ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଗାୟକ ବପି ଲେହେରି ଆଉ ଆମ ମାନଙ୍କ ଗହଳରେ ନାହାନ୍ତି । ଗତ କିଛି ସମୟ ପୂର୍ବରୁ ତାଙ୍କର ପରଲୋକ ଘଟିଛି । ବପି ଯିବା ପରେ ବଲିଉଡ ଇଣ୍ଡଷ୍ଟ୍ରିକୁ ଆଉ ଏକ ବଡ ଝଟକା ଲାଗିଛି କାରଣ ଭାରତ ରତ୍ନ ଲତା ମଙ୍ଗେସ୍କରଙ୍କ ବିୟୋଗକୁ ମାତ୍ର କିଛି ଦିନ ହୋଇଛି ଆଉ ଏବେ ବଲିଉଡ ଆଉ ଏକ ସିଙ୍ଗରକୁ ହରାଇଛି । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି ।
ତେବେ ବନ୍ଧୁଗଣ ବିଭିନ୍ନ ରୋଗରେ ପୀଡିତ ଥିବା ବାପି ଲେହେରିଙ୍କ ଚିକିତ୍ସା ଦୀର୍ଘ ଅନେକ ଦିନ ଧରି ଚାଲିଥିଲା । ଆଉ ଶେଷରେ ୬୯ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି ସେ ଥିଲେ ଡୋସ୍କୋ ମ୍ୟୁଜିକର ବେତାଜ ବାଦଶାହ । ବନ୍ଧୁଗଣ ବପି ଯିବା ପରେ ସାରା ଭାରତ ବର୍ଷରେ ଶୋକର ଛାୟା ଖେଳି ଯାଇଛି । ବପି ଦା ନିଜ ହାତର ପ୍ରତି ଆଙ୍ଗୁଳିରେ ସୁନା ମୁଦି ପିନ୍ଧନ୍ତି ।
ବେକରେ ବଡ ଓ ମୋଟା ଆକାରର ସୁନାର ଚେନ ପିନ୍ଧନ୍ତି । ତା ବି ଗୋଟେ କି ଦୁଇଟା ନୁହେଁ ବିଭିନ୍ନ ଆକାରର ସୁନା ଚେନ ପିନ୍ଧୁ ଥିଲେ ବପି ଦା । ହେଲେ ବନ୍ଧୁଗଣ ଆପଣ ମାନେ କଣ ଜାଣିଛନ୍ତି କାହିଁକି ବପି ଏତେ ସୁନା ପିନ୍ଧିବା ପାଇଁ ଭଲ ପାଉଥିଲେ । ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।
ବନ୍ଧୁଗଣ ଅନେକ ଲୋକ ବପିଙ୍କ ସୁନା ପିନ୍ଧା ସଉକକୁ ଦେଖି ତାଙ୍କୁ ଗୋଲ୍ଡମ୍ୟାନ କହୁଥିଲେ । ଏମିତିକି ଏତେ ସୁନା ପିନ୍ଧିବା କାରଣରୁ ତାଙ୍କୁ ଲୋକମାନେ କହୁଥିଲେ ସେ କାଲେ ସୋଅପ୍ କରିବା ପାଇଁ ସୁନା ପିନ୍ଧନ୍ତି ବା ଲୋକଙ୍କୁ ଦେଖେଇ ହେବା ପାଇଁ ସୁନା ପିନ୍ଧନ୍ତି । ହେଲେ ଏକ ଇଣ୍ଟର୍ବ୍ୟୁରେ ସେ ଲୋକମାନଙ୍କ ସମସ୍ତ ଭ୍ରମ ଦୂର କରିଦେଇଥିଲେ । ସେ କହିଥିଲେ ଯେ, ଆମେରିକାନ ପପ୍ ଷ୍ଟାର ଏଲିବିସ ପ୍ରେସେରି ନିଜ କନସର୍ଟରେ ଗୁଡାଏ ସୁନା ପିନ୍ଧନ୍ତି ଓ ସେ ମଧ୍ୟ ତାଙ୍କ ଠାରୁ ଅନୁପ୍ରାଣିତ ହୋଇ ଏମିତି ସୁନା ପିନ୍ଧନ୍ତି ବୋଲି କହିଥିଲେ ।
ଏମିତି କି ତାଙ୍କ ଜୀବନର ପ୍ରଥମ ସୁନା ଚେନ ତାଙ୍କ ମା ତାଙ୍କୁ ଗିଫ୍ଟ କରିଥିବା ବେଳେ ଦ୍ଵିତୀୟ ଗିଫ୍ଟ ରୂପେ ତାଙ୍କ ସ୍ତ୍ରୀଙ୍କ ସୁନା ଚେନକୁ ବି ସେ ସାଙ୍ଗରେ ପିନ୍ଧିବାକୁ ଭଲ ପାଉଥିଲେ । ଆଉ ତା ପରେ ସେ ନିଜର ଅନ୍ୟାନ୍ୟ ଅଳଙ୍କାର ପିନ୍ଧୁ ଥିଲେ ବୋଲି ବପି କହିଥିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ବପି ଲେହେରି କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।