ଆସନ୍ତା କାଲି ଖୋଲିବ ନାହିଁ ପ୍ରଥମ ରୁ ପଞ୍ଚମ ଶ୍ରେମୀ School, ଏହାକୁ ନେଇ କିଛି ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ Sameer Ranjan Das, ଦେଖନ୍ତୁ Video

ବନ୍ଧୁଗଣ, ମହାମାରୀ କରୋନା ର ଆତଙ୍କ ପ୍ରାଏ ୨ ବର୍ଷ ହେବ ସମସ୍ତଙ୍କୁ ବିଶେଷ ଭାବରେ ପ୍ରଭାବିତ କରିଛି । ଏହି ମହାମାରୀ ରେ ଅନେକ ଲୋକଙ୍କ ଜୀବନ ଯିବା ବେଳେ ଅନେକ ଲୋକ ଏଥିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ବ୍ୟକ୍ତି ବିଶେଷ ଙ୍କ ଜୀବିକା ଉପରେ ମହାମାରୀ କରୋନା ଭାଇରସ ସିଧା ସଳଖ ଭାବରେ ପ୍ରଭାବ ପକାଉଛି । ପରିସ୍ଥିତି କ୍ରମଶ ସୁଧୁରୁଥିବାର ଦେଖି ସରକାର ଶିକ୍ଷାନୁଷ୍ଠାନ ଗୁଡିକୁ ପୁନ୍ନର୍ବାର ଖୋଲିବା ନିମନ୍ତେ ନିସ୍ପତି ନେଇଥିଲେ ।

ମାତ୍ର ବର୍ତ୍ତମାନ କରୋନା ର ଭାରିଏଣ୍ଟ ଡେଲ୍ଟା ପରେ ବର୍ତ୍ତମାନ ନୂତନ ଭରିଏଣ୍ଟ OMICRON ଆସି ପହଞ୍ଚିଛି । ବର୍ତ୍ତମାନ ଏହି ସଂକ୍ରମଣ ବହୁତ ଦୃତ ଗତିରେ ବଢିବାକୁ ଲାଗିଛି । ଏହାକୁ ଦେଖି ସରକାର ସମସ୍ତ ସ୍କୁଲ କୁ ବନ୍ଦ କରିବା ନିମନ୍ତେ ଆଦେଶ ଦେଇଛନ୍ତି । ମାତ୍ର ଏହିଭଳି ସଂକ୍ରମଣ ଲାଗି ରହିଲେ ପିଲା ମାନଙ୍କ ଭବିଷ୍ୟତ ଯେ କ’ଣ ହେବ ତାହା କହିବା ସମ୍ଭବ ନୁହେଁ । ଆସନ୍ତୁ ବର୍ତ୍ତମାନ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନେବା ।

ସରକାର କହିଛନ୍ତି ଯେ ଆମ୍ଭ ନିଷ୍ପତ୍ତି କ୍ରମେ ନୋଡାଲ ଅଫିସର ମାନେ ସ୍କୁଲ ରେ ପହଞ୍ଚିବା ଆରମ୍ଭ କରିଦେଲେ । ସ୍କୁଲ ବୁଲିବା ଆରମ୍ଭ କରିଦେଲେ । ସେଠି ଗାଡିଅନ ମାନଙ୍କ ଠାରୁ ବିଭିନ୍ନ ଫିଡବ୍ୟାକ ମଧ୍ୟ ନେଲେ । ମାତ୍ର ଗାଡିଅନ ମାନଙ୍କର କିଛି ରିଜର୍ଭମେସନ ଏ ନେଇ ଦେଖାଗଲା । ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଯେ ଏହି ୩ ଦିନ ମଧ୍ୟରେ OMICRON ଆକ୍ରାନ୍ତ ଙ୍କ ସଂଖ୍ୟା ଗୁଡିକ ବୃଦ୍ଧି ପାଇଛି । ବହୁତ ବୃଦ୍ଧି ପାଇଛି ଅର୍ଥାତ ଦୁଇ ଗୁଣ ତଥା ତିନି ଗୁଣ ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।

ସ୍ଥିତି ଯାହା ଥିଲା ତାହା ବର୍ତ୍ତମାନ ୨ ଗୁଣ ହୋଇଯାଇଛି । ଏଣୁ ୨ ଗୁଣ ବୃଦ୍ଧି ପାଇଥିବାରୁ, ଏ ସବୁ କଥା କୁ ବିଚାର କୁ ନେଲେ, ଯେଉଁ ନୋଡାଲ ଅଫିସର ମାନେ କ୍ଷେତ୍ର ପରିଦର୍ଶନ କରିଥିଲେ, ତାଙ୍କର ଫିଡବ୍ୟାକ ନେଲା ପରେ ସାମୁହିକ ଭାବରେ ତାକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି କରାଗଲା । ଏଣୁ ଜାନୁଆରୀ ୩ ତାରିଖରେ ସ୍କୁଲ ଖୋଲିବା ପାଇଁ ଯେଉଁ ନିସ୍ପତି ନିଆ ଯାଇଥିଲା ବର୍ତ୍ତମାନ ତାହାକୁ ସ୍ଥଗିତ ରଖିବା ନିମନ୍ତେ ନିସ୍ପତି ନିଆଗଲା ।

ମାତ୍ର ପରୀକ୍ଷା ଯେଉଁ ହେବା କଥା ୫ ତାରିଖରେ, ସେହି ପରୀକ୍ଷା ଗୁଡିକ ଜାରି ରହିବ । ଏବଂ ଅନଲାଇନ କ୍ଳାସ ଯେଉଁଭଳି ଆଗରୁ ଚାଲୁଥିଲା ତାହା ଚାଲିବ । ବନ୍ଧୁଗଣ ଏହି ମହତ୍ଵପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *