ସାମ୍ବାଦିକଙ୍କ ପ୍ରଶ୍ନରେ କାହିଁକି ଏମିତି ଗର୍ଜିଲେ Pramila ମା’ ? କଣ କହିଲେ ଦେଖନ୍ତୁ ଏହି Video

ବନ୍ଧୁଗଣ, ଅନେକ ଦିନ ଧରି ଡାକ୍ତର ସୁମିତ ଏବଂ ତପସ୍ଵିନୀ ଙ୍କ ମାମଲା ଅଡୁଆ ସୂତା ଭଳି ଘୁରେଇ ହେବାକୁ ଲାଗିଛି । କୋର୍ଟ ର ନିଷ୍ପତ୍ତି କ୍ରମେ ଉଭୟ ସ୍ଵାମୀ ସ୍ତ୍ରୀ ଏକାଠି ରହିବା ଲାଗି କୋର୍ଟ ନିର୍ଦ୍ଧେଶ ଦେଲେ । ମାତ୍ର ସେହିଦିନ ସୁମିତ ଥାନା ସମ୍ମୁଖରୁ ଫେରାର ହୋଇଗଲେ । ଏହାପରେ ତାଙ୍କ ଶରୀର ଅସୁସ୍ଥ ବୋଲି ସୁମିତ ଙ୍କ ଓକିଲ ଗଣ ମାଧ୍ୟମ ଆଗରେ ପ୍ରକାଶ କରିଲେ । ମାତ୍ର ବର୍ତ୍ତମାନ ଡାକ୍ତର ସୁମିତ ତାଙ୍କ ପତ୍ନୀ ଙ୍କ ଠାରୁ ଅଲଗା ହୋଇ ଅନ୍ୟ କେଉଁଠାରେ ରହୁଥିବାର ସୂଚନା ମିଳିଛି ।

ଏହି ସମସ୍ତ ଘଟାଣା ରେ ମିଡିଆ ଭାଇ ମାନଙ୍କ ଗୋଟେ ପରେ ଗୋଟେ ପ୍ରଶ୍ନ ରେ ରାହିଗଲେ ହଟାତ ସମାଜସେବୀ ପ୍ରମିଳା ରାଉତରାୟ । ପ୍ରମିଳା ମାଉସୀ ରାଗିଯାଇ ମିଡିଆ ଭାଇ ମାନଙ୍କ ସମ୍ମୁଖରେ କୁହନ୍ତି ଯେ ଗେଷ୍ଟ ହାଉସ ରୁ କାଢିଦେଲେ ସେ ଏଠାକୁ ଆସିବ ନାହିଁ ତ ଆଉ କେଉଁଠାକୁ ଆସିବ ? ସେହିଭଳି ତପସ୍ଵିନୀ ଗଣମାଧ୍ୟମ ଆଗରେ କହିଛନ୍ତି ଯେ, ଯେ ହେତୁ ମୁଁ ସତ୍ୟ ରେ ଅଛି ଏବଂ ନ୍ୟାୟରେ ଅଛି, ତେଣୁ ଏହି ନ୍ୟାୟାଳୟ ରୁ ହିଁ ମତେ ନ୍ୟାୟ ମିଳିବ ମୁଁ ଜିବି ।

ନ୍ୟାୟାଳୟ ଉପରେ ସଂପୂର୍ଣ୍ଣ ଭରସା ମୋର ଅଛି । ତପସ୍ଵିନୀ ନିଜ ପ୍ରତିକ୍ରିୟା ରଖିଲା ପରେ, ମିଡିଆ ଭାଇମାନେ ପଚାରିଲେ ଯେ ଆପଣ ଗେଷ୍ଟ ହାଉସ ରେ ଥିଲେ କଣ ହେଲା ? ଏହିଭଳି କଥାରୁ ପ୍ରମିଳା ମାଉସୀ ରାଗିଯାଇ ତାଙ୍କୁ ପ୍ରତି ଉତ୍ତର ଦେଇଥିଲେ ଯେ ଗେଷ୍ଟ ହାଉସ ରୁ ତାକୁ ବାହାର କରିଦେଲେ, ସେ ବର୍ତ୍ତମାନ କୋର୍ଟ କୁ ଆସିବନି ତ ଆଉ କେଉଁଠାକୁ ଆସିବ ?

ସେ ନ୍ୟାୟ ନିମନ୍ତେ ଆସିଛି, ନ୍ୟାୟ ଅନିଶ୍ଚୟ, ଆଉ ଝିଅ ଏହିଠାରୁ ହିଁ ନ୍ୟାୟ ପାଇ ସେ ତା’ ଶଶୁର ଘରକୁ ଜିବ । ବର୍ତ୍ତମାନ ତପସ୍ଵିନୀ ଅପେକ୍ଷାରେ ଯେ ତାଙ୍କୁ ନ୍ୟାୟ କେବେ ମିଳୁଛି ? ଅପର ପାର୍ଶ୍ଵରେ ଡାକ୍ତର ସୁମିତ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ ତପସ୍ଵିନୀ ପବ୍ଲିସିଟି ପାଇବା ନିମନ୍ତେ ଏଭଳି ମିଥ୍ୟା ଅଭିଯୋଗ କରି ମତେ ବଦନାମ କରୁଛନ୍ତି । ସୁମିତ କହିଛନ୍ତି ଯେ ମୋର ଦେହ ଖରାପ ହେବା ଯୋଗୁଁ ମୁଁ ଅଲଗା ଏକ ସ୍ଥାନରେ ହସ୍ପିଟାଲ ରୁ ଛୁଟି ନେଇ ବିଶ୍ରାମ କରୁଛି ।

ମାତ୍ର ଏହି କଥା କେତେ ଦୂରେ ସତ୍ୟ ଅଟେ ତାହା କେବଳ ସୁମିତ ଙ୍କ ଠାରୁ ହିଁ ଜଣାପଡିବ । ତେବେ ଦେଖାଯାଉ ଆଉ କେତେଦିନ ଏଭଳି ଡ୍ରାମା ଗଣମାଧ୍ୟମ ଆଗରେ ଦେଖିବାକୁ ମିଳୁଛି । ଅନ୍ତ କେବେ ହେବ ତାହା କେବଳ ଇଶ୍ଵର ଜାଣିଛନ୍ତି । ସେଥିପାଇଁ କଥାରେ ଅଛି “କରି କରାଉ ଥାଉ ତୁହି ତୋ ବିନୁ ଅନ୍ୟ ଗତି ନାହିଁ” ।

ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *