ଦର୍ଶକ ବନ୍ଧୁ ରଙ୍ଗର ପର୍ବ ହୋଲିରେ ଅଘଟଣ । ହୋଲି ଖେଳି ସାରି ସାଙ୍ଗ ମାନଙ୍କ ସହ ନଦୀକୁ ଗାଧେଇବା ପାଇଁ ଯାଇ ଥିଲେ ଆଉ ସେଠାରେ ପାଣିରେ ନିଖୋଜ ହୋଇ ଯାଇଛନ୍ତି ଯୁବକ । ଦର୍ଶକ ବନ୍ଧୁ ଏଭଳି ଏକ ଖବର ଏବେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।
ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ଏଭଳି ଏକ ଘଟଣା କଟକ ଜିଲ୍ଲା ନିଶ୍ଚିତ କୋହଲି ବ୍ଲକ କେନ୍ଦୁ ପାଟଣା ଗାଁରେ ଘଟିଛି । ତେବେ ହୋଲି ଖେଳି ସାରି ନାଗା ମଠ ନିକଟସ୍ଥ ଲୁହା ନଦୀରେ ସାଙ୍ଗ ମାନଙ୍କ ସହ ଗାଧୋଇବାକୁ ଯାଇଥିଲେ କୁହାଳ ଗାଁର 20 ବର୍ଷର ଯୁବକ ରାଜକୁମାର ସେନାପତି ଊରଫ ରାଜା । ଏହା ପରେ ଅସାବଧନତା ବଶତଃ ତାଙ୍କ ଗୋଡ ଖସି ଯିବାରୁ ନଦୀ ପାଣିରେ ସେ ନିଖୋଜ ହୋଇ ଯାଇଛନ୍ତି ।
ଆଉ ଏ ହେଉଛି ଘଟଣା ପରର ଦୃଶ୍ୟ ନଦୀ ପଠାରେ ରୁଣ୍ଡ ହୋଇଛନ୍ତି ଅନେକ ଲୋକ । ଘଟଣା ସ୍ଥଳରେ ଅଗ୍ନିସମ ବିଭାଗ ସମେତ ପୋଲିସ ମଧ୍ୟ ପହଞ୍ଚିଛି । କିନ୍ତୁ ଅକ୍ଲାନ୍ତ ଚେଷ୍ଟା ପରେ ମଧ୍ୟ ମିଳି ପାରି ନାହାନ୍ତି ନିଖୋଜ ଯୁବକ । ହେଲେ ଅଗ୍ନିସମ ବିଭାଗ ତଦନ୍ତ ଜାରି ରଖିଛି । ସେପଟେ ନିଜ ପୁଅକୁ ହରାଇ ମାଆ ନଦୀ ପଠାରେ ଛାତି ଫଟାଇ କାନ୍ଦୁଛି । କହୁଛି ମତେ ମୋ ପୁଅ ଦରକାର ମୋ ପୁଅକୁ ଫେରାଇ ଆଣ ।
ଦର୍ଶକ ବନ୍ଧୁ ପ୍ରତ୍ୟକ ବର୍ଷ ହୋଲିରେ ଏଭଳି ଅଘଟଣ ଘଟି ଥାଏ ଯାହା ଆପଣ ମାନେ ବିଗତ ଦିନରୁ ଶୁଣି ଆସୁ ଥିବେ । କରୋନା ମହାମାରୀ ପରେ 2022ରେ ଲୋକ ମାନେ ହୋଲି ଖେଳି ଥିଲେ ହେଲେ ଚଳିତ ବର୍ଷ ଲୋକ ମାନେ ହୋଲି ଖେଳିବାର ଏତେ ମସଗୁଲ ହୋଇଯାଇଛନ୍ତି ଯେ ତା କହିଲେ ନ ସରେ ।
ଏମିତି ଅନେକ ଛୋଟ ଛୋଟ ପିଲା ଅଛନ୍ତି ଯେଉଁ ମାନେ ହୋଲି ଖେଳିବା ପରେ ଜୀବନକୁ ବାଜିରେ ପକାଇ ନଦୀକୁ ଗାଧୋଇବା ପାଇଁ ଯାଇ ଥାନ୍ତି । ହେଲେ ସେମାନେ କଣ ଜାଣି ଛନ୍ତି ଟିକେ ଅବହେଳା ତାଙ୍କ ଜୀବନକୁ ସବୁଦିନ ପାଇଁ ନେଇ ପାରେ । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।