କାଳବୈଶାଖୀ କଣ, କାହିଁକି କେବଳ ମାର୍ଚ୍ଚରୁ ଜୁନ୍ ଭିତରେ ହିଁ କାଳବୈଶାଖୀ ଆସିଥାଏ ?

କାଳବୈଶାଖୀ କ’ଣ ଓ କାହିଁକି ହୋଇଥାଏ ? ହଁ ଆଜ୍ଞା ଏହି ଗ୍ରୀଷ୍ମ ଋତୁରେ ବେଳ ଗଡିଲା ମାତ୍ରେ କାଳବୈଶାଖୀ ମାଡି ଆସିଥାଏ । ହଟାତ ଖରା ଚାଲିଯାଇ ଆକାଶ ଅନ୍ଧକାରମୟ ହୋଇଯାଉଛି । ବିଜୁଳୀ ଘଡଘଡି ମାଡରେ ଆକାଶ କମ୍ପି ଉଠୁଛି । ପ୍ରବଳରୁ ଅତି ପ୍ରବଳ ପବନ ସବୁକିଛି କିଛି ସମୟ ମଧ୍ୟରେ ଛାରଖାର କରିଦେଉଛି । ଏମିତିକି ତୁହାକୁ ତୁହା ବଜ୍ରାଘାତରେ ଅନେକ ଲୋକଙ୍କର ପ୍ରାଣ ମଧ୍ୟ ଚାଲି ଯାଉଛି । ତେବେ ଏହି କାଳ ବୈଶାଖୀ କଣ ଓ କାହିଁକି ଏହି ଖରା ମାସରେ ହିଁ ବହୁତ ହୋଇଥାଏ ସେ ବିଷୟରେ ଏଠାରେ ଜାଣନ୍ତୁ ।

ମୌସୁମୀ ବାୟୁ ଆସିବା ପୂର୍ବରୁ ଯେଉଁ ଅଳ୍ପ ଅଳ୍ପ ବର୍ଷା ପବନ ହୋଇଥାଏ । ତାହାକୁ ହିଁ କାଳବୈଶାଖୀ କୁହାଯାଇଥାଏ । ଦିନ ବେଳା ପ୍ରବଳ ଖରା ଗରମ ହେଉଥିଲା ବେଳେ ଜଳ ବାଷ୍ପୀଭୂତ ହୋଇ ବାୟୁମଣ୍ଡଳକୁ ଚାଲି ଯାଇଥାଏ । ଯାହା ଫଳରେ ଉପର ବେଳା ସମୟରେ କାଳବୈଶାଖୀ ଆରମ୍ଭ ହୋଇଯାଇଥାଏ । ଅଳ୍ପ ସମୟ ପାଇଁ ବର୍ଷା ହୋଇଥାଏ । ହେଲେ ସେହି ସମୟ ମଧ୍ୟରେ ସବୁକିଛି ଛାରଖାର କରିଚାଲିଯାଇଥାଏ ।

ଉତ୍ତରପଶ୍ଚିମ ଓଡିଶାରେ କାଳବୈଶାଖୀ ହେବାର ପ୍ରମୁଖ କାରଣ ହେଉଛି । ଏହି ଉତ୍ତରପଶ୍ଚିମ ଏରିଆରେ ଅନେକ ପାହାଡ ସବୁ ରହିଛି । ବଙ୍ଗୋପସାଗରରେ ଥଣ୍ଡା ବାୟୁ ଏବଂ ଗ୍ରୀଷ୍ମ ସମୟରେ ତାପମାତ୍ରା 40 ଡିଗ୍ରୀରୁ ଅଧିକ ରହୁଛି । ଏହି କାରଣ ଯୋଗୁ ବଦଳ ସବୁ ଆସି ପାହାଡିଆ ଅଞ୍ଚଳରେ ଜମା ହୋଇ ବର୍ଷା କରିଥାନ୍ତି । ଓଡିଶାର ଭୌଗୋଳିକ ସ୍ଥିତି ଏପରି ଯେ ସବୁ ପ୍ରାକୃତିକ ବିପର୍ଯ୍ୟୟ ଏଠାରେ ଅନେକ ସମୟରେ ହେବାର ଦେଖିବାକୁ ମିଳିଥାଏ ।

ଗ୍ରୀଷ୍ମ ଋତୁ ସମୟରେ ହେଉଥିବା ପବନ ବର୍ଷାକୁ କାଳବୈଶାଖୀ କାହିଁକି କୁହାଯାଇଥାଏ ? କାଳ ଅର୍ଥାତ କଳା ବାଦଲ ବୈଶାଖୀ ଯାହା ବଙ୍ଗାଳୀ କ୍ଯାଲେଣ୍ଡରର ପ୍ରଥମ ମାସ ଅଟେ । ଏହି ସମୟରେ ଆସୁଥିବା ତୋଫାନ ଅନେକ ସମୟରେ ବହୁ ଲୋକଙ୍କର ଧନଜୀବନକୁ କ୍ଷତି ପହଞ୍ଚାଇ ଥାଏ । ଏବେ ଖରା ଦିନରେ ଏହି କାଳବୈଶାଖୀ ହେବା ଦ୍ଵାରା ଖରା ତାତୀ ଗରମରୁ ଲୋକଙ୍କୁ କିଛି ମାତ୍ରାରେ ଆଶ୍ବସ୍ଥି ମଧ୍ୟ ମିଳିଥାଏ । ତେବେ ଏହି କାଳବୈଶାଖୀ ମୁଖ୍ୟତଃ ମାର୍ଚରୁ ଜୁନ ମାସରେ ହିଁ ହୋଇଥାଏ । ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *