ଆଉ ଭାଙ୍ଗିବନି ଝିଅ ବାହାଘର, କମିଲା ସୁନା ଦର, ସୁନା ନେବାକୁ ଏବେଠୁ ଦୋକନରେ ଲାଗିଲାଣି ଲମ୍ବା ଭିଡ଼…

କମିଲା ସୁନା ଦର ! ସୁନା ପ୍ରେମୀଙ୍କ ପାଇଁ ଆସିଗଲା ଖୁସି ଖବର ! ବିବାହ ଋତୁରେ ସୁନା ଓ ରୂପାର ଦରରେ ହ୍ରାସ କମିଥିବାର ଦେଖିବାକୁ ମିଳିଛି । ଯାହାକୁ ଶୁଣିବା ପରେ ଦୋକାନରେ ଗ୍ରାହକ ମାନଙ୍କର ଲମ୍ବା ଭିଡ ଲାଗିଛି । ବର୍ତ୍ତମାନ ବିବାହ ଋତୁ ଚାଲିଛି । ହେଲେ ସୁନା ଦରର ଲଗାତର ବୃଦ୍ଧି ଯୋଗୁ ଲୋକ ମାନଙ୍କ ମୁଣ୍ଡରେ ଚିନ୍ତା ରହିଥିଲା । ବିଶେଷ କରି ଲୋକମାନେ ଝିଅ ବାହାଘର ପାଇଁ ସୁନା କିଣିବା କଥାକୁ ନେଇ ବହୁତ ଚିନ୍ତିତ ହୋଇ ପଡ଼ୁଛନ୍ତି ।

ହେଲେ ସୁନା ଦର କମିଥିବାରୁ ଗ୍ରାହକଙ୍କ ମନରେ ଟିକିଏ ଆଶ୍ବସ୍ଥି ଦେଖାଦେଇଛି । ଦେଶରେ ଦ୍ରୁତବେଗରେ ସୁନା ଦର ବୃଦ୍ଧି ପାଇବାରେ ଲାଗିଥିଲା । ତେବେ ଜାଣନ୍ତୁ ସୁନା ଦର କେତେ ପରିମାଣରେ କମିଛି । ଭାରତୀୟ ବଜାରରେ 24 କ୍ୟାରେଟ ସୁନା ଦର 10 ଗ୍ରାମ ପ୍ରତି 72 ହଜାର 720 ଟଙ୍କା ରହିଥିବା ବେଳେ 22 କ୍ୟାରେଟ ସୁନା 10 ଗ୍ରାମ ପିଛା 66 ହଜାର 660 ଟଙ୍କା ରହିଛି । ସେହିପରି ଭୁବନେଶ୍ବରରେ 22 କ୍ୟାରେଟ ସୁନା ଦର 66 ହଜାର 660 ଟଙ୍କା ରହିଥିବା ବେଳେ 24 କ୍ୟାରେଟ ସୁନା ଦର 72 ହଜାର 720 ରହିଛି ।

ମୁମ୍ବାଇରେ 22 କ୍ୟାରେଟ ଓ 24 କ୍ୟାରେଟ ସୁନାର ମୂଲ୍ୟ 66 ହଜାର 660 ଟଙ୍କା 72 ହଜାର 720 ଟଙ୍କା ଥିବା ରେକର୍ଡ କରାଯାଇଛି । ତେବେ ରାଜ୍ୟରେ ସୁନା ଦର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେବେ ସାଧାରଣ ଲୋକଙ୍କ ପାଇଁ ସୁନା କିଣିବା ଏକ ସାତ ସପନ ହୋଇଯାଇଛି । ମଧ୍ୟବିତ୍ତ ପରିବାରର ଲୋକ ବାହାଘର ବେଳେ ସୁନା କିଣିବାକୁ ଚାହୁଁଥିଲେ ମଧ୍ୟ ସୁନାର ଏତେ ଚଢା ଦର ଦେଖି ସେମାନେ ମୁଣ୍ଡରେ ହାତ ଦେଇ ବସୁଛନ୍ତି ।

ସୁନା ଦରରେ ବୃଦ୍ଧି ଯୋଗୁ ଅନେକ ଝିଅଙ୍କ ବାହାଘରରେ ମଧ୍ୟ ବାଘ୍ୟାତ ଦେଖା ଦେଉଛି । ହେଲେ ବର୍ତ୍ତମାନ ସୁନା ଦରରେ ଟିକେ ମୂଲ୍ୟ କମ ରହିଥିବାରୁ ସୁନା ପ୍ରେମୀଙ୍କ ପାଇଁ ଏହା ଏକ ଭଲ ଖୁସି ଖବର ହୋଇଛି । ତେବେ ସୁନାର ବର୍ତ୍ତମାନ ମୂଲ୍ୟ ଓଡିଶାରେ ଯେତିକି ରହିଛି । ତାହା ସୁନା କିଣିବାକୁ ଯାଉଥିବା ଲୋକଙ୍କ ପାଇଁ ଏହା ସାମାନ୍ୟ ଆଶ୍ବସ୍ଥି ହୋଇପାରେ ବୋଲି ଅନୁମାନ କରାଯାଉଛି । ଅପର ପକ୍ଷରେ ରୂପାର ମୂଲ୍ୟ କେଜି ପିଛା 84 ହଜାର 600 ଟଙ୍କା ବର୍ତ୍ତମାନ ରହିଛି । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଲାଟେଷ୍ଟ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ମଧ୍ୟ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *