ସାହି ହୁଏନା କି କହି ହୁଏନା ! ଯଦି ନିଜ ଲୋକମାନେ ଦୁଃଖ ଦିଅନ୍ତି କଣ କରିବେ ?

ବନ୍ଧୁଗଣ ଏହି ଦୁନିଆର ସମସ୍ତ ଲୋକ ନିଜ ନିଜ ଚିନ୍ତାରେ ବୁଡି ରୁହନ୍ତି । ହେଲେ ଅନେକ ଲୋକ ଏପରି ଅଛନ୍ତି ଯେଉଁ ମାନଙ୍କୁ ନିଜ ଲୋକମାନେ ଧୋକା ଦେଇଥାନ୍ତି । ପରଲୋକ ଯଦି ଧୋକା ଦିଏ ତା ହେଲେ ଆମେ ସେହି ଲୋକ ଠାରୁ ଦୂରେଇ ଯାଇଥାଉ । ଯଦି ସେ ଆମକୁ ଆଘାତ ଦେଇଥାଏ ତେବେ ଆମେ ତାକୁ ଆଘାତ ଦେଇପାରୁ । ଯଦି ସେହି ଲୋକ ସହ କୌଣସି ସମ୍ପର୍କ ନଥିବ ତା ହେଲେ ତାର କଡା ଜବାବ ଆମେ ଦେଇଥାଉ ।

ଆଉ ଯଦି ସମ୍ପର୍କ ବଞ୍ଚାଇବା ପାଇଁ ଚାହିଁ ଥାନ୍ତି ତା ହେଲେ ଆମେ ତା ଠାରୁ ଦୂରେଇ ଆସିଥାଉ । ହେଲେ ଯଦି ଆମ ନିଜ ଲୋକ ଆମକୁ କଷ୍ଟ ଦିଅନ୍ତି ତା ହେଲେ ଆମେ କଣ କରିବା । ବାପା, ମା, ଭାଇ, ଭଉଣୀ, ବନ୍ଧୁ ଓ ସମ୍ପର୍କୀୟ ମାନେ ଯଦି କଷ୍ଟ ଦୁଃଖ ଦିଅନ୍ତି ତା ହେଲେ ଆମେ କଣ କରିବା । ଏମାନଙ୍କୁ ତ ଆମେ ଆଘାତ ଦେଇ ପାରିବା ନାହିଁ ଓ ସେମାନଙ୍କୁ ଆମେ ଛାଡି ଦେଇ ପାରିବା ନାହିଁ । କିନ୍ତୁ ଦେଇଥିବା ଦୁଃଖ ମଧ୍ୟ ଆମେ ସହି ପାରିବା ନାହିଁ ।

ବନ୍ଧୁଗଣ ସବୁବେଳେ ମନେ ରଖିବେ ଜୀବନରେ ଯେତେ ବଡ ସମସ୍ୟା ଥାଉ ନା କାହିଁକି ତାର ସମାଧାନ ଅଛି । ପ୍ରତ୍ୟକ ସମସ୍ୟା ତାର ସମାଧାନକୁ ନେଇ ଆସି ଥାଏ । ତା ହେଲେ ବନ୍ଧୁଗଣ ଆସନ୍ତୁ ଏହି ସମସ୍ୟାର ସମାଧାନ କରିବା । କଥାରେ ଅଛି ଯଦି ଜୀବନରେ ସଫଳତା ପାଇବା ପାଇଁ ଚାହୁଁଛନ୍ତି ତା ହେଲେ ଏକୁଟିଆ ଦୌଡନ୍ତୁ । ଜୀବନରେ ଯଦି ସବୁଦିନ ସୁଖ ଓ ଆନନ୍ଦରେ ବଞ୍ଚିବାକୁ ଚାହୁଁ ଛନ୍ତି ତା ହେଲେ ସମସ୍ତଙ୍କୁ ନେଇ ଚାଲନ୍ତୁ ।

ଏହି ପନ୍ତିଟି ବହୁତ ଗୁରୁତ୍ଵପୂର୍ଣ୍ଣ ପନ୍ତି । ଆମେ ଯଦି ଜୀବନରେ ଖୁବ ଶୀଘ୍ର ଅଗ୍ରଗତି କରିବାକୁ ଚାହିଁବା ଆମେ ହୁଏତ ଅନ୍ୟ ମାନଙ୍କର ଦାୟିତ୍ଵ ନେବା କମ କରିବା । ହେଲେ ଆମେ ସମସ୍ତଙ୍କୁ ନେଇ ଚାଲିବା ଉଚିତ । ଆଉ ସେହି ସମସ୍ତଙ୍କ ମଧ୍ୟରୁ ଆମ ନିଜ ଲୋକ ହେଉଛନ୍ତି ପ୍ରଥମ । ବନ୍ଧୁଗଣ ଜୀବନ ଯାତ୍ରାରେ ଅନେକ ଝଡ ଓ ସମସ୍ୟା ଆସିବ । ନିଜର ଲୋକ ମାନେ ଆପଣ ମାନଙ୍କୁ ଯେତେ କଷ୍ଟ ଦିଅନ୍ତୁ ନା କାହିଁକି ହେଲେ ଏହି ଝଡ ସମସ୍ୟାରେ ଦେଖିବେ ସେହି ମାନେ ଆପଣଙ୍କ ସହ ଛିଡା ହେବେ ।

ଜୀବନରେ ଯେତେ ବି ପରଲୋକଙ୍କୁ ଆପଣ ନିଜର କରନ୍ତୁ ହେଲେ ଯେତେବେଳେ କଷ୍ଟ ଆସିବ ସେତେବେଳେ ଆପଣ ପ୍ରକୃତ ନିଜ ଲୋକଙ୍କୁ ମନେ ପକାଇବେ । ତେଣୁ ବନ୍ଧୁଗଣ ଏହି ଦୁନିଆରେ ସମସ୍ତେ ଆପଣଙ୍କୁ ଛାଡି ଦିଅନ୍ତୁ ନା କାହିଁକି ନିଜ ଲୋକମାନେ ଆପଣଙ୍କ ସହ ସମସ୍ତ ପରିସ୍ଥିତିରେ ଛିଡା ହେବେ ଏଣିକି ତାହା ଦୁଃଖ ହେଇ କି ସୁଖ ।

Leave a Reply

Your email address will not be published. Required fields are marked *