ଦର୍ଶକ ବନ୍ଧୁ ମାଆ କାଳିଜାଈଙ୍କୁ ନେଇ ରହିଛି ଏମିତି ଅନେକ ତଥ୍ୟ ଯାହା ଆପଣ ଜାଣି ନଥିଲେ ବିପଦରେ ପଡି ପାରନ୍ତି । କିଛି ଭକ୍ତ ଆଶୀର୍ବାଦ ନେବା ପାଇଁ ତ ଯାଇଥିଲେ କିନ୍ତୁ ଆଉ କେବେ ବି ଫେରି ନାହାନ୍ତି ହଁ ଆଜ୍ଞା । ଚିଲିକା ମଝିରେ ରହୁଥିବା ମାଆ କାଳିଜାଈଙ୍କ ବିଷୟରେ ଏପରି କଥା ଯାହା ଆପଣ ପୂର୍ବରୁ କେବେ ଶୁଣି ନଥିବେ । ସାଧାରଣ ଗରିବ ଝିଅ ଜାଇରୁ ମାଆ କାଳିଜାଈ ହେବା ଭିତରେ ରହିଛି ଅନେକ ତଥ୍ୟ ।
ଯେଉଁ କଥା ଆଜି ବି ଅନେକ ଲୋକଙ୍କ ଦେହରେ ଶିହରଣ ଫୁଟାଇ ଦେଉଛି । ମାଆ କାଳିଜାଈ ଠାରୁ ଆଶୀର୍ବାଦ ନେବା ପାଇଁ ସଦା ସର୍ବଦା ହଜାର ହଜାର ଭକ୍ତଙ୍କ ଗହଳି ଜମି ଥାଏ । ଏମିତି କି ଆଜିର ଆଧୁନିକ ସମୟର କଥା ନୁହେଁ ବହୁତ ପୁରାତନ ସମୟରୁ କାଠ ଡଙ୍ଗାରେ ଗଭୀର ଜଳରେ ଲୋକେ କାତ ମାରି ମାଆ କାଳିଜାଈଙ୍କ ପାଖକୁ ଯାଇ ଦର୍ଶନ କରୁଥିଲେ ।
କିନ୍ତୁ ବର୍ତ୍ତମାନ ସମୟରେ ସବୁ ବଦଳି ଯାଇଛି କିନ୍ତୁ ଭୟ ଆଜି ବି ସେମିତି ରହିଛି କେତେବେଳେ ବି ଡଙ୍ଗା ଓଲଟି ପଡୁଛି । ଏହି ଅଞ୍ଚଳର ଲୋକଙ୍କ କହିବା ଅନୁସାରେ 1800 ରୁ 1900 ମସିହା ମଧ୍ୟରେ ହୋଇଥିବା କିଛି ଏଭଳି ଘଟଣା ଯାହା ଆଜିବି ଲୋକେ ଆଲୋଚନା କରୁଛନ୍ତି । ଜଣେ ନାଉରି ଲୋକ ମାନଙ୍କୁ ସିଧା ସିଧା ମନା କରି ଦେଇଥିଲା ଯେ ସେ ଡଙ୍ଗା ଧରି ଆଉ କାଳିଜାଈଙ୍କ ମନ୍ଦିର ଯାଇପାରିବ ନାହିଁ ।
କୁଆଡେ ମନ୍ଦିର ଗଲେ ବିପଦ ଅଛି ତେବେ ବହୁତ ସମୟ ପର୍ଯ୍ୟନ୍ତ ନାଉରି ଆଉ ସେ ଲୋକଙ୍କ ମଧ୍ୟରେ ଯୁକ୍ତି ତରକ ଚାଲି ଥିଲା । କିନ୍ତୁ ନାଉରି ସିଧା ସିଧା ମନା କରି ଦେଇଥିଲା । ହେଲେ ଏପଟେ ଯେଉଁ ମାନେ କାଳିଜାଈ ଯିବାକୁ ଚାହୁଁ ଥିଲେ ସେମାନେ କହୁଥିଲେ କିଛି ଅସୁବିଧା ନାହିଁ କାରଣ ସେମାନେ ବାହାର ରାଜ୍ୟରୁ ଆସିଥିଲେ ।
ହେଲେ ନାଉରି ଆକାଶକୁ ଦେଖି ଠିକ ଅନୁମାନ କରିପାରି ଥିଲା ଝଡ ବାତ୍ୟା ଆସିବା ପୂର୍ବରୁ ସେ ଅନୁମାନ କରିପାରିଥିଲା ଯେ ଆଗକୁ ବିପଦ ଆସି ପାରେ । ଆଉ ସେଠାରେ ଅନେକ ସମୟ ଧରି ଯୁକ୍ତି ତରକ ଚାଲି ଥିବା ବେଳେ ହଠାତ ଝଡ ବାତ୍ୟା ମାଡି ଆସିଲା ।
ଏମିତି କି ଡଙ୍ଗାଟି କୁଳରୁ ରସି ଛିଡାଇ ଜଳ ଭିତରେ ହଜି ଗଲା । ସେଦିନ ଯଦି ସେହି ଲୋକ ମାନେ କାଳିଜାଈଙ୍କ ଦର୍ଶନ ପାଇଁ ଯାଇଥାନ୍ତେ ଆଉ ନାଉରି କଥା ଶୁଣି ନଥାନ୍ତେ ତା ହେଲେ ବୋଧ ହୁଏ ସେମାନେ ସବୁ ଦିନ ପାଇଁ ଆଉ କୁଳକୁ ଫେରି ପାରି ନଥାନ୍ତେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।