ବନ୍ଧୁଗଣ, ହୁ ହୁ ହୋଇ ବଢିବାରେ ଲାଗିଲାଣି ପେଟ୍ରୋଲ ଦର । ସକାଳ ହେଲା ମାତ୍ରେ ନୂଆ ଦର ଲାଗୁ କରୁଛନ୍ତି ପେଟ୍ରୋଲିୟମ କମ୍ପାନୀ । ଏବଂ ଏହା ମଧ୍ୟରେ ଅନ୍ୟ ଦେଶରେ କେତେ ରହିଅଛି ତୈଳ ଦର ତାହାକୁ ନେଇ ସୋ-ସି-ଆ-ଲ ମି-ଡି-ଆ ରେ ବେସ ଚର୍ଚ୍ଚା ଚାଲିଅଛି । ସୂଚନା ଅନୁଯାୟୀ କୁହାଯାଉଅଛି ଯେ ଭାରତ ର ପଡୋଶୀ ଦେଶରେ ଆମ୍ଭଠୁ ବେସ କମ ରହିଅଛି ପେଟ୍ରୋଲ ଏବଂ ଡିଜେଲ ଦର । କେବଳ ଏତିକି ନୁହେଁ ପଡୋଶୀ ପାକିସ୍ଥାନ ରୁ ମଧ୍ୟ ଆମ୍ଭ ଦେଶରୁ ବହୁତ କମ ରହିଅଛି ତୈଳ ଦର ।
ଗୋଟିଏ ପଟେ ଅସହିତ ଦଳ ପୂର୍ବ ଅପେକ୍ଷା କମ ରହିଥିବା ସମୟରେ ଗତ ୧୪ ଦିନରେ ପାଖାପାଖି ୧୦ ଥର ବଢିଲାଣି ତୈଳ ଦର । ଏବେ ଆସନ୍ତୁ ଜାଣିବା କେଉଁ ଦେଶରେ କେତେ ରହିଅଛି ତୈଳ ଦର ? ଭାରତରେ ପେଟ୍ରୋଲ ଦର ବର୍ତ୍ତମାନ ୧୧୫ ଟଙ୍କା ରହିଥିବା ବେଳେ, ଡିଜେଲ ଦର ପାଖାପାଖି ୧୦୦ ଟଙ୍କା ରହିଅଛି । ସେହିପରି ପାକିସ୍ଥାନ ରେ ବର୍ତ୍ତମାନ ସମୟରେ ପେଟ୍ରୋଲ ଦର ୬୩ ଟଙ୍କା ରେ ବିକ୍ରି ହେଉଛି ।
ଏପରିକି ବହୁତ ଆର୍ଥିକ ସଙ୍କଟ ଥିବା ଦେଶ ଶ୍ରୀଲଙ୍କା ରେ ମଧ୍ୟ ୭୬ ଟଙ୍କା ରେ ବିକ୍ରୟ ହେଉଛି ପେଟ୍ରୋଲ । ବାଂଲାଦେଶ ରେ ୮୯ ଟଙ୍କା ପେଟ୍ରୋଲ ଦର ରହିଅଛି । ଭୁଟାନ ରେ ୮୬ ଟଙ୍କା, ଏବଂ ନେପାଳ ରେ ୯୭ ଟଙ୍କା ରେ ବିକ୍ରି ହେଉଛି ପେଟ୍ରୋଲ । ମାତ୍ର ଭାରତରେ କାହିଁକି ବାରମ୍ବାର ତୈଳ ଦର ବୃଦ୍ଧି ହେଉଛି ସେ ନେଇ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ।
ସେ କହିଛନ୍ତି ଯେ ଭାରତରେ ତୈଳ ଦର ବୃଦ୍ଧି ନିମନ୍ତେ କେବଳ ଆନ୍ତର୍ଜାତୀୟ ବଜାର ହିଁ ଦାୟୀ । ସେ ଯାହା ମଧ୍ୟ ହେଉ ମାତ୍ର ଏହିଭଳି ଭାବରେ ଯଦି ତୈଳ ଦର ବୃଦ୍ଧି ପାଇବ ତେବେ ମାତ୍ର ୧୦ ଦିନ ମଧ୍ୟରେ ୧୩୦ ଟଙ୍କା ପହଞ୍ଚିଯିବ ତୈଳ ଦର । ଯାହା ଫଳରେ ସାଧାରଣ ଜନତା ବହୁତ ସମସ୍ୟାର ସମୁଖୀନ ହେବେ । କାରଣ କୋରନା ମହାମାରୀ ଯୋଗୁଁ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ସ୍ଥିତି ସଠିକ ହୋଇନାହିଁ ।
ଲୋକେ ବ୍ୟବସାୟ ତଥା କାମ କାର୍ଯ୍ୟ ହରାଇ ବସିଛନ୍ତି । ମାତ୍ର ଏହି ପରିସ୍ଥିତି ରେ ଏହିଭଳି ଭାବରେ ତୈଳ ଦର ବୃଦ୍ଧି ହେବା ଜନତା ଙ୍କ ମନରେ ଅସନ୍ତୁଷ୍ଠ ପ୍ରକାଶ କରିଅଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।