କେବଳ 2 ବୁନ୍ଦା କାନରେ ପକେଇ ଦେଲେ କାନର ସବୁ ମଇଳା ସଫା ହେଇଯିବ, ବିନା କୌଣସି କଷ୍ଟରେ

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଆମ କାନ ରେ ମଇଳା ଜମା ହେବା ଏକ ସାଧାରଣ କଥା । ସବୁ ବ୍ୟକ୍ତି ଙ୍କ କାନ ରେ ଏହି ସମସ୍ୟା ଦେଖା ଦିଏ । ଏବଂ କାନ ରେ ମଇଳା ଜମା ହେଲେ କାନ ରେ ଅନେକ ସମସ୍ୟା ଦେଖା ଦେଇଥାଏ । ଏବଂ କାନ ରେ ମଇଳା ଦେଖି କରି ଅନ୍ୟ ମାନଙ୍କୁ ମଧ୍ୟ ଘୃଣା ହୋଇଥାଏ । କିନ୍ତୁ କାନ ରେ ମଇଳା ଜମା ହେବା ଏକ ଭଲ କଥା କିନ୍ତୁ ତାକୁ ସଫା କରିବା ମଧ୍ୟ ଆବଶ୍ୟକ ଅଟେ ।

କାରଣ କାନ ରେ ଏହି ମଇଳା ରହି କାନ ବିନ୍ଧିବା ଭଳି ସମସ୍ୟା ମଧ୍ୟ ଦେଖା ଯାଏ । ଏବଂ ଠିକ ଭାବରେ ଶୁଣା ମଧ୍ୟ ଯାଏ ନାହିଁ । କିନ୍ତୁ ଅନେକ ବ୍ୟକ୍ତି କାନ ରୁ ମଇଳା ସଫା କରିବା ପାଇଁ ବହୁତ ଭୁଲ ପଦ୍ଧତି କୁ ପ୍ରୟୋଗ କରିଥାନ୍ତି । ଏହା ଦ୍ୱାରା କାନ କୁ କ୍ଷତି ମଧ୍ୟ ହୋଇ ପାରିବ । କାନ ର ପରଦା ଫାଟି ଯାଇ ପାରେ । ଏବଂ ଶୁଣିବା ଶକ୍ତି ମଧ୍ୟ କମି ଯାଇଥାଏ । ଏବଂ ବିନ୍ଧା ମଧ୍ୟ ହୋଇଥାଏ ।

କାରଣ କାନ ଆମ ଶରୀର ର ସବୁଠାରୁ କୋମଳ ଅଙ୍ଗ ତେଣୁ ତାହା ପ୍ରତି କୌଣସି ଭୁଲ କରିବା ଆଦୌ ଉଚିତ ନୁହେଁ । ଏବଂ କୌଣସି ପ୍ରକାରର ଜବରଦସ୍ତ କରିବା ମଧ୍ୟ ଉଚିତ ନୁହେଁ । ମଇଳା ଜମା ହେବା ମଧ୍ୟ ଆବଶ୍ୟକ କାରଣ ମୃତ କୋଷ ଏହି ମଇଳା ମାଧ୍ୟମରେ ଆସିଥାଏ । କିନ୍ତୁ ଅଧିକ ଜମା ହେବା ଦ୍ୱାରା ଏହା କାନକୁ କ୍ଷତି ମଧ୍ୟ ହୋଇଥାଏ ।
ତେବେ ଚାଲନ୍ତୁ ଜାଣିନେବା କାନକୁ କିପରି ସହଜ ଏବଂ ସରଳ ଭାବରେ ସଫା କରି ପାରିବା ।

୧- ପ୍ରଥମ ଉପାୟ ଟି ହେଉଛି କାନ ରେ ବାଦାମ ତେଲ ପକାଇ ସେହି ପଟକୁ କିଛି ସମୟ ମୁଣ୍ଡ ନୁଆଁଇ ରଖିଲେ ସେହି ମଇଳା ନରମ ହୋଇ ଯାଏ ଏବଂ ଆସ୍ତେ ଆସ୍ତେ ବାହାରି ମଧ୍ୟ ଯାଇଥାଏ ।

୨- ଦ୍ୱିତୀୟ ଉପାୟ ହେଉଛି ହାଇଡ୍ରୋଜେନ ପାରାଆକ୍ସାଇଡ଼ । ଏହା ସବୁଠାରୁ ଶୀଘ୍ର ଏବଂ ପ୍ରଭାବି ଉପଚାର । ଆପଣ ଏକ ଚାମଚ ପାଣିରେ ଏହାକୁ ଦୁଇ କିମ୍ବା ତିନି ବୁନ୍ଦ ପକାଇ ମିଶେଇ ତୁଳା ର ସାହାର୍ଯ୍ୟ ରେ ସେହି ମିଶ୍ରଣ କୁ କାନ ରେ ପକାଇବା ଦ୍ୱାରା ଏହା ମଇଳା କୁ ଫୁଲେଇ ଦିଏ ଏବଂ ତାକୁ ବାହାର କରି ଦେଇଥାଏ । ଏହାକୁ ଗୋଟିଏ କାନ ସଫା ହେବା ପରେ ଅନ୍ୟ କାନ କୁ ସଫା କରିବା ଉଚିତ । କିନ୍ତୁ ଏହାର ଅଧିକ ବ୍ୟବହାର ଦ୍ୱାରା ଏହା କାନ କୁ କ୍ଷତି କରିଦେଇ ଥାଏ । ତେଣୁ ସାବଧାନ ର ସହିତ ଏବଂ ଡାକ୍ତର ଙ୍କ ପରାମର୍ଶ ରେ ନେବା ଉଚିତ ।

୩- ତୃତୀୟ ରେ ହେଉଛି ସୋରିଷ ତେଲ କୁ ନଖ ଉଷୁମ ଗରମ କରି ତୁଳା ର ସାହାର୍ଯ୍ୟ ରେ କାନ ରେ ପକାଇବା ଦ୍ୱାରା ସହଜରେ ମଇଳା ବାହାରି ଯାଇଥାଏ । ଏହାକି ତିନି ରୁ ଚାରି ଟୋପା କାନ ରେ ପକାଇ ତୁଳା ଦେଇଦେବା ଏବଂ କିଛି ସମୟ ପରେ ଧୀରେ ଧୀରେ ବାହାର କରିବା ଏହା ଅତି ସହଜ ଏବଂ ସରଳ ଭାବରେ ବାହାରି ଯାଇଥାଏ । କାନ ରେ କୌଣସି ପ୍ରକାରର ମୂନିଆ ଜିନିଷ କିମ୍ବା କଲମ କିମ୍ବା କାଠି ପୁରାଇବା ଉଚିତ ନୁହେଁ ଏହା ଦ୍ୱାରା କାନକୁ ଅନେକ କ୍ଷତି ହୋଇ ଥାଏ । ଆମେ ଆଶା କରୁଛୁ ଆପଣ ମାନଙ୍କୁ ଏହି ବିଷୟରେ ଆଲୋଚନା ଟି ପସନ୍ଦ ଆସିଥିବ ।

Leave a Reply

Your email address will not be published. Required fields are marked *