ସବୁବେଳେ କମ କହୁଥିବା ଲୋକମାନେ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ…( Best Motivational speech)

ବନ୍ଧୁଗଣ ଯେଉଁ ଲୋକମାନେ ବହୁତ କମ କଥା କୁହନ୍ତି ସେମାନେ ନିଜ ପସନ୍ଦର ଲୋକମାନଙ୍କ ସାମ୍ନାରେ ବହୁତ ଅଧିକ କଥା କୁହନ୍ତି । କଥା ତ ସମସ୍ତଙ୍କ ସହିତ ହୁଅନ୍ତି ହେଲେ ସେ କାହା ଉପରେ ଭରସା କରି ନଥାନ୍ତି । ଜୀବନରେ ଗୋଟେ ନିୟମ ରଖ ବନ୍ଧୁତାରେ ଧୋକା କାମ ନାହିଁ ଆଉ ଯଦି କିଏ ଧୋକା କରୁଛି ତା ହେଲେ ତା ସହ ବନ୍ଧୁତା ନାହିଁ । ଯଦି ଆପଣ ଭୁଲ କୁ ଭୁଲ କହି ପାରୁ ନାହାନ୍ତି ତା ହେଲେ ଆପଣଙ୍କ ଶକ୍ତି ଆଉ ଆପଣଙ୍କ ସାହାସ ବ୍ୟର୍ଥ ଅଟେ ।

ଜୀବନରେ ନିଜର ଏମିତି ଏକ ସ୍ଵଭାବ କର ଯିଏ ଯେମିତି ଅଛି ତାକୁ ସେହି ଭାଷାରେ ବୁଝାଅ । ଗୋଟେ ସମ୍ପର୍କ ଏମିତି ରହିବା ଉଚିତ ଯାହାକୁ ଆମେ ଆମ ସୁଖ ଓ ଦୁଃଖ ବିଷୟରେ କହିପାରିବା । କିଏ କହୁଛି ସମୟ ଅଧିକ ଗତିରେ ଯାଉଛି କେବେ କାହାର ଅପେକ୍ଷା କରିକି ଦେଖ ସମୟର ଶକ୍ତି ବିଷୟରେ ଜଣା ପଡିଯିବ । କିଛି ଲୋକ ନଇଁ ଥାନ୍ତି କାରଣ ସେମାନେ ସମ୍ପର୍କର ପାଳନ କରିଥାନ୍ତି ନଚେତ ସେମାନେ ଭୁଲ କାଲି ବି ନଥିଲେ ଆଉ ଆଜି ବି ନାହାନ୍ତି ।

ଯେବେ ଲୋକ ଆପଣଙ୍କର ନକଲ କରିବେ ସେତେବେଳେ ବୁଝିଯିବେ ଆପଣ ନିଜ ଜୀବନରେ ସଫଳ ହେଉଛନ୍ତି । ବନ୍ଧୁଗଣ ଲୋକମାନେ ସବୁବେଳେ ସୁନ୍ଦର ଚେହେରା ପଛରେ ଧାଇଁ ଥାନ୍ତି ଯଦି ସେମାନେ ସୁନ୍ଦର ମନ ପଛରେ ଧାଇଁ ଥାନ୍ତେ ତା ହେଲେ ସେମାନେ କେବେବି ଧୋକା ଖାଇ ନଥାନ୍ତେ । ବନ୍ଧୁଗଣ ସମୟ କେତେବେଳେ କଣ ହେବ ତାହା ବିଷୟରେ କେହି ବି ଜାଣି ନଥାନ୍ତି କାରଣ ଯେଉଁ ସମୟରେ ରାମଙ୍କୁ ସକାଳ ହେବା ମାତ୍ରେ ରାଜ୍ୟ ମିଳିବାର ଥିଲା ସେତେବେଳେ ତାଙ୍କୁ ବନବାସ ମିଳିଲା ।

ଆପଣ ଯେତେ ଭଲ ମଣିଷ ହୋଇଥାନ୍ତୁ ନା କାହିଁକି ହେଲେ ଆପଣ ମାନେ କାହାର ନା କାହାର କାହାଣୀରେ ଖରାପ ଥିବେ । ଅନ୍ୟ ଉପରେ ନିର୍ଭର ରହୁଥିବା ଲୋକମାନେ କେବେବି ନିଜ ଜୀବନରେ ଖୁସିରେ ରହିପାରି ନଥାନ୍ତି । ତେଣୁ ଜୀବନରେ ଏମିତି ଏକ ସଫଳତା ହାସଲ କରନ୍ତି ଯାହାଫଳରେ ଆପଣ ନିଜ ନିଜ ଅବାଶ୍ୟକତା ଓ ନିଜ ଇଛା ଗୁଡିକୁ ପୂରଣ କରିପାରିବେ ।

କାହାକୁ ଏତେ ବି ମୁଣ୍ଡ ଉପରେ ଚଢାନ୍ତୁ ନାହିଁ ଯେ ସମୟ ଆସିବା ପରେ ସେ ଆପଣଙ୍କ ମୂଲ୍ୟ ଭୁଲିଯିବ । ଯିଏ ଆପଣଙ୍କୁ ବୁଝୁ ଥିବ ଆଉ ସମୟ ଆସିଲେ ବୁଝାଉ ଥିବ ତା ଠାର ଭଲ ବନ୍ଧୁ ଆପଣଙ୍କୁ ଜୀବନରେ କେବେ ମିଳିବ ନାହିଁ । ଯେଉଁ ମଣିଷ ନିୟମ କରି ଆଜିର କାମ ଆଜି କରିବ ସେହି ମଣିଷ ଗୋଟେ ଦିନ ସାରା ଦୁନିଆରେ ରାଜ୍ କରିବ । ଅଧିକାଂଶ ସମୟରେ ଲୋକେ ମହାନ ହେବା ଚକ୍କରରେ ମଣିଷ ହେବା ଭୁଲିଯାଇଥାନ୍ତି ।

Leave a Reply

Your email address will not be published. Required fields are marked *