କ’ଣ ଖାଇଲେ ରହିବେ ସୁସ୍ଥ ? Niharika Dash

ବନ୍ଧୁଗଣ ବର୍ତ୍ତମାନର ସମୟରେ ପ୍ରାୟତଃ ସମସ୍ତ ମଣିଷ ଟଙ୍କା ରୋଜଗାର କରିବା ପାଇଁ ଦିନ ରାତି କଷ୍ଟ କରୁଛନ୍ତି । ଲୋକମାନେ ଟଙ୍କା ରୋଜଗାର କରିବା ପାଇଁ ଏତେ ବ୍ୟସ୍ତ ରହୁଛନ୍ତି ଯେ, ସେମାନେ ନିଜ ଖାଦ୍ୟ ପେୟ ଓ ଜୀବନ ଶୈଳୀ ଉପରେ ଅଧିକ ଧ୍ୟାନ ଦେଇପାରୁ ନାହାନ୍ତି । ଆମ ସମସ୍ତଙ୍କ ପାଇଁ ସଠିକ ଓ ସନ୍ତୁଳିତ ଖାଦ୍ୟ ନିହାତି ଜରୁରୀ ଅଟେ । ଯଦି ଆମେ ଲମ୍ବା ସମୟ ପର୍ଯ୍ୟନ୍ତ ରୋଗରୁ ଦୂରେଇ ରହିବାକୁ ଚାହୁଁଛୁ ତା ହେଲେ ଆମକୁ ଏକ ଭଲ ଜୀବନ ଶୈଳୀ ସହ ଖାଦ୍ୟ ପେୟ ଉପରେ ଧ୍ୟାନ ଦେବାକୁ ପଡିବ ।

ତେବେ ବନ୍ଧୁଗଣ ସୁସ୍ଥ ରହିବା ପାଇଁ କଣ ସବୁ ଖାଇବା ଉଚିତ ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।ପ୍ରତ୍ୟକ ଦିନ ଆମକୁ ପୋଷଣ ଥିବା ଖାଦ୍ୟର ସେବନ କରିବା ଉଚିତ ଯେଉଁଥିରେ ପ୍ରୋଟିନ, ଭିଟାମିନ, ମିନିରାଲ୍ସ ଓ ନ୍ୟୁଟ୍ରେନସ ଥିବା ନିହାତି ଆବଶ୍ୟକ । ଗୋଟେ ବାଲାନ୍ସ ଡାଏଟ ପ୍ଳାନ କହିବାକୁ ଗଲେ ବ୍ୟକ୍ତିର ଓଜନ, ବୟସ, ଉଚ୍ଚତା ଓ କାର୍ଯ୍ୟକୁ ଦେଖି ଗୋଟେ ଡାଏଟ ପ୍ଳାନ ପ୍ରସ୍ତୁତ କରାଯାଇଥାଏ ।

ବନ୍ଧୁଗଣ ଅଧିକାଂଶ ଲୋକ ବ୍ରେକଫାଷ୍ଟ ଓ ସନ୍ଧ୍ୟା ବେଳର ଖାଦ୍ୟ ଉପରେ ଅଧିକ ଧ୍ୟାନ ଦିଅନ୍ତି ନାହିଁ । ହେଲେ ଯଦି ଆପଣ ନିଜ ଶରୀରକୁ ଠିକ ସମୟରେ ଓ ଠିକ ଭାବରେ ଖାଦ୍ୟ ଯୋଗାଇବେ ନାହିଁ ତା ହେଲେ ଆଗାମୀ ସମୟରେ ଆପଣ ମାନଙ୍କୁ ଅନେକ ରୋଗର ସମ୍ମୁଖୀନ ହେବାକୁ ପଡିପାରେ । ଆପଣ ମାନେ ସକାଳେ ଚୂଡା, ଛତୁଆ, ଅଣ୍ଡା ସିଯା ଓ ସାଲାଡ ଆଦି ଖାଇ ଅଫିସ ଯାଇପାରିବେ ।

ଲଞ୍ଚରେ ଆପଣ ମାନେ ଭାତ ନହଲେ ରୁଟି ଖାଇପାରିବେ । ସନ୍ଧ୍ୟା ବେଳେ ଆପଣ ମାନେ ଜୁଷ ହେଉ କିମ୍ବା ଅଣ୍ଡା ଆମ୍ବଲେଟ ହେଉ କିମ୍ବା ଫଳ ସାଲାଡ ଖାଇପାରିବେ । ବନ୍ଧୁଗଣ ରାତିରେ ସବୁଠାରୁ କମ ବା ଲାଇଟ ଖାଦ୍ୟ ଖାଇବା ଉଚିତ ଯାହା ସହଜରେ ହଜମ ହୋଇପାରିବ । ଯଦି ଆପଣ ରାତିରେ ଅଧିକ ଖାଇବେ ତା ହେଲେ ସେହି ଖାଦ୍ୟ ଠିକ ଭାବରେ ହଜମ ହେବ ନାହିଁ ଓ ଶେଷରେ ତାହା ଚର୍ବିରେ ପରିଣତ ହୋଇଯିବ । ଆଗାମୀ ସମୟରେ ଆପଣ ମାନଙ୍କୁ ମୋଟାପଣ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ ।

ବନ୍ଧୁଗଣ ବର୍ତ୍ତମାନର ସମୟରେ ଅଧିକାଂଶ ଲୋକ ତେଲ ମସଲା ଜାତୀୟ ଖାଦ୍ୟ ଖାଇବା ପାଇଁ ଅଧିକ ପସନ୍ଦ କରୁଛନ୍ତି । ଏହି ସବୁ ଖାଦ୍ୟ ଖାଇବା ଦ୍ଵାରା ଆପଣଙ୍କ ଶରୀରରେ ଅନେକ ପ୍ରକାରର ରୋଗ ହୋଇଥାଏ । ତେଣୁ ବନ୍ଧୁଗଣ ଆପଣ ମାନେ ଅଧିକ ତେଲ ମସଲା ଜାତୀୟ ଖାଦ୍ୟ ଖାନ୍ତୁ ନାହିଁ । ଏହା ସହିତ ଯେଉଁ ମାନେ ଧୂ-ମ୍ର-ପା-ନ ଓ ମ-ଦ୍ୟ-ପା-ନ କରୁଛନ୍ତି ସେମାନେ ଧୀରେ ଧୀରେ ଏହି ଖରାପ ଅଭ୍ଯାସକୁ ଛାଡନ୍ତୁ । ଏହି ସବୁ କଥାକୁ ଧ୍ୟାନରେ ରଖିଲେ ଆପଣ ମାନେ ଏକ ସୁସ୍ଥ ଜୀବନ ନିଶ୍ଚୟ ବଞ୍ଚିବେ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *