ନମସ୍କାର ବନ୍ଧୁଗଣ ତେବେ ଆରମ୍ଭ ହେବାକୁ ଯାଉଛି ଓଡ଼ିଆ ଘରର ମାଣବସା ଓଷା । ଏହା ଓଡ଼ିଶାରେ ପାଳିତ ଏକ କୃଷିଭିତ୍ତିକ ପର୍ବ । ଏହି ପର୍ବରେ ମହାଲକ୍ଷ୍ମୀଙ୍କୁ ଗୃହରେ ଧନଧାନ୍ୟ ବୃଦ୍ଧି ନିମନ୍ତେ ମଧ୍ୟ ପୂଜା କରାଯାଏ । ମାର୍ଗଶିର ମାସରେ ଓଡ଼ିଆ ସାଧବା ନାରୀମାନେ ଏହି ଓଷା ପାଳନ କରିଥାନ୍ତି । ଏହି ପୂଜା ଅନ୍ୟ ଦେଶ ଓ ରାଜ୍ୟ ମାନଙ୍କରେ ପ୍ରଚଳନ ନାହିଁ । ମାଣବସା ଓଷାକୁ ଲକ୍ଷ୍ମୀପୂଜା ମଧ୍ୟ କୁହାଯାଏ ।
ଏହି ଓଷାକୁ ଓଡ଼ିଶାର ସମସ୍ତ ଜାତିର ଲୋକେ ପାଳନ କରିଥାନ୍ତି । ଏହି ସମୟରେ ଧନଧାନ୍ୟ, ବାତ୍ସଲ୍ୟ ଓ ଦୟା କ୍ଷମାର ପ୍ରତିମୂର୍ତ୍ତି ରୂପେ ଲକ୍ଷ୍ମୀଙ୍କୁ କଳ୍ପନା କରାଯାଇ ଘରର ଶ୍ରୀ, ସମୃଦ୍ଧି, ପରିଷ୍କାର-ପରିଚ୍ଛନ୍ନତା ଆଦି ପ୍ରତି ଦୃଷ୍ଟି ଦିଆ ଯାଇଥାଏ।ମାର୍ଗଶିର ମାସରେ ପୂଜା ଘରେ ଧାନ ମେଣ୍ଟା ବା “ଧାନବେଣୀ”ରେ ସଜା ଯାଇଥାଏ । ଧାନକେଣ୍ଡାକୁ ଗୁନ୍ଥି ଏହି ମେଣ୍ଟା ବା ବେଣୀ ତିଆରି କରାଯାଏ।
ତେବେ ଲକ୍ଷ୍ମୀ ପୂଜା ପାଇଁ ଆମେ ପ୍ରଥମେ କୁସୁମ ଫୁଲ, ପଦ୍ମ ଫୁଲ ଏବଂ ଅନ୍ୟ ସବୁ ଜିନିଷ ଆଣିଥାଉ । ତାପରେ ଗୋଟେ ଖଟୁଲି ନେଉ ଯୋଉଥିରେ ପଦ୍ମ ଫୁଲର ଚିତା ପକାଇଥାଉ । ଗୁରୁବାର ଦିନ ନାରୀମାନେ ଶୁଦ୍ଧପଟ ହୋଇ ଧାନ ମାଣରେ ସୁଖା ଧାନ ରଖି ଫଳ, ମୂଳ, ଅରୁଆ ଚାଉଳ, ଦୁବ ପତ୍ର, ଧୂପ ଦୀପ ନୈବେଦ୍ୟ ଦେଇ ମା ଙ୍କ ଆରାଧନା ଆରମ୍ଭ କରିଥାଉ ।
ଏବଂ ଶଙ୍ଖ ହୁଳହୁଳି ଦେଇ ଲକ୍ଷ୍ମୀ ପୁରାଣ ପାଠ କରିବା ସହିତ ଖିରି, ପୁରୀ, ଖେଚେଡ଼ି, ପିଠା ପଣା ଆଦି ଭୋଗରେ ଘର ପବିତ୍ର ଓ ଆନନ୍ଦିତ ହୋଇଯାଏ । ପ୍ର
ଥମେ ସକାଳେ ବାଳଭୋଗ ପାଇଁ ବି ପ୍ରସ୍ତୁତ କରି ରଖିଦେବେ । ତାପରେ ଗୋଟେ ଝୋଟି ପକେଇ ସେଥିରେ ଖଟୁଲି ବସାଇବେ । ତାପରେ ପୂଜା ଆରମ୍ଭ କରିବେ। ଆପଣ ସୋଳଗୋଟି ଝୋଟି କରିମଧ୍ୟ ଖଟୁଲି ରଖି ପାରିବେ। ଖଟୁଲି ଉପରେ ଧାନ ଭରି କରିଦେବେ। ତେବେ ଆପଣ ଯେତେ ଧାନ ରଖିବେ ମା ଲକ୍ଷ୍ମୀ ଆପଣଙ୍କ ଉପରେ ସେତେ ଅଧିକ ପ୍ରସନ୍ନ ହେବେ । ସେହି ଧାନ ଉପରେ ଗୋଟେ ମାଣ ରଖିଦେବେ, ତାକୁ ଧାନ ରେ ଭରିଦେବେ ତାପରେ ସେହି ମାଣ ଉପରେ ଆଊ ଏକ ଶେର ମାଣ ରଖିବେ ।
ତାପରେ ଗୋଟେ ବଡ଼ ବାସନ ବା ତସଲା ନେଇ ସେଥିରେ କିଛି ପାଣିରେ ଅଳ୍ପ ହଳଦୀ ପକାଇ ଦୁବ ଘଷାରେ ଗୋଳାଇ ଏହି ପାଣିକୁ ଭଲ ଭାବରେ ମାଣରେ ଚିଂଚି ଦେବେ । ତାପରେ କଳସ ବସାଇବେ । ଏହା ପରେ ମାଣ ଉପରେ ତିନୋଟି ଗୁଆ ଏବଂ ତିନୋଟି ହଳଦୀ ବସାଇ ଦେବେ । ଏହାପରେ ମାତାଙ୍କୁ ବସ୍ତ୍ର ପିନ୍ଧିବେ । ମାତା ଲକ୍ଷ୍ମୀ ଙ୍କର ପାସନ୍ଦିତ ଜିନିଷ ଗୁଡ଼ିକ ରଖି ଭଲ ଭାବରେ ମାତା ଲକ୍ଷ୍ମୀ ଙ୍କୁ ସଜାଇ ଦେବେ । ତାପରେ ନୀତି ନିୟମ ସହିତ ମାଣ ବାସ ପୂଜା କରନ୍ତୁ।
ଏହି ପରି କରିବା ଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ବହୁତ ଖୁସି ହୁଅନ୍ତି ଏବଂ ଆପଣଙ୍କ ଉପରେ ନିଜର ଆଶୀର୍ବାଦ ମଧ୍ୟ ପ୍ରଦାନ କରନ୍ତି ଯାହା ଦ୍ୱାରା ଆପଣ ଧନବାନ ହୋଇ ପାରନ୍ତି, ସୁଖ ସମୃଦ୍ଧି ଆପଣଙ୍କ ଘରକୁ ଆସିଥାଏ ଚାରିଆଡେ ସୁଖ ଶାନ୍ତି ଭରି ରହିଥାଏ। ତେବେ ଆଶା କରୁଛି ଏହି ବିଷୟ ଟି ଆପଣ ଙ୍କୁ ପସନ୍ଦ ଆସିଥିବ ତେବେ ନିଜର ମତାମତ ଆମକୁ ନିଶ୍ଚିତ ଜଣାନ୍ତୁ।