‘ପରକୀୟା ପ୍ରୀତି ଥିଲା ଓ ସବୁ ଦିନ ପାଇଁ ରହିବ, କାହିଁକି ଆମ ସମାଜରେ…’ ପରକୀୟା ପ୍ରୀତିକୁ ନେଇ କଣ କହିଲେ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ତେବେ ଆପଣ ମାନେ ତ ଜାଣିଥିବେ ଯେ, ବର୍ତ୍ତମାନ ସମୟରେ ଅଧିକାଂଶ ଏକ୍ସଟ୍ରା ମ୍ୟାରିଟାଲ ଅଫେୟାର ସମ୍ବନ୍ଧରେ ଶୁଣିବାକୁ ମିଳୁଛି ଏବଂ ଏହା ଏକ ଦଣ୍ଡନୀୟ ଅପରାଧ ବୋଲି ଲୋକ ମାନଙ୍କ ଧାରଣା ରହିଛି । ତେବେ ଏହି ପରକୀୟା ପ୍ରୀତି କଣ ପାଇଁ ଚାଲିଛି ଏବଂ ସବୁଦିନ ପାଇଁ ରହିବ ସେହି ସମ୍ବନ୍ଧରେ ବୁଝାଇଛନ୍ତି ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ । ଆସନ୍ତୁ ତାଙ୍କର ମତାମତ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ତେବେ ଏହି ବାବଦ ରେ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ କହିଛନ୍ତି ଯେ, ୨୩ ସେପ୍ଟେମ୍ବର ୨୦୧୭ ମସିହା ରେ ମାନ୍ୟବର ସୁପ୍ରିମକୋର୍ଟ ଜଷ୍ଟିସ ଦୀପକ ମିଶ୍ର ଙ୍କ ସମେତ ଅନ୍ୟ ପାଞ୍ଚ ଜଣ ଜଷ୍ଟିସ ଙ୍କ ଡିସ୍କସ ହୋଇଛି ଯେ, ପରକୀୟା ପ୍ରୀତି ଅର୍ଥାତ ୪୯୭ କୁ ଲିଗାଲାଇଜ କରିଦିଆଯାଇଛି ଏବଂ ସେଥିରେ କୌଣସି ଦଣ୍ଡ ମିଳିବ ନାହିଁ ।

ଏହାର କାରଣ ହେଉଛି ପ୍ରଥମେ ପରକୀୟା ପ୍ରୀତି ରେ କେବଳ ପୁରୁଷ ମାନେ ପାଞ୍ଚ ବର୍ଷ ପାଇଁ ଦଣ୍ତ ପାଉଥିଲେ । ନାରୀ ଙ୍କୁ ଗୋଟିଏ ବସ୍ତୁ ଭଳି ବ୍ୟବହାର କରାଯାଉଥିଲା ତେଣୁ ସେ କୌଣସି ପ୍ରକାର ଦଣ୍ଡ ପାଇବେ ନାହିଁ ବୋଲି ନିୟମ ଥିଲା । କିନ୍ତୁ ଯେତେବେଳେ ପୁରୁଷ ମାନଙ୍କ ଲିବର୍ଟି କଥା ଆସିଲା ସେତେବେଳେ ଏହି ୪୯୭ କୁ ଲିଗାଲ ବୋଲି କୁହାଗଲା ଏବଂ ଏଥିରେ କୌଣସି ଦଣ୍ଡ ମିଳିବ ନାହିଁ ବୋଲି ଘୋଷଣା କରାଗଲା ।

ଖାଦ୍ୟ ଓ ବସ୍ତ୍ର ଭଳି ସେ-କସ ହେଉଛି ଗୋଟିଏ ବାୟୋଲୋଜିକାଲ ନିଡ୍ । ଏହାକୁ ଲୋକଲୋଚନକୁ ଅଣାଯାଇ ନଥାଏ । ତେବେ ଏହା ସେମାନଙ୍କ ଉପରେ ଡିପେଣ୍ଡ କରେ । ତାଙ୍କ କହିବାନୁଯାୟୀ ଏକ୍ସଟ୍ରା ମ୍ୟାରିଟାଲ ଅଫେୟାର ଦୁଇ ପ୍ରକାର ର ହୋଇଥାଏ । ଗୋଟିଏ ହେଉଛି ଅନ୍ୟ ଲୋକଙ୍କ ସହିତ ରଖିବାରେ ଏବଂ ଅନ୍ୟଟି ହେଉଛି ନିଜ ପରିବାର ର କାହା ସହିତ ରଖିବାରେ ।

ଯଦି କୌଣସି ବ୍ୟକ୍ତି ନିଜ ପରିବାର ସଦସ୍ୟ ସହିତ ଏଭଳି ସମ୍ବନ୍ଧ ରଖିଥାଏ ତେବେ ଏହା ନିଶ୍ଚିତ ଭାବରେ ଦଣ୍ଡନୀୟ ଅଟେ । କିନ୍ତୁ ଅନ୍ୟ ସହିତ ସମ୍ବନ୍ଧ ରଖିବାକୁ ନେଇ ମାନ୍ୟବର ସୁପ୍ରିମକୋର୍ଟ ଏହାକୁ ଲିଗାଲ ବୋଲି ଜାରି କରି ସାରିଛି । ଯାହା ବର୍ତ୍ତମାନ ସମୟରେ ଅଧିକାଂଶ ଦେଖିଵାକୁ ମିଳୁଛି । ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *