ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଆଲିୟା ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ବନ୍ଧୁଗଣ ଆଲିୟା ହେଉଛନ୍ତି ଜଣେ ଏପରି ଅଭିନେତ୍ରୀ ଯିଏ ଅତି କମ ବର୍ଷ ବୟସରେ ବଲିଉଡ ଇଣ୍ଡଷ୍ଟ୍ରିରେ ସଫଳତା ପାଇଛନ୍ତି । ତେବେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଆଲିୟା ।
ବନ୍ଧୁଗଣ ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଆଲିୟାଙ୍କର ଏକ ନୂଆ ଫିଲ୍ମ ଆସିବାକୁ ଯାଉଛି ଯାହାର ନାମ ହେଉଛି ‘ଗଙ୍ଗୁବାଇ କାଠିୟାଡବାଡି’ । ତେବେ ଏହି ଫିଲ୍ମର ଟ୍ରେଲର ଓ ଗୀତ ଲଞ୍ଚ କରାଯାଇଛି । ଦର୍ଶକ ମାନେ ଏହି ଫିଲ୍ମର ଟ୍ରେଲରକୁ ବେସ ପସନ୍ଦ ମଧ୍ୟ କରିଛନ୍ତି । ହେଲେ ବନ୍ଧୁଗଣ ଫିଲ୍ମଟି ରିଲିଜ ହେବା ପୂର୍ବରୁ ବିବାଦରେ ଆସିଯାଇଛି ।
ବନ୍ଧୁଗଣ ଫିଲ୍ମର ଟ୍ରେଲର ଲଞ୍ଚ ହେବା ପରେ ଏହି ଫିଲ୍ମର ଡାଇରେକ୍ଟର ସଞ୍ଜୟ ଲିଲା ଭଂଶାଲି ଓ ଏହି ଫିଲ୍ମର ରାଇଟର ହୁସେନ ଜେଦଙ୍କ ଉପରେ ମାନହାନି କେସ ଲାଗିଛି । ଏହି କେସଟି ଆଉ କେହି ନୁହେଁ ଅସଲି ଗଙ୍ଗୁବାଇଙ୍କ ପରିବାର ଲୋକ କରିଛନ୍ତି । ଗଙ୍ଗୁବାଇ ଫିଲ୍ମଟି ପରିବାରର ଚିନ୍ତା ବଢେଇ ଦେଇଛି । ଗଙ୍ଗୁବାଇଙ୍କ ଅସଲି ପରିବାର ଏବେ ମୁମ୍ବାଇରେ ଗୋଟେ ପରେ ଗୋଟେ ଘର ବଦଳିବାରେ ଲାଗିଛନ୍ତି ଓ ମିଡିଆ ନଜରରୁ ବଞ୍ଚୁ ଛନ୍ତି ।
ଗଙ୍ଗୁବାଇ ୪ଟି ଛୁଆଙ୍କୁ ଆଡପ୍ଟ କରିଥିଲେ । ଆଜି ସେମାନଙ୍କ ପରିବାର ବଢି ୨୦ ଜଣ ସଦସ୍ୟ ଅଛନ୍ତି । ଏହି ପରିବାରର ଚିନ୍ତା ସେତେବେଳେ ବଢିଲା ଯେତେବେଳେ ଏହି ଫିଲ୍ମର ଟ୍ରେଲର ଲଞ୍ଚ ହେଲା । ତେବେ ବନ୍ଧୁଗ ଗଙ୍ଗୁବାଇ ଆଡପ୍ଟ କରିଥିବା ପୁଅ ବାବୁରାବଜି ସାହ ଗଣମାଧ୍ୟମ ସାମ୍ନାକୁ ଆସି ଏକ ଆଶ୍ଚର୍ଯ୍ୟ ଜନକ ବୟାନ ଦେଇଛନ୍ତି ଓ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ବାବୁରାବଜି ସାହ ଗଣମାଧ୍ୟମ ସାମ୍ନାକୁ ଆସି କହିଛନ୍ତି-‘ମୋ ମାଙ୍କୁ ସେମାନେ ପ୍ରଷ୍ଟିଚ୍ୟୁଟ ବନେଇ ଦେଲେ । ମୋ ମାଙ୍କ ବିଷୟରେ ଲୋକମାନେ ଅନେକ କଥା କହୁଛନ୍ତି । ମୋତେ ଏ ସବୁ ଭଲ ଲାଗୁ ନାହିଁ’ । ଅନ୍ୟ ପଟରେ ଗଙ୍ଗୁବାଇଙ୍କ ନାତୁଣୀ ଭାରତୀ କହିଛନ୍ତି-‘ଏହି ମେକର୍ଷ ମାନେ ଟଙ୍କା ଲୋଭରେ ଆସି ମୋ ପରିବାରକୁ ଡିଫେମ କରିସାରିଛନ୍ତି । ଏହାକୁ ବିଲକୁଲ ଆକସେପ୍ଟ କରାଯିବ ନାହିଁ ।
ଆଗକୁ ସେ କହିଛନ୍ତି-‘ଆପଣ ପରିବାରର ସହମତି ନେଇ ହି ନାହାନ୍ତି । ଆଉ ବହି ଲେଖିବା ବେଳେ ମଧ୍ୟ ଆପଣ ଆମ ପାଖକୁ ଆସି ନାହାନ୍ତି । ଏହି ଫିଲ୍ମ ବନେଇବା ସମୟରେ ଆପଣ କଣ ଆମର ପର୍ମିସନ ନେଇଥିଲେ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଏହି ଫିଲ୍ମ ପାଇଁ ବିବାଦ ବଢିବାରେ ଲାଗିଛି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।