କଳିଯୁଗରେ ଦେଖା ଦେଲେ ଭଗବାନ, ଊଇ ହୁଙ୍କାରୁ ହେଲେ ଆବିର୍ଭାବ, ହୁଙ୍କା ଯେତେ ଭଙ୍ଗା ଯାଉଛି ମନକୁ ମନ ସେତେ ବାଢୁଛି । ଦେବ ଦେବ ମହାଦେବଙ୍କର ଅଲୌକିକ ଲୀଳା । ହୁଙ୍କାରୁ ବାହାରିଲେ ନାଗ ନାଗୁଣୀ, ହୁଙ୍କା ତଳେ ଜୀବନ୍ତ ଲୀଙ୍ଗ ଥିବା ହେଲା ଭବିଷ୍ୟବାଣୀ । ହଁ ଦର୍ଶକ ବନ୍ଧୁ ଦେବ ଦେବ ମହାଦେବ ଏବେ ପାପୀ ମଣିଷଙ୍କୁ ଜନ୍ମ ଚକ୍ଷୁରେ ଦର୍ଶନ ଦେଉଛନ୍ତି । ପ୍ରଭୁ ଶିବ ଶଙ୍କର ଏବେ ଊଇ ହୁଙ୍କାରେ ଆବିର୍ଭାବ ହେଉଛନ୍ତି ।
ଯିଏ ଯାଉଛି ଏବେ ସିଏ ଦେଖୁଛି ଯିଏ ମାଗୁଛି ତାହା ପାଉଛି । ଠାକୁର ନୀଳା ଏମିତି ଦର୍ଶନ ମାତ୍ରକେ ମନସ୍କାମନା ପୂର୍ଣ୍ଣ ହେଉଛି । ଏ ଘୋର କଳିଯୁଗରେ ବି ପ୍ରଭୁ ଶିବ ଠାକୁର ଦେଖା ଦେଇ ଗୁହାରି ଶୁଣୁ ଛନ୍ତି । ଊଇ ହୁଙ୍କା ତଳେ ପ୍ରଭୁ କେଉଁ କାଳରୁ ରହି ଆସୁଛନ୍ତି କିନ୍ତୁ ଏତେ ଦିନ ଧରି ପାକାଳି ହୋଇ ରହିବା ପରେ ଏବେ ପ୍ରକଟ ହୋଇଛନ୍ତି ।
ସେ କେଉଁ ଲୀଳା କରିବାକୁ ଚାହୁଁ ଛନ୍ତି ତାହା କେବଳ ତାଙ୍କୁ ହିଁ ଜଣା । ତେବେ ପାପୀ ମଣିଷ ତାଙ୍କ ଲୀଳାକୁ କଣ ବା ବୁଝି ପାରିବ । ସେ ଊଇ ହୁଙ୍କାକୁ ମଣିଷ ଯେତେ ଭାଙ୍ଗୁଛି ମନକୁ ମନ ହୁଙ୍କାଟି ସେତେ ବଢୁଛି । ଆଉ ଦିନକୁ ଦିନ ବଢି ବଢି ଚାଲିଛି ସତେ ଯେମିତି କିଛି ଅଦୃଶ୍ୟ ଶକ୍ତି ସେହି ଊଇ ହୁଙ୍କାରେ ଲୁଚି ରହିଛି । ନାଗ ନାଗୁଣୀ ଊଇ ହୁଙ୍କାରୁ ବାହାରି ଆସିଛନ୍ତି ଆଉ ଭୋଗ ଖାଇ ପୁଣି ଚାଲି ଯାଉଛନ୍ତି ।
ଆଉ ହୁଙ୍କା ଚାରି ପଟେ ଅଲୌକିକ ଘଟଣା ମାନ ଘଟୁଛି । ଆଉ ପ୍ରଭୁ ଏବେ କହୁଛନ୍ତି ମୋତେ ଏବେ ପୂଜା କର ବହୁତ ଦିନ ଧରି ମୁଁ ଅପୂଜା ରହିଛି । ହଁ ଦର୍ଶକ ବନ୍ଧୁ କଟକ ଜିଲ୍ଲା ମାହଙ୍ଗା ବ୍ଲକ ଅନ୍ତର୍ଗତ କୁସୁମା ଗ୍ରାମର ଗୋବରୀ ନଦୀ କୁଳରେ ଏହି ରହସ୍ୟମୟ ଗୁମ୍ଫାଟି ରହିଛି ଆଉ ଏହି କଥା ପ୍ରଚାର ହେବା ପରେ ତାକୁ ଦେଖିବା ପାଇଁ ସାଧୁ ସନ୍ଥ ମାନଙ୍କର ଭିଡ ମଧ୍ୟ ଜମିଛି ।
ଲୋକ ମାନେ ଆସି ହୁଙ୍କାର ପୂଜା କରୁଛନ୍ତି ଆଉ ସମସ୍ତେ କହୁଛନ୍ତି ସେହି ହୁଙ୍କା ତଳେ କୁଆଡେ ଜୀବନ୍ତ ଲୀଙ୍ଗ ରହିଛି । ତା ହେଲେ ବନ୍ଧୁଗଣ ଏହି ଖବରକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।