ନମସ୍କାର ବନ୍ଧୁଗଣ ତେବେ ଆମେ ଆମ ଶରୀର ର ଯତ୍ନ ପ୍ରଥମେ ନେଇ ଥାଉ, ଏଣୁ ଆମ ଶରୀର କୁ ସୁସ୍ଥ ରଖିବା ପାଇଁ ଡାକ୍ତର ଙ୍କ ପାଖରୁ ପରାମର୍ଶ ନେଇ ଅନେକ ଚିକିତ୍ସା କରି ଥାଉ ଏବଂ ଅନେକ ଔଷଧ ମଧ୍ୟ ଖାଇ ଥାଉ । ତେବେ ଡାଇବେଟିସ ପ୍ରାୟ ଲୋକଙ୍କୁ ହୋଇ ଥାଏ, ଏହାର ନିରାକରଣ ପାଇଁ ଆମେ ଅନେକ ମେଡ଼ିସିନ ଏବଂ ଟ୍ରିଟମେଣ୍ଟ ଜାରି ରଖି ଥାଉ । ତେବେ ଡାଇବେଟିସ ରୋଗ ପ୍ରାୟ ବୃଦ୍ଧ ବ୍ୟକ୍ତି ଙ୍କ ନିକଟରେ ଦେଖା ଯାଏ ।
କିନ୍ତୁ ଏହା ଏବେ ଛୋଟ ପିଲା ଙ୍କ ଠି ବି ଦେଖିବାକୁ ମିଳିଲାଣି, ତେବେ ଡାଇବେଟିସ ପାଇଁ ଅଧିକାଂଶ ଲୋକ ଚିନ୍ତିତ ମଧ୍ୟ ହୋଇ ପଡନ୍ତି । ଏହି ଡାଇବେଟିସ ଅଧିକ ସୁଗାର ର ସ୍ତର ବଢିବା ଯୋଗୁଁ ହୋଇ ଥାଏ, ତେଣୁ ଆମେ ଆଜି ଜାଣିବା ଏହି ଡାଇବେଟିସ ବିଷୟରେ ଏବଂ ଯାହାର ନିରାକରଣ ମଧ୍ୟ ଆମେ କରି ପାରିବା ।
ତେବେ ଏହାର ପ୍ରଥମ କାରଣ ହେଉଛି ବଂଶଗତ ଯଦି ଆମ ଜେଜେ, ମା, ବାପା, ଅଜା, ଆଇ ମାନଙ୍କୁ ଏହି ଡାଇବେଟିସ ରୋଗ ଥାଏ ତେବେ ଏହା ସନ୍ତାନଙ୍କ ଠି ବି ମଧ୍ୟ ଦେଖା ଯାଇଥାଏ । ଦ୍ୱିତୀୟ କାରଣ ହେଉଛି ଅଟୋ ଇମ୍ୟୁନ ଡିଜର୍ଡର । ତୃତୀୟ କାରଣ ହେଉଛି ଗର୍ଭସ୍ଥ ଶିଶୁକୁ ହର୍ମନାଲ ଇନବାଲାନ୍ସ କାରଣ ରୁ ହୋଇଥାଏ । ତେବେ ସୁଗାର ର ସ୍ତର ବଢିବା ଦ୍ୱାରା ମଧ୍ୟ ଡାଇବେଟିସ ହୋଇ ଥାଏ ।
ତେବେ ଏହାର ଲକ୍ଷଣ ହେଉଛି, ଦୁର୍ବଳ ଅନୁଭବ ଲାଗିବା, ଦେହରେ ଆଘାତ ଲାଗି ଥିଲେ ଶୁଖିବାରେ ବିଳମ୍ବ ହେବା, ପରିସ୍ରା ଦ୍ୱାର କୁଣ୍ଢେଇ ହେବା, ଅଧିକ ଭୋକ ଲାଗିବା, ବହୁତ ଶୋଷ ଲାଗିବା, ଆଖି ଝାପ୍ସା ଝାପ୍ସା ଦେଖା ଯିବା, ସ୍ନାୟବିକ ଦୁର୍ବଳତା ଦେଖା ଦେବା ପାଦ ଝିମ ଝିମ ଲାଗିବା ଏବଂ ଚାଲିଲେ ପାଦ ବଧିର ଲାଗିବା । ଏହି ସବୁ ହେଉ ଥିଲେ ଆପଣ ରକ୍ତ ପରୀକ୍ଷା କରନ୍ତୁ ତାପରେ ଜାଣି ପାରିବେ ଆପଣ ଙ୍କୁ ଡାଇବେଟିସ ହେଇଛି ନାଁ ନାହିଁ ।
ତେବେ ଏହାର ନିରାକରଣ ପାଇଁ ପ୍ରଥମେ ହେଉଛି ଖାଦ୍ୟ ଖାଇବାରେ ସଂଯମତା ରକ୍ଷା କରନ୍ତୁ ଏବଂ ଯାହା ଯେଉଁ ପରିମାଣ ରେ ଖାଇବେ ତାହା ଡାକ୍ତର ଙ୍କ ଠୁ ପରାମର୍ଶ ନିଅନ୍ତୁ । ଏହା ଇନ୍ସୁଲିନ ଅଭାବ ରୁ ହୋଇ ଥାଏ ଏଣୁ ଆପଣ ଙ୍କୁ ଇନ୍ସୁଲିନ ନେବାକୁ ପଡ଼ିବ । ଅଳସୁଆ ଜମା ହୁଅନ୍ତୁ ନାହିଁ ପ୍ରତିଦିନ ୩ କି ୪ କିମି ଚାଲନ୍ତୁ, ମାନସିକ ପୀଡା ରେ ଆଦୌ ରୁହନ୍ତୁ ନାହିଁ ଏବଂ ଜଙ୍କ ଫୁଡ ଠାରୁ ଦୂରେଇ ରୁହନ୍ତୁ ।
ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।