ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବହୁ ଚର୍ଚିତ ବାଲେଶ୍ଵର ଟ୍ରେନ ଟ୍ରାଜେଡି ! ଏହି ଘଟନା କିପରି ଘଟିଲା ଓ ଏହା ଘଟିବା ପଛରେ କେଉଁଠାରେ ଯେ ତ୍ରୁଟି ରହିଥିଲା । ଏହାକୁ ନେଇ ଅନେକ ଲୋକ ଭିନ୍ନ ଭିନ୍ନ ନିଜର ମତ ରଖୁଛନ୍ତି । ହେଲେ ସଠିକ ତଥ୍ୟ କରମଣ୍ଡଲ ଟ୍ରେନର ଲୋକ ପାଇଲଟ ଗୁଣନିଧି ମହାନ୍ତିଙ୍କ ମୁହଁରୁ ଶୁଣିବାକୁ ମିଳିଛି । ତେବେ ଭାରତର ଟ୍ରେନ ଦୁର୍ଘଟଣା ଇତିହାରେ ବାହାନଗା ଟ୍ରେନ ଦୁର୍ଘଟଣା ହେଉଛି ତୃତୀୟ ବୃହତମ ରେଳ ଦୁର୍ଘଟଣା ।
ସମୟ ଥିଲା ଜୁନ ୨ ତାରିଖ ସନ୍ଧ୍ୟା ୬ ତା ବାଜି ୫୧ ମିନିଟ । ଟ୍ରେମ ତାହାର ନିର୍ଦ୍ଧାରିତ ବେଗ ଅନୁସାରେ ନିଜ ଟ୍ରାକରେ ଗତି କରୁଥିଲା । ପଶ୍ଚିମବଙ୍ଗର ଶାଳିମାର ଠାରୁ କରମଣ୍ଡଳ ନିଜର ଯାତ୍ରା ଆରମ୍ଭ କରିଥିଲା । ହେଲେ ବାହାନଗା ବଜାର ଷ୍ଟେସନକୁ ପ୍ରବେଶ କରିବା ସମୟରେ ଟ୍ରେନ ଚାଳକ ଦେଖିଥିଲେ । କି ମେନ୍ କୁ ଛାଡି ଲୁପ ଲାଇନରେ ଗ୍ରୀନ ସିନନାଲ ରହିଛି । ତେଣୁ ସ୍ଵାଭାବିକ ଭାବରେ ମେନ୍ ଲାଇନ ଛାଡି ଲୁପ ଲାଇନକୁ ଟ୍ରେନକୁ ନେଇଥିଲେ ।
ହେଲେ ସେହି ସାମ୍ନାରେ ଲୁହାପଥର ବୋଝେଇ ଏକ ମାଲଗାଡୀ ଠିଆ ହୋଇ ରହିଥିଲା । ଏହା ଦେଖିବା ପରେ ଟ୍ରେନ ଚାଳକଙ୍କ ହାତରେ କିଛି ଉପାୟ ନଥିଲା । ତେଣୁ ସେ ମାଲଗାଡିକୁ ଦ୍ରୁତ ଗତିରେ ଯାଇ ଧକ୍କା ଦେଇଥିଲେ । ହେଲେ ଲୁହାପଥର ମାଲଗାଡିରେ କରମଣ୍ଡଳ ପିଟି ହେଲା ପରେ ତାହାକୁ ଏକ ପାହାଡରେ ପିଟି ହେବ ସଦୃଶ ଲାଗିଥିଲା । ତାପରେ ବାହାନଗା ଠାରେ ଯେଉଁ ଭୟାନକ ରେଳ ଦୁର୍ଘଟଣାଟି ଘଟି ଗଲା ବୋଲି ଚର୍ଚା ହେଉଛି । ତାହା ପରର ହିଁ ସେହି ଦ୍ରୁଶ୍ଯ ଥିଲା ।
ହେଲେ ଏହି କରମଣ୍ଡଳ ଟ୍ରେନର ଚାଳକ ଗୁଣନିଧି ଟ୍ରେନ ଚଳାଇବାରେ ବହୁ ଅଭିଜ୍ଞ ଅଟନ୍ତି । କାରଣ ତାଙ୍କୁ ଜାଣିଥିବା ରେଲୱେର ତାଙ୍କର କିଛି ସହକର୍ମୀଙ୍କ କହିବା ଅନୁସାରେ ଗୁଣନିଧି ଆଗରୁ ମଧ୍ୟ ଅନେକ ବିପଦଜନ୍ନକ ସ୍ଥିତିରୁ ଅଳ୍ପ ଅଳ୍ପକେ ଟ୍ରେନ ଯାତ୍ରୀଙ୍କୁ ବଞ୍ଚାଇ ତାଙ୍କର ପ୍ରାଣର ରକ୍ଷା କରିଛନ୍ତି ।
ହେଲେ ବାହାନଗା ଷ୍ଟେସନ ନିକଟରେ ଏପରି କିଛି ସ୍ଥିତି ତାଙ୍କ ଆଖି ସାମ୍ନାକୁ ଚାଲି ଆସିଥିଲା । ଯାହାକୁ ଟାଳିକି ଯାତ୍ରୀ ମାନଙ୍କର ପ୍ରାଣ ରକ୍ଷା କରିବା ତାଙ୍କ ସପକ୍ଷରେ ନଥିଲା । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବର ପାଇବାକୁ ଚାହୁଁଥିଲେ, ଆମ ସହ ଯୋଡି ହୋଇ ରୁହନ୍ତୁ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତି । ଧନ୍ୟବାଦ