନମସ୍କାର ବନ୍ଧୁଗଣ ତେବେ ଝିଅ ମାନଂକୁ ମାସିକ ଧର୍ମ ହେଉଥିବା କଥା ବର୍ତ୍ତମାନ ସମସ୍ତେ ଖୋଲା ଖୋଲି ଭାବରେ କହି ପାରୁଛନ୍ତି । ତେବେ କିନ୍ତୁ ପୂର୍ବେ ଏହା ବିଷୟ ରେ କହିବାକୁ ଟିକେ କୁଣ୍ଠାବୋଧ କରି ଥାନ୍ତି କିନ୍ତୁ ଆଜି କାଲି ଆଉ ସେହି ପରି କିଛି ନାହିଁ । ତେବେ ସମସ୍ତଙ୍କ ମନରେ ସର୍ଵଦା ଗୋଟିଏ ପ୍ରଶ୍ନ ଉଠୁଥାଏ କି ଏହି ମାସିକ ଧର୍ମ କଣ ପାଇଁ ହୋଇଥାଏ । ଏବଂ ଏହା ହେଲେ ଆମେ ନିଜ ସ୍ୱାମୀ ଠାରୁ କଣ ପାଇଁ ଦୂରରେ ରହୁ ।
ତେବେ ଏହାର ତ ବୈଜ୍ଞାନିକ ମତ ବିଷୟ ରେ ସମସ୍ତେ ଜାଣିଛନ୍ତି କିନ୍ତୁ ଏହାର ଏକ ପୌରାଣିକ କଥା ମଧ୍ୟ ରହିଛି ଯାହା ହୁଏତ କିଛି ଲୋକମାନେ ଜାଣିନଥିବେ । ତେବେ ଆସନ୍ତୁ ଜାଣିନେବା ସେହି ପୌରାଣିକ କଥା ବିଷୟ ରେ । ତେବେ ଧର୍ମଶାସ୍ତ୍ର ଅନୁସାରେ ଥରେ ଦେବତା ମାନଙ୍କ ଗୁରୁ ବୃହସ୍ପତି ଇନ୍ଦ୍ର ଙ୍କ ଉପରେ କୌଣସି କାରଣ ଯୋଗୁଁ କ୍ରୋଧିତ ହୋଇ ଯାଇଥିଲେ ।
ତେବେ ଏହା ଯୋଗୁଁ ତାଙ୍କ ଉପରେ ରାକ୍ଷସ ମାନେ ଆକ୍ରମଣ ମଧ୍ୟ କରିଥିଲେ । ତେବେ ଇନ୍ଦ୍ର ଏହାର ଉପାୟ ଖୋଜି ଖୋଜି ବ୍ରହ୍ମା ଙ୍କ ପାଖକୁ ଯାଇଥିଲେ ତେବେ ବ୍ରହ୍ମା ତାଙ୍କୁ ଜଣେ ମହାନ ଜ୍ଞାନୀ କିମ୍ବା ବ୍ରହ୍ମ ଜ୍ଞାନୀ ଙ୍କ ସେବା କରିବା ପାଇଁ ନିର୍ଦେଶ ଦେଇଥିଲେ ତେବେ ଇନ୍ଦ୍ର ମଧ୍ୟ ସେହି ଭଳି ଜଣେ ବ୍ରହ୍ମ ଜ୍ଞାନୀ ଙ୍କ ର ସେବା କରୁଥିଲେ ।
ତେବେ କିନ୍ତୁ ସେହି ଜ୍ଞାନୀ ଙ୍କ ମାଆ ରାକ୍ଷସ ଥିଲେ ଯାହା ଯୋଗୁଁ ଇନ୍ଦ୍ର ଙ୍କ ର ସବୁ ସେବା ରାକ୍ଷସ ମାନଙ୍କ ପାଖରେ ଲାଗୁଥିଲା ଏବଂ ଯାହା ଯୋଗୁଁ ତାଙ୍କ ସବୁ ତପସ୍ୟା ଭଂଗ ହୋଇଗଲା ତେବେ ସେ ରାଗିକି ସେହି ବ୍ରହ୍ମ ଜ୍ଞାନୀ ଙ୍କୁ ହତ୍ୟା କରିଦେଇଥିଲେ । ତେବେ ଗୁରୁ ହତ୍ୟା ଏବଂ ବ୍ରହ୍ମ ହତ୍ୟା ର ପାପ ଏକ ରାକ୍ଷସ ର ରୂପ ନେଇ ତାଙ୍କ ପଛରେ ଲାଗିଗଲା ତେବେ ସେ ଭୟ ରେ ପଦ୍ମ ପାଖୁଡା ଭିତରେ ଲୁଚିଗଲେ ଏବଂ ଏକ ଲକ୍ଷ ବର୍ଷ ପର୍ଯ୍ୟନ୍ତ ଭଗବାନ ବିଷ୍ଣୁ ଙ୍କ ତପସ୍ୟା କଲେ ।
ତେବେ ଭଗବାନ ବିଷ୍ଣୁ ପ୍ରସନ୍ନ ହୋଇ ତାଙ୍କୁ ଉଦ୍ଧାର କଲେ ଏବଂ ତାଙ୍କୁ ନିଜର ପାପ କୁ ଗଛ,ପାଣି,ପୃଥିବୀ ଏବଂ ନାରୀ ଙ୍କୁ ଦେବା ପାଇଁ କହିଲେ । ତେବେ ଇନ୍ଦ୍ର ନିଜର ପାପ ସହିତ କିଛି ବରଦାନ ଦେଇଥିଲେ ଗଛ କୁ ବରଦାନ ଦେଇଥିଲେ କି ସେ ଚାହିଁଲେ ନିଜେ ନିଜେ ବଂଚି ପାରିବ ଏବଂ ଜଳ ସମସ୍ତ ଙ୍କୁ ପବିତ୍ର କରି ଦେବ ।
ପୃଥିବୀ ଉପରେ ସବୁ ସମସ୍ୟା ବାଡେଇ ହୋଇ ପଳେଇବ ତେବେ ନାରୀ କୁ ଅଭିଶାପ ସ୍ୱରୂପ ମାସିକ ଧର୍ମ ଆସିଥାଏ ଏବଂ ବରଦାନ ରେ ତାଙ୍କୁ ପୁରୁଷ ଅପେକ୍ଷା ଅଧିକ କାର୍ଯ୍ୟ ର ଆନନ୍ଦ ମିଳିବ ବୋଲି କହିଥିଲେ । ତେବେ ଏହା ବ୍ରହ୍ମ ହତ୍ୟା ହୋଇଥିବା ଯୋଗୁଁ ଏହି ସମୟରେ କୌଣସି ପୁଜା ପାଠ କିମ୍ବା କୌଣସି ମୂର୍ତ୍ତି କୁ ପୂଜା କରିବା ଅନୁଚିତ ହୋଇ ଥାଏ ଏବଂ ଏହା ପାପ ବୋଲି ମଧ୍ୟ କୁହାଯାଏ ।
ଏହା ସହିତ ଏହି ସମୟରେ ମହିଳା ମାନେ ବହୁତ ଦୁର୍ବଳ ହୋଇ ଯାଇ ଥାଆନ୍ତି । ତେଣୁ ସେମାନେ ଶାରୀରିକ ସମ୍ପର୍କ ରଖିବା ପାଇଁ ଅସମର୍ଥ ହୋଇ ଥାଆନ୍ତି ତେଣୁ ଏହି କାରଣ ଯୋଗୁଁ ସେମାନେ ନିଜ ସ୍ୱାମୀ ଠାରୁ ଏହି କାରଣ ପାଇଁ ଦୁରେଇ ରୁହନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।