କାମ କରୁଛି ମାତ୍ର 3 ଟି ଆଙ୍ଗୁଠି, ହେଲେ UPSC କ୍ରାକ୍ କରିଦେଲେ ଏହି ଯୁବତୀ…

କାମ କରୁଛି ମାତ୍ର 3 ଟି ଆଙ୍ଗୁଠି ! ହେଲେ upsc ଟ୍ରାକ କରିଦେଲେ ଏହି ଯୁବତୀ ! ବନ୍ଧୁଗଣ କଥାରେ ଅଛି । ପରିସ୍ଥିତି ଯେତେ ବି ଜଟିଳ ହୋଇଥାଉ । ହେଲେ ଯଦି ଦୃଢ ମନୋବଳ ସହ ପରିଶ୍ରମ ଜାରୀ ରଖିବେ । ତେବେ କାର୍ଯ୍ୟ ଯେତେ ବି ଜଟିଳ ହୋଇଥାଉ । ତାହା ସବୁ ସମସ୍ଯା ପାର କରି କାର୍ଯ୍ୟରେ ସଫଳତା ମିଳିଥାଏ । ତେବେ 2023 ର upsc ପରୀକ୍ଷା ଫଳ ବାହାରିବା ପରେ ସେଥିରେ କୃତକାର୍ଯ୍ୟ ହୋଇଥିବା ଅନେକ ପିଲାଙ୍କର ସଂଘର୍ଷର କାହାଣୀ ସାମ୍ନାକୁ ଆସିଛି ।

ସେଥିମଧ୍ୟରୁ ଜଣେ ଥିଲେ କେରଲର ସାଗରିକା । ସାଗରିକା ମସ୍ତିଷ୍କ ପାର୍ସି ନାମକ ଏକ ରୋଗରେ ପୀଡିତ ଅଛନ୍ତି । ଯେଉଁଥିରେ ବ୍ୟକ୍ତିର ମାନସିକ କ୍ଷମତା ପ୍ରଭାବିତ ହୋଇଥାଏ । ଏଥିସହ ମୁଭମେଣ୍ଟ କରିବା ମଧ୍ୟ ବହୁତ କଷ୍ଟଦାୟକ ହୋଇଥାଏ । ଜନ୍ମ ପୂର୍ବରୁ ମଧ୍ୟ ଏହି ରୋଗରେ ବ୍ୟକ୍ତି ପୀଡିତ ହେବାର ସମ୍ଭାବନା ରହିଥାଏ । ତେବେ ଏଭଳି ଜଟିଳ ପରିସ୍ଥିତିରେ ପୀଡିତ ଥାଇ ମଧ୍ୟ ସାଗରିକା upsc କ୍ରାକ କରିପାରିଛନ୍ତି । ସାଗରିକା ନିଜର ରୋଗକୁ ନିଜର ଦୁର୍ବଳତା ବୋଲି ମାନିନଥିଲେ ।

ସାଗରିକାଙ୍କ ଡାହାଣ ହାତ ସଂପୂର୍ଣ୍ଣ ଭାବେ କାମ କରୁନାହିଁ । ସବୁ ଲୋକ ଡାହାଣ ହାତରେ ଲେଖୁଥିବା ବେଳେ ସାଗରିକା ବାମ ହାତରେ ସବୁ ଲେଖନ୍ତି । ହେଲେ ସେହି ବାମ ହାତର କେବଳ 3 ଟି ଆଙ୍ଗୁଠି ହିଁ କାର୍ଯ୍ୟ କରିଥାଏ । ତେବେ ସାଗରିକା upsc ସାକ୍ଷାତକାର ପାଇଁ ଏକ ହ୍ଵିଲ ଚେୟାର ନେଇ ଦିଲ୍ଲୀ ଯାଇଥିଲେ । ତାପରେ ସେଠାରେ ସାକ୍ଷାତକାରରେ ପଚରା ଯାଇଥିବା କଠିନ ପ୍ରଶ୍ନର ଉତ୍ତର ସାଗରିକା ଦେଇପାରିଥିଲେ ।

ଯେଉଁ କାରଣରୁ 23 ବର୍ଷିୟା ସାଗରିକା upsc କ୍ରାକ କରିଦେଇଛନ୍ତି । ତେବେ ସାଗରିକାଙ୍କ ଏହି ସଂଘର୍ଷମୟ କାହାଣୀ ଶୁଣି ଲୋକମାନେ ଦୁଃଖୀତ ହେଉଛନ୍ତି । ହେଲେ ସାଗରିକାଙ୍କ ସଫଳତା ପାଇଁ ତାଙ୍କୁ ସବୁଆଡୁ ପ୍ରଶଂଷାର ସୁଅ ମଧ୍ୟ ଛୁଟି ଆସୁଛି । ସାଗରିକାଙ୍କର କଠିନ ପରିଶ୍ରମ ଓ ଦୃଢ ମନୋବଳ ଯୋଗୁ ସେ ଲାଇଫରେ ଆଜି ଏତେ ବଡ ସଫଳତାର ଅଧିକାରିଣୀ ହୋଇପାରିଛନ୍ତି । ଯେଉଁ କାରଣରୁ ତାଙ୍କୁ ସମସ୍ତେ ପ୍ରଶଂଷା ଏବେ ପ୍ରଶଂଷା କରୁଛନ୍ତି । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ମଧ୍ୟ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *