ବନ୍ଧୁଗଣ ଏହି ଦୁନିଆରେ ଘଟୁଥିବା ସମସ୍ତ ଘଟଣା ପଛରେ ଇଶ୍ଵରଙ୍କ ଇଛା ଥାଏ ବୋଲି ଆମେ ମାନେ ଭାବିଥାଉ ବିଶେଷ କରି ଯେତେବେଳେ କୌଣସି ଆତ୍ମହତ୍ୟା ଖବର ଆମେ ଶୁଣି ଥାଉ । ଯଦି କୌଣସି ବ୍ୟକ୍ତି ଆତ୍ମହତ୍ୟା କରିଥାଏ ଆମେ ଭାବୁ ଏହା କଣ ଇଶ୍ଵରଙ୍କ ଇଛା ଥିଲା ତେବେ ଆପଣଙ୍କ ଏହି ପ୍ରଶ୍ନର ଉତ୍ତର ନେଇ ଆଜି ଆମେ ଆସିଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।
ବନ୍ଧୁଗଣ ଏହି ଗମ୍ଭୀର ପ୍ରଶ୍ନ ବିଷୟରେ ଜାଣିବାକୁ ହେଲେ ସର୍ବ ପ୍ରଥମେ ଆମକୁ କର୍ମ ବିଷୟରେ ଜାଣିବା ଆବଶ୍ୟକ । କାରଣ ଅଧିକାଂଶ ଲୋକଙ୍କୁ ଲାଗିଥାଏ ଏହି ଜନ୍ମରେ ସବୁ କିଛି କର୍ମ ଅନୁସାରେ ହୋଇଥାଏ ହେଲେ ଏମିତି ହୋଇ ନଥାଏ । ଗୀତା ଅନୁସାରେ କର୍ମ ଆଧାରରେ ଆମକୁ ପର ଜନ୍ମ ମିଳିଥାଏ ଆଉ କେଉଁ ଯୋନିରେ ଜନ୍ମ ହେବେ ଏହାବି ଆମ କର୍ମ ଉପରେ ନିର୍ଭର କରେ ।
ଆଜି ଆମେ ଯାହା ବି ଫଳ ଭୋଗୁଛୁ ତାହା ଆମ ପୂର୍ବ ଜନ୍ମର ପରିଣାମ ଅଟେ । ବନ୍ଧୁଗଣ ଏହାକୁ ବୁଝିବାକୁ ହେଲେ ଗଭୀରତାକୁ ଯିବାକୁ ହେବ । ବ୍ୟକ୍ତି ନିରନ୍ତର କାମ କରିଥାଏ ସୋଇଥିବା ବ୍ୟକ୍ତି ମଧ୍ୟ କର୍ମ କରେ ଓ କ୍ଷେତରେ ହଳ କରୁଥିବା ବ୍ୟକ୍ତି ବି କର୍ମ କରେ । କର୍ମର ସମ୍ବନ୍ଧ ଆମ ଶରୀରର ମନ, ମସ୍ତିକ ଓ ଶରୀର ଗତି ସହ ଥାଏ । ଏହି କର୍ମ ଗତି ଅନୁସାରେ ଆସୁଥିବା କର୍ମ ଗତି ନିର୍ଣ୍ଣୟ କରାଯାଏ ।
କର୍ମ ତିନି ପ୍ରକାରର ହୋଇଥାଏ ସଞ୍ଚିତ, ପ୍ରାରମ୍ଭ ଓ କ୍ରିୟମାଣ । କେତେକ ଜନ୍ମରେ ଏକତ୍ରିତ କରାଯାଇଥିବା କର୍ମକୁ ସଞ୍ଚିତ କୁହାଯାଏ । ସଞ୍ଚିତ କର୍ମର ପରିଣାମ ଆମକୁ ଏହି ଜନ୍ମରେ ଭୋଗିବାର ଅଛି ଏହାକୁ ପ୍ରାରମ୍ଭ କୁହାଯାଏ । କ୍ରିୟମାଣ କର୍ମ ତାହା ଅଟେ ଯାହା ଆମେ ଏବେ କରୁଛୁ । ଇଶ୍ଵର ସଂସାରକୁ କର୍ମ ପ୍ରଦାନ କରିଛନ୍ତି । ଏହି ସଂସାରରେ ମଣିଷ ଯେଉଁ ଭଳି କର୍ମ କରିଥାଏ ତାକୁ କର୍ମ ଅନୁସାରେ ଫଳ ମିଳିଥାଏ ।
ଅନେକ ଲୋକ ଭାବୁଥିବେ ଯେଉଁ ମାନେ ଆତ୍ମହତ୍ୟା କରୁଛନ୍ତି ସେମାନଙ୍କୁ ତାଙ୍କ କର୍ମର ଦଣ୍ଡ ମିଳିଛି । ହେଲେ ବନ୍ଧୁଗଣ ଏଇଟା ଭୁଲ । ଇଶ୍ଵର ମଣିଷର କର୍ମ ଆଧାରରେ ସେହି ବ୍ୟକ୍ତି ଜୀବନରେ କିଛି ପରିସ୍ଥିତି ଦେଇଥାନ୍ତି ଓ ଇଶ୍ଵର ଆମକୁ ମନୋସ୍ଥିତି ବି ଦେଇଛନ୍ତି ଯାହା କେବଳ ଆମ ଉପରେ ନିର୍ଭର । ଆମେ ଯେମିତି ମନୋସ୍ଥିତ କରିବା ଆମକୁ ସେମିତି ପରିଣାମ ମିଳିବ ।
ଜଣେ ମଣିଷ ଭାବେ ତାର ଜୀବନରେ କେବଳ ଦୁଃଖ ଆସୁଛି ଓ ଜୀବନରେ କିଛି ପାଇବା ପାଇଁ ନାହିଁ ତେଣୁ ସେ ଆତ୍ମହତ୍ୟା କରିଦିଏ ହେଲେ ଏହା ତାର ମନୋସ୍ଥିତ ଅଟେ । ମଣିଷ ପାଖରେ ଆଉ ଏକ ବିକଳ୍ପ ବି ଅଛି ସେ ଚାହିଁଲେ ଇଶ୍ଵରଙ୍କ ଭକ୍ତିରେ ଲୀନ ହୋଇ ଶାନ୍ତି ପାଇ ପାରିବ ନଚେତ ଆଉ କିଛି କର୍ମରେ ବ୍ୟସ୍ତ ହୋଇ । ତେଣୁ ବନ୍ଧୁଗଣ ଆତ୍ମହତ୍ୟା ଇଶ୍ଵରଙ୍କ ଇଛା ନଥାଏ ଏହା ମଣିଷର ନିଜସ୍ୱ ନିଷ୍ପତ୍ତି ହୋଇଥାଏ ।
ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।