କଣ ଆପଣ ଜାଣିଛନ୍ତି କି କାହା ପାଇଁ ସାରା ଜୀବନ ଅବିବାହିତ ରହିଥିଲେ Lata Mangeshkar, କିଏ ଅଟେ ତାଙ୍କର ସେହି ପ୍ରଥମ ପ୍ରେମ ? ଜାଣନ୍ତୁ ଅବିବାହିତ ରହିବାର କାରଣ !

ଲତା ମଙ୍ଗେସକର ଜଣେ ଏମିତି ବ୍ୟକ୍ତିତ୍ବ ଥିଲେ ଯିଏକି ସମସ୍ତଙ୍କ ହୃଦୟରେ ରାଜ କରୁଥିଲେ । ଛୋଟ ପିଲା ଠାରୁ ଆରମ୍ଭ କରୁ ବୟସ୍କ ଲୋକମାନେ ସମସ୍ତେ ତାଙ୍କର ଗୀତରେ ଝୁମୀ ଯାଉଥିଲେ । ସେ ସମସ୍ତଙ୍କ ପାଇଁ ଜଣେ ଆଦର୍ଶ ଓ ଉଦାହରଣ ଥିଲେ । କିନ୍ତୁ ଆଜି ସେ ଆମ ସମସ୍ତଙ୍କୁ ଛାଡି ଆର ପାରିକୁ ଚାଲି ଯାଇଛନ୍ତି । ଆଜି ଆମେ ଆପଣଙ୍କୁ ତାଙ୍କ ଜୀବନର ଏକ ଏମିତି ରହସ୍ୟ ବିଷୟରେ କହିବୁ ଯାହା ବିଷୟରେ କେହି ବି ଜାଣି ନାହାନ୍ତି ।

କହିଦେଉଛୁ କି ଲତା ମଙ୍ଗେସକର କେବେ ବି ବିବାହ କରି ନ ଥିଲେ । ଏହା ପଛରେ ବହୁତ କାରଣ ଅଛି । କିନ୍ତୁ ସେ ନିଜର ପ୍ରେମ ବିଷୟରେ କାହାକୁ ବି କିଛି କହି ନାହାନ୍ତି । ସମସ୍ତଙ୍କ ହୃଦୟରେ ପ୍ରେମର ଭାବନା ଜାଗ୍ରତ କରୁଥିବା ଲତା ମଙ୍ଗେସକର ବି ପ୍ରେମ କରିଥିଲେ । କିନ୍ତୁ ନିଜର ପସନ୍ଦିତା ସାଥି ନ ମିଳିବା କାରଣରୁ ଆଜି ପର୍ଯ୍ୟନ୍ତ ଲତା ମଙ୍ଗେସକର ଅବିବାହିତା ଥିଲେ । ମଧ୍ୟପ୍ରଦେଶର ଇନ୍ଦୋରରେ ୧୯୨୯ ମସିହା ସେପ୍ଟେମ୍ବର ୨୯ ତାରିଖରେ ଲତା ମଙ୍ଗେସକର ଜନ୍ମ ଗ୍ରହଣ କରିଥିଲେ ।

ସେ ୩୬ ଟି ଭାରତୀୟ ଭାଷାରେ ଗୀତ ଗାଇଛନ୍ତି । ପଦ୍ମ ଭୂଷଣ, ଦାଦା ସାହେବ ଫାଲକେ ଆୱାର୍ଡ, ପଦ୍ମ ବିଭୂଷଣ ଓ ଭାରତ ରତ୍ନ ସମ୍ମାନ ଭଳି ଉଚ୍ଚ ଉଚ୍ଚ ସମ୍ମାନରେ ସେ ସମ୍ମାନିତ ହୋଇଛନ୍ତି । କିନ୍ତୁ ୯୩ ବର୍ଷ ବୟସରେ ସେ ଆଖି ବୁଝି ଦେଇଛନ୍ତି । ଜୀବନରେ ସଫଳତା ପାଇବା ସତ୍ବେ ସେ କେବେ ବି ବିବାହ କରିବା ପାଇଁ ଇଚ୍ଛା ପ୍ରକାଶ କରି ନ ଥିଲେ । ମିଡିଆ ରିପୋର୍ଟ ଅନୁସାରେ ଲତା ମଙ୍ଗେସକରଙ୍କ ବିବାହ ନ କରିବା ପଛରେ ଦୁଇଟି କାରଣ ଥିଲା ।

ପ୍ରଥମତଃ ବାପାଙ୍କ ଅଚାନକ ବିୟୋଗ କାରଣରୁ ପରିବାରର ସମସ୍ତ ଦାୟିତ୍ଵ ତାଙ୍କ ଉପରକୁ ଆସି ଯାଇ ଥିଲା । ସେଥିପାଇଁ ସେ ସଙ୍ଗୀତ କ୍ଷେତ୍ରରେ ନିଜର କ୍ୟାରିୟର ଗଢିବା ସହିତ ଭାଇ ଭଉଣୀଙ୍କ ଦେଖା ଶୁଣା କରୁ କରୁ ନିଜ କଥା ଭୁଲି ଗଲେ । କିନ୍ତୁ ଏହା ମଧ୍ୟରେ କୁହାଯାଏ କି ଲତା ପ୍ରେମରେ ପଡିଥିଲେ । ଲତା ତାଙ୍କର ଭାଇଙ୍କ ବନ୍ଧୁ ରାଜ ସିଂହଙ୍କୁ ପ୍ରେମ କରୁଥିଲେ । ଯିଏକି ରାଜକୁମାର ବି ଥିଲେ । କିନ୍ତୁ ପ୍ରେମ ତାଙ୍କ ଭାଗ୍ୟରେ ନ ଥିଲା । ବିବାହ କରିବା ପାଇଁ ଦୁଇ ଜଣ ପ୍ରସ୍ତୁତ ଥିଲେ ।

କିନ୍ତୁ ଏହି ସମୟରେ ତାଙ୍କର ଭାଗ୍ୟ ତାଙ୍କର ସାଥ ଦେଇ ନ ଥିଲା । ଲତାଙ୍କ ସହ ରାଜ ସିଂହଙ୍କ ବିବାହ ପାଇଁ ରାଜ ସିଂହଙ୍କ ପିତା ମାନି ନ ଥିଲେ । ଗୋଟିଏ ସାଧାରଣ ଘରର ଝିଅକୁ ସେ ବୋହୁ କରିବେ ନାହିଁ ବୋଲି ମନା କରି ଦେଇଥିଲେ । ରାଜ ସିଂହଙ୍କ ପିତାଙ୍କ ଏହି ନିଷ୍ପତି ପରେ ଲତାଙ୍କ ମନ ଭାଙ୍ଗି ଯାଇ ଥିଲା । ଏହି ସମୟରେ ରାଜ ସିଂହ ବି ଏକ ବଡ ନିଷ୍ପତି ନେଇ ଥିଲେ । ସେ କେବେ ବି କାହାକୁ ବାହା ହେବେ ନାହିଁ ବୋଲି ନିଷ୍ପତି ନେଇ ଥିଲେ ।

ଅନ୍ୟ ପଟେ ଲତା ବି ଜୀବନରେ କାହାକୁ ବିବାହ କରିବେ ନାହିଁ ବୋଲି ନିଷ୍ପତି ନେଇଥିଲେ । ଏହିଭଳି ଭବାରେ ଆଜୀବନ ଦୁଇ ଜଣ ବିବାହ ନ କରି ପରସ୍ପରର ଭଲ ବନ୍ଧୁ ହୋଇ ଥିଲେ । ଆଜି ଲତା ମଙ୍ଗେସକରଙ୍କ ମୃତ୍ୟୁ ପରେ ପୁରା ଭାରତ ସ୍ତବ୍ଦ ହୋଇ ଯାଇଛି ।

Leave a Reply

Your email address will not be published. Required fields are marked *