ଆସିଗଲା Anubhav ଙ୍କ ପାର୍ଟ-4 Video, ପ୍ରଥମ ଥର ପାଇଁ ଖୁସି ହେଲେ ଅନୁଭବ, କଣ ରହିଛି ଏହି ଖୁସି ପଚରା କାରଣ, ଦେଖନ୍ତୁ ଏହି Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଅନୁଭବ ପୁନର୍ବାର ଆଉ ଏକ ଭି-ଡି-ଓ କରି ନିଜ ଫ୍ୟାନ୍ସ ମାନଙ୍କୁ କହିଛନ୍ତି ଯେ ଜୀବନ ବହୁତ ବଦଳିବାରେ ଲାଗିଛି । ସତ କହିବାକୁ ଗଲେ ମୁଁ ସକାଳୁ ସହଜରେ ଉଠିପାରେ ନାହିଁ ମତେ ବହୁତ କଷ୍ଟ ହୁଏ । ଏହା ପିଲାଦିନରୁ କେବଳ ଆଜି ନୁହେଁ । କିନ୍ତୁ ବର୍ତ୍ତମାନ ରାତିରେ ନିଦ ହେବା ମଧ୍ୟ କଷ୍ଟକର ହୋଇଯାଉଛି । ସକାଳୁ ଉଠୁଛି ମଧ୍ୟ କାମ କରିବାକୁ ଚେଷ୍ଟା ମଧ୍ୟ କରୁଛି ଏବଂ ତାହା କେବଳ ସମ୍ଭବ ହୋଇ ପାରିଛି ଆପଣ ମାନଙ୍କ କାରଣରୁ ।

ଏତେ ମାତ୍ରାରେ ଭଲ ପାଇବା ତଥା ଏତେ ମାତ୍ରାରେ ଭରଷା ବିଶ୍ଵାସ ସମର୍ଥନ ତଥା ଆଶୀର୍ବାଦ ଆପଣ ମାନେ ଓଜାଡି ଦେଇଥିବାରୁ ମୁଁ ଏବଂ ମୋ ପରିବାର ଆମ୍ଭେମାନେ ସମସ୍ତେ ଆପଣଙ୍କ ପାଖରେ ଚିର ଋଣି ହୋଇ ରହିବୁ । ଆଉ ସେହି କଥା ଟି କହିବି ଯାହା ମୁଁ ସବୁବେଳେ କହି ଆସିଛି ଯେ ଗୋଟିଏ ମଧ୍ୟ କଥା ମୁଁ ଆପଣ ମାନଙ୍କୁ ମିଛ କହିନାହିଁ । କି ମୁଁ ମୋର ଶେଷ ନିଶ୍ଵାସ ପର୍ଯ୍ୟନ୍ତ କେବେ କିଛି ସେଭଳି କରିବି ନାହିଁ ।

ଯେଉଁଥିପାଇଁ ଆପଣ ମାନଙ୍କ ମୁଣ୍ଡ ମୋ ଯୋଗୁଁ ତଳକୁ ହୋଇଯିବ । ଏହାପରେ ଅନୁଭବ ଅତ୍ୟନ୍ତ ଦୁଃଖଭରା ହୋଇ କହିଛନ୍ତି ଯେ ଯଦି ଆମ୍ଭେ ଭଡାରେ ରହିଛୁ ତଥା ନିଜ ଘରେ ରହିନାହୁଁ, କିନ୍ତୁ ଯେଉଁଠି ମଧ୍ୟ ମୋ ବାପା ମା’ ଅଛନ୍ତି ତଥା ମୋ ପରିବାର ଲୋକେ ଅଛନ୍ତି, ତାହା ହିଁ ହେଉଛି ମୋ ପାଇଁ ମୋ ଘର ।

କିନ୍ତୁ ଏହା ମଧ୍ୟ ସତ ଯେ ବାପା ବଡବାପା ଙ୍କ ପାଇଁ ତାଙ୍କ ଘର ୟା ଠାରୁ ମଧ୍ୟ ବେସୀ ମହତ୍ଵ ରଖେ ଏବଂ ରଖିବା ଉଚିତ ମଧ୍ୟ । ମୋ ତରଫରୁ ସମସ୍ତଙ୍କୁ ଅନେକ ଅନେକ ଭଲପାଇବା ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା କରୁଛି ଯେ ଆପଣ ମାନଙ୍କର ଆଜିକା ଦିନ ଖୁବ ଭଲରେ କଟୁ, ବହୁତ ସୁଖମୟ ହେଉ ତଥା ସମୃଦ୍ଧମୟ ହେଉ, ଏବଂ ସବୁ ଦୁଃଖ କଷ୍ଟ ଠାରୁ ଦୁରରେ ରୁହନ୍ତୁ ଆପଣ ମାନେ, ଭଲ ପାଇବା ବାନ୍ତି ଚାଲନ୍ତୁ, ଶତ୍ରୁତା ତଥା ଘୃଣା ଏ ସବୁଠାରୁ ଦୂରରେ ରୁହନ୍ତୁ ।

ଆଉ ନିଜ ପରିବାର ସହିତ ଏକାଠି ରୁହନ୍ତୁ । ଅନୁଭବ ନିଜ ଫ୍ୟାନ୍ସ ମାନଙ୍କୁ କହିଛନ୍ତି ଯେ ନିଜ ବାପା ମା’ ଙ୍କ କଥା ମାନିବେ ଏବଂ ବାପା ମା ଙ୍କ କଥା ଶୁଣିବେ କାରଣ ସେମାନେ ହେଉଛନ୍ତି ଜିଅନ୍ତା ଠାକୁର । ତେବେ ବନ୍ଧୁଗଣ ନିଜ ମନର କିଛି କଥା କୁ ଅନୁଭବ ନିଜ ଫ୍ୟାନ୍ସ ମାନଙ୍କ ସହିତ ସେୟାର କରିଛନ୍ତି ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *