କମ୍ ଦାମରେ କଟକରେ ଖୋଲିଲା ସୁନା ଦୋକାନ, ଲାଗିଛି ଲୋକଙ୍କ ଗହଳି…

ସୁନାର ନାମ ଶୁଣିଲେ ସମସ୍ତଙ୍କ ମନରେ ଗୋଟିଏ ଖୁସି ଆସିଥାଏ । ଏବେ ତ ସୁନାର ଦାମ ଅମୁଲ ମୂଲ । ହେଲେ ଆପଣଙ୍କୁ ଯଦି କେହି ସୁନାର ଗ୍ଳାସ ଟିଏ ଆପଣ କଣ ଅନୁଭବ କରିବେ ? ସୁନା ପ୍ରତି ଯଦି ଆପଣଙ୍କର ଦୁର୍ବଳତା ଅଛି ତା ହେଲେ ଆପଣଙ୍କର ସବୁ ସଉକ ଏଠି ପୂରଣ ହୋଇ ପାରିବ । କଟକ ରେ ଖୋଲିଛି ଏମିତି ଏକ ସୁନା ଦୋକାନ ଯେଉଁଠି ଆପଣ ମାନେ କିଣି ପାରିବେ ସୁନାରେ ତିଆରି ଭଳିକି ଭଳି ଜିନିଷ ।

ତାହା ହେଉଛି ଆଲୋକ ମହାନ୍ତି ଙ୍କ ୱାନ ଗ୍ରାମ ଗୋଲ୍ଡ ଶପ । ଏକ ବର୍ଷର ଗ୍ୟାରେଣ୍ଟି ସହ ବିକ୍ରି ହେଉଥିବା ଏହି ୱାନ ଗ୍ରାମ ଗୋଲ୍ଡ କିଣିବା ପାଇଁ ଗ୍ରାହକ ଙ୍କ ମନଧ୍ୟାରେ ଦେଖିବାକୁ ମିଳୁଛି ଆଗ୍ରହ । ଏ ନେଇ ଦୋକାନ ମାଲିକ ଆଲୋକ ମହାନ୍ତି କୁହନ୍ତି ପିଲାଟି ଦିନରୁ ମୋର ସୁନା ପ୍ରତି ବହୁତ ଦୁର୍ବଳତା ଥିଲା । ମୁଁ ଗୋଟିଏ ସୁନା ଦୋକାନ ଖୋଲିବା ପାଇଁ ଆଶା ରଖିଥିଲି ।

କିନ୍ତୁ ବର୍ତ୍ତମାନ ତ ସୁନାର ଆହେତୁକ ଦର ବୃଦ୍ଧି ପାଇଁ ସାଧାରଣ ଲୋକ ସୁନା ପିନ୍ଧିବା ମୁସ୍କିଲ । ସେହି ଆଧାରରେ ମୁଁ ଏହି ୱାନ ଗ୍ରାମ ଗୋଲ୍ଡ ସପ ଖୋଲିଛି, ଏକ ବର୍ଷ ମଧ୍ୟରେ ଖରାପ ପଡିଲେ ଫେରେଇକି ସଙ୍ଗେ ସଙ୍ଗେ ଆଉ ଗୋଟେ ନୂଆ ଜିନିଷ ଦେବି । ମୁଁ ଏଠାରେ ଗ୍ରାମ କୁ କେବଳ 100 ଟଙ୍କାରେ ସୁନା ଦଉଛି । ଏଥିରେ ମଧ୍ୟ କାରୁ କାର୍ଯ୍ୟ ହୋଇଛି ଯାହାର ପାରିଶ୍ରମିକ ତ ଅଛି ।

ସେ ଅନୁସାରେ ତ 100 ଟଙ୍କା କିଛି ନୁହେଁ । ସୁନା କାମ କଲା ବେଳେ ଯେଉଁ ଡଷ୍ଟ ବାହାରେ ସେହି ଡଷ୍ଟରେ ଏହା ତିଆରି ହୋଇଛି । ଏଥିରେ କପର ଭଳି ଧାତୁ ଉପରେ 1 ଗ୍ରାମ ସୁନା ଦିଆ ଯାଇଛି । କାମ ବି ବହୁତ ମଝବୁତ ହୋଇଛି ଟାଣିଲେ ଛିଣ୍ଡିଆବ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି କି ମୋ ପାଖରେ 1000 ଟଙ୍କାରୁ ଆରମ୍ଭ କରି 30000 – 40000 ଦାମ ପର୍ଯ୍ୟନ୍ତ ଜିନିଷ ଅଛି ।

ଏହାକୁ ନେଇ ଗ୍ରାହକ ମଧ୍ୟ ଖୁବ ଖୁସି ଅଛନ୍ତି । ଗ୍ରାହକ ଙ୍କ ମଧ୍ୟରେ ଏଭଳି ଜିନିଷ ଜିନିଷ ପ୍ରତି ବହୁତ ଆଗ୍ରହ ଦେଖିବାକୁ ମିଳିଛି । ଏ ନେଇ ଗ୍ରାହକ ମଧ୍ୟ ନିଜ ଖୁସି ଜାହିର କରି କହିଛନ୍ତି କି ଏଭଳି ଜିନିଷ ଆମ ରାଜ୍ୟରେ ପ୍ରଥମ । ଅନ୍ୟ ରାଜ୍ୟର ଲୋକମାନେ ପିନ୍ଧୁଥିଲେ ଆମେ କଟକିଆ ପିନ୍ଧି ପାରୁ ନଥିଲୁ । ବହୁତ ଭଲ ଲାଗୁଛି । ତେବେ ଏଥିରେ ଆପଣଙ୍କ ମତାମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *