କଣ ଆପଣ ଜାଣିଛନ୍ତି ମୁଖ୍ୟମନ୍ତ୍ରୀ Naveen Patnaik ଙ୍କ ଦରମା କେତେ ? ଶୁଣି ଆଶ୍ଚର୍ଯ୍ୟ ହେବେ ଆପଣ

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଆମ ଦେଶର ରାଜନେତା ମାନଙ୍କ ଦରମା ବିଷୟରେ ଜାଣିବା । ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ, ଏମ ଏଲ ଏ, ମନ୍ତ୍ରୀ ଏବଂ ସମସ୍ତଙ୍କର ଦରମା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ଆଉ ଏହି ଖବର ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ଦର୍ଶକ ବନ୍ଧୁ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଆମ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦ୍ରୌପଦୀଙ୍କ ମାସିକ ଦରମା ହେଉଛି 5 ଲକ୍ଷ ଟଙ୍କା । ଭାରତରେ ଯେତେ ବି ବଡ ବଡ ରାଜନେତା ଅଛନ୍ତି ସମସ୍ତଙ୍କ ଠାରୁ ଅଧିକ ଦରମା ରାଷ୍ଟ୍ରପତିଙ୍କୁ ମିଳେ । ପ୍ରଥମେ ଏହା ଏକ ଲକ୍ଷ ଥିଲା ଏବେ ଏହା ବଢି 5 ଲକ୍ଷ ଟଙ୍କା ହୋଇଛି । ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଆମ ଦେଶର ଉପରାଷ୍ଟ୍ରପତି ।

ଆମ ଦେଶର ଉପରାଷ୍ଟ୍ରପତିଙ୍କ ଦରମା ହେଉଛି 4 ଲକ୍ଷ ଟଙ୍କା । ବର୍ତ୍ତମାନ ଆମ ଉପରାଷ୍ଟ୍ରପତି ଅଛନ୍ତି ଭେଙ୍କିଆ ନାଇଡୁ । ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଆମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନରେନ୍ଦ୍ରଙ୍କ ମାସିକ ଦରମା ହେଉଛି 2 ଲକ୍ଷ 75 ହଜାର ଟଙ୍କା । ଦରମା ବ୍ୟତୀତ ତାଙ୍କର ସୁରକ୍ଷା ଖାଇବା ପିଇବା ଆଦିରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ ତାହା ଏଥିରେ ସାମିଲ କରାଯାଏ ନାହିଁ ।

ବନ୍ଧୁଗଣ ଏହା ପରେ ଆମ ଲିଷ୍ଟରେ ଅଛନ୍ତି ଓଡିଶାର ରାଜ୍ୟପାଳ । ଆମ ଓଡିଶାର ରାଜ୍ୟପାଳ ଅଛନ୍ତି ଗଣେସି ଲାଲ । ଗଣେସିଙ୍କ ମାସିକ ଦରମା ହେଉଛି 3 ଲକ୍ଷ 50 ହଜାର ଟଙ୍କା । ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ଦେଶର ନ୍ୟାୟପାଳ  । ମୁଖ୍ୟ ନୟପାଳଙ୍କ ମାସିକ ଦରମା ହେଉଛି 2 ଲକ୍ଷ 80 ହଜାର ଟଙ୍କା । ଏହା ପରେ ଆମ ଲିଷ୍ଟରେ ଆସୁଛନ୍ତି ସୁପ୍ରିମ କୋର୍ଟର ଜଜ୍ ମାନେ ।

ସୁପ୍ରିମ କୋର୍ଟର ଜଜ୍ ମାନଙ୍କ ଦରମା ହେଉଛି 2 ଲକ୍ଷ 50 ହଜାର ଟଙ୍କା । ଏହା ପରେ ଆମ ଲିଷ୍ଟରେ ଅଛନ୍ତି ଏମପି ମାନେ । ଏମପି ମାନଙ୍କ ମାସିକ ଦରମା ହେଉଛି 1 ଲକ୍ଷ ଟଙ୍କା । ମୁଖ୍ୟମନ୍ତ୍ରୀ ମାନଙ୍କ ଦରମା ସମସ୍ତ ରାଜ୍ୟରେ ଅଲଗା ଅଲଗା ରହିଥାଏ । ସବୁଠାରୁ ଅଧିକ ଦରମା ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀଙ୍କୁ ମିଳେ । ତାଙ୍କ ଦରମା ହେଉଛି 4 ଲକ୍ଷ 10 ହଜାର ଟଙ୍କା ।

ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାସିକ ଦରମା ହେଉଛି 1 ଲକ୍ଷ 65 ହଜାର ଟଙ୍କା । ଆଉ ଆମ ରାଜ୍ୟର ଏମ ଏଲ ଏ ମାନଙ୍କ ଦରମା ହେଉଛି ମାତ୍ର 35 ହଜାର ଟଙ୍କା । ଆଉ ସବୁଠାରୁ କମ ଦରମା ମିଳେ ନାଗାଲାଣ୍ଡ ରାଜ୍ୟରେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *