ନମସ୍କାର ବନ୍ଧୁଗଣ ତେବେ ଧୋକା ଦେଲା ପ୍ରେମିକା । ପୁଅ ହୋଇ ବି ଝିଅର କରୁଥିଲେ ଅଭିନୟ । ସତ ଜଣାପଡ଼ିବା ପରେ ସବୁ ସରିଗଲା । ପ୍ରଥମେ ଫେସବୁକରେ ବନ୍ଧୁତା ହେଲା ,ପରେ ମୋବାଇଲରେ କଥାବାର୍ତ୍ତା, ଆଉ ମାତ୍ର ୧୫ ଦିନ କଥାବାର୍ତ୍ତା ମଧ୍ୟରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ । ପରସ୍ପର ମଧ୍ୟରେ ଫଟୋ ଦିଆନିଆ ମଧ୍ୟ ହେଲା । ଏମିତି ଗଭୀର ସମ୍ପର୍କ ଗଢି ଉଠିଲା ଯେ, ଶେଷରେ ବାହାଘର ହେବାପାଇଁ ନିଷ୍ପତି ବି ନେଲେ ପ୍ରେମୀ ଯୁଗଳ ।
ତେବେ ଯାହାକୁ ଜୀବନସାଥୀ କରିବାର ଇଚ୍ଛା ରଖି ବିବାହର ପ୍ରତିଶ୍ରୁତି ଦେଇଥିଲେ, ଯେତେବେଳେ ଜାଣିଲେ ସିଏ ପୁଅ ବୋଲି ସବୁ ସ୍ୱପ୍ନ ଭାଙ୍ଗି ଚୁରମାର ହୋଇଯାଇଛି । ଏଭଳି ଘଟଣା ଏବେ ଭଦ୍ରକ ବାସୁଦେବ ପୁର ଥାନା କଷିଆ ଅଞ୍ଚଳରେ ଘଟିଛି । ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।
ତେବେ ପଶ୍ଚିମବଙ୍ଗ ଚବିଶ ପ୍ରଗଣା ଅଞ୍ଚଳର ପ୍ରେମିକ ଆଲୋକ କୁମାର ମିସ୍ତ୍ରୀ କେନ୍ଦ୍ରାପଡ଼ା ଜମ୍ବୁ ରାମନଗର ଅଞ୍ଚଳର ଜଣେ ଯୁବତୀଙ୍କ ସହ ଫେସବୁକରେ ଫ୍ରେଣ୍ଡ ହୋଇଥିଲେ । କିଛିଦିନ ଫେସବୁକରେ ଚାଟିଂ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଆଉ ଉଭୟେ ବିବାହ କରିବେ ବୋଲି ନିଷ୍ପତି ନେଇଥିଲେ । ଯାହାକୁ ନେଇ ପ୍ରେମିକ ପଶ୍ଚିମବଙ୍ଗରୁ ଓଡିଶା ଆସିଥିଲେ । ଉଭୟ ପ୍ରେମୀ ଚଣ୍ଡିଖୋଲ ନିକଟରେ ଭେଟହୋଇ ବିବାହ କରିବେ ବୋଲି ନିଷ୍ପତି ନେଇଥିଲେ ।
ତେବେ ଚଣ୍ଡିଖୋଲରୁ ଉଭୟେ ପ୍ରେମିକର ମାମୁ ଘର ବାସୁଦେବପୁର କଷିଆ ଅଞ୍ଚଳକୁ ଆସିଥିଲେ । କିନ୍ତୁ ମାମୁଁଘର ଗାଁରେ ପ୍ରେମି ଯୁଗଳଙ୍କୁ ଚିହ୍ନି ପାରିଥିଲେ ଜଣେ ବ୍ୟକ୍ତି । ଆଉ ପ୍ରେମିକା ଜଣକ ଝିଅ ନୁହେଁ ବରଂ ପୁଅ ବୋଲି ଜଣାପଡ଼ିଥିଲା । ଘଟଣା ଜଣାପଡ଼ିବା ପରେ ଗାଁଲୋକ ଏକତ୍ରିତ ହୋଇ ଯୁବକଙ୍କର ଲମ୍ବା ଚୁଟିକୁ କାଟି ପୁଅ ପୋଷାକ ପିନ୍ଧାଇ ପୋଲିସକୁ ଖବର ଦେଇଥିଲେ ।
ପରେ ପୋଲିସ ଯୁବକଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ତେବେ ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ । ପ୍ରେମିକ ଜଣକ ପୁଅ ହୋଇଥିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।