‘ଦୟାକରି ଆମକୁ ଏଠାରୁ ଉଦ୍ଧାର କର, ଆମେ ଏଠି…’ ନିଜ Video ଛାଡି ଆକୁଳ ନିବେଦନ କରୁଛନ୍ତି Sumit ଙ୍କ ଜେଜେମା’, ସେ କଣ କହୁଛନ୍ତି ଦେଖନ୍ତୁ ଏହି Video

ବନ୍ଧୁଗଣ ଗତ କାଲି ତପସ୍ଵିନୀ ଓ ସୁମିତ ପାରିବାରିକ ମାମଲାରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳିଥିଲା । ଏବେ ତପସ୍ଵିନୀଙ୍କ ସହ ଜନସାଧାରଣ ମାନଙ୍କ ସମର୍ଥନ ରହିଛି ତେବେ ବର୍ତ୍ତମାନର ସମୟରେ ଜନସାଧାରଣ ମାନଙ୍କ ଉତ୍ତେଜନା ଦେଖିବାକୁ ମିଳୁଛି । ସମସ୍ତ ଲୋକ ପ୍ରମୋଦ ସାହୁଙ୍କ ଘର ସାମ୍ନାରେ ଗତ କାଲି ଛିଡା ହୋଇଥିଲେ ହେଲେ କୋର୍ଟ ଶୁଣାଣି ଆସିବା ପରେ ଲୋକମାନେ ହଠାତ ଉତ୍ତେଜିତ ହୋଇ ପ୍ରମୋଦ ସାହୁଙ୍କ ଘର ଗେଟ ଭାଙ୍ଗି ଦେଇଥିଲେ ।

ବନ୍ଧୁଗଣ ଗେଟ ଭାଙ୍ଗିବା ପରେ ଏହି ମାମଲାର ଚର୍ଚା ସବୁ ଆଡେ ହେଉଛି । ତେବେ ଘର ଗେଟ ଭାଙ୍ଗିବା ପରେ ପ୍ରଥମେ ସୁମିତଙ୍କ ବାପା ଓ ପରେ ସୁମିତ ନିଜର ବୟାନ ଦେଇଥିଲେ । ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସୁମିତଙ୍କ ଜେଜେ ମା ନିଜର ପ୍ରତିକ୍ରୟା ଦେଊଛନ୍ତି ।

ଏବେ ପ୍ରଥମ ଥର ପାଇଁ ସୁମିତଙ୍କ ଜେଜେମା ସୋସିଆଲ ମିଡିଆ ଜରିଆରେ ଲୋକ ମାନଙ୍କୁ ନିଜର ମନ କଥା କହିଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଭାଇରାଲ ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ । ଭାଇରାଲ ହେଉଥିବା ଭିଡିଓରେ ସୁମିତଙ୍କ ଜେଜେ ମା କହୁଛନ୍ତି-‘ମୁ ପ୍ରମୋଦ କୁମାର ସାହୁଙ୍କ ମା ମୁ ବ୍ରହ୍ମନଗର ସେକେଣ୍ଡ ଲେନରୁ କହୁଛି’ ।

ଆଗକୁ ସେ କହୁଛନ୍ତି-‘ଗତ କାଲି ତପସ୍ଵିନୀ ଦାସ, ପ୍ରମିଳା ତ୍ରିପାଠୀ ଆଉ ବହୁତ ଲୋକ ଆସି ହୋ ହାଲା କରି ଆମ ଗେଟ ଭାଙ୍ଗି ପଶି ଆସିଥିଲେ । ମୋତେ ତାଲା ପକାଇ ଭିତରେ ରଖିଛନ୍ତି ମୁ ଭାରି ଅସୁସ୍ଥ ମୋତେ ଏଠୁ ଆମ ଘରକୁ ସବୁ ଉଦ୍ଧାର କର । ଆମେ ସମସ୍ତେ ଅସୁସ୍ଥ ହେଲୁଣି ଏସପି ସାହେବ, କଲେକ୍ଟର ସାହେବଙ୍କୁ ଅନୁରୋଧ କରୁଛି ମୋ ଘର ପ୍ରତି ବିପଦ ଅଛି ମୁ ଅନୁରୋଧ କରୁଛି ମୋତେ ବହୁତ ଭୟ ଲାଗୁଛି ଆପଣ ଶୀଘ୍ର ଆସି ଆମକୁ ରକ୍ଷା କରନ୍ତୁ’ ।

ତା ହେଲେ ବନ୍ଧୁଗଣ ଏଭଳି ଭାବରେ ସୁମିତଙ୍କ ଜେଜେ ମା ଭାଇରାଲ ହେଉଥିବା ଭିଡିଓରେ ନିଜର ପ୍ରତିକ୍ରିୟା ଦେଇଛନ୍ତି ଓ ପରିବାରକୁ ରକ୍ଷା କରିବା ପାଇଁ ଅନୁରୋଧ କରୁଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *