ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ କଣ ଜାଣିଛନ୍ତି କି ଏହି ଦୁନିଆରେ ୩୬୮୬ ପ୍ରଜାତିର ସାପ ଅଛନ୍ତି । ବନ୍ଧୁଗଣ ସାପ ମାନେ ଭିନ୍ନ ଭିନ୍ନ ସ୍ଥାନରେ ରହିବା ପାଇଁ ପସନ୍ଦ କରନ୍ତି । କେତେକ ସାପ ମାଟି ଉପରେ ତ କେତେକ ସାପ ମାଟି ତଳେ, କେତେକ ସାପ ଗଛ ଉପରେ ତ କେତେକ ସାପ ପାଣି ଭିତରେ ରହିବା ପାଇଁ ପସନ୍ଦ କରନ୍ତି । ତେବେ ଆପଣ ମାନେ ଦେଖିଥିବେ କି ସାପ ନିଜର ଛାଲ କାଢି ଦେଇଥାଏ ତେବେ ଏହାର କାରଣ କଣ ?
ତେବେ ସାପ ଯେତେବେଳେ ନିଜର ଆକାରରେ ବୃଦ୍ଧି ହୁଏ ବା କରେ ସେତେବେଳେ ସେ ଏହି ଶରୀରରେ ଠିକ ଭାବରେ ରହି ପାରେ ନାହିଁ ଠିକ ଭାବରେ ହଲି ମଧ୍ୟ ପାରେ ନାହିଁ ତେଣୁ ସେ ଧୀରେ ଧୀରେ ନିଜର ପୁରୁଣା ଛାଲ ବାହାର କରି ଦେଇଥାଏ ଏବଂ ଧୀରେ ଧୀରେ ନୂଆ ଛାଲ ଆସି ଯାଇଥାଏ। ତେବେ ଆପଣ ମାନେ ଏହି କଥା ତ ନିଶ୍ଚୟ ଜାଣିଥିବେ ଯେ ଚନ୍ଦନ ଗଛରେ ସାପ ରହିଥାନ୍ତି । ଚନ୍ଦନ ଗଛରେ ସାପ ରହିବାକୁ ବହୁତ ପସନ୍ଦ କରନ୍ତି ।
ସାପ ମାନେ ସବୁବେଳେ ଚନ୍ଦନ ଗଛର ତଳ ଅଂଶରେ ରହିବାକୁ ଭଲ ପାଆନ୍ତି। ତେବେ ସାପ ମାନେ ସବୁବେଳେ ଏକ ଥଣ୍ଡା ଜାଗାରେ ରହିବା ପାଇଁ ପସନ୍ଦ କରନ୍ତି ତେଣୁ ଚନ୍ଦନ ଗଛ ଥଣ୍ଡା ଥିବାରୁ ସାପ ମାନେ ସେହି ଗଛରେ ରୁହନ୍ତି । କେତେ ଜଣଙ୍କ ମତରେ ଚନ୍ଦନ ଗଛର ବାସ୍ନାରେ ଆକର୍ଷିତ ହୋଇ ସାପ ମାନେ ଗଛରେ ରହିଥାନ୍ତି ହେଲେ ଏହା ସଂପୂର୍ଣ୍ଣ ମିଛ ଅଟେ କାରଣ ସାପ ମାନଙ୍କର ଶୁଙ୍ଗିବା ଶକ୍ତି ବହୁତ ଦୁର୍ବଳ ଥାଏ ସେମାନେ ନିଜ ଜିଭ ଦ୍ଵାରା ଥଣ୍ଡା ଗରମ ଅନୁଭବ କରି ପାରନ୍ତି ।
ତେବେ ଅଧିକାଂଶ ସାପଙ୍କୁ ଆପଣ ମାନେ ବସା ଭିତରୁ ବାହାରିବାର ଦେଖିଥିବେ । ସାପର ତ ଗୋଡ ନାହିଁ ତା ହେଲେ ସେମାନେ ବସା କେମିତି ବନାଉ ଛନ୍ତି । ତେବେ ଏହି ପ୍ରଶ୍ନର ଉତ୍ତର ବହୁତ କମ ଲୋକଙ୍କୁ ଜଣା ଅଛି । ସାପ ମାନେ ସାଧାରଣତଃ ନିଜ ଶିକାରର ବସାକୁ ନିଜ ବସା କରିଦିଅନ୍ତି । ଯଦି ଗୋଟେ ସାପ ମୂଷା ବସା ଦେଖିଦିଏ ତା ହେଲେ ସେ ମୂଷା ମାରି ସେହି ବସା ଉପରେ କବଜା କରିଦିଏ ।
ତେବେ ସାପ ସହ ଜଡିତ ଆଉ ଗୋଟେ ରହସ୍ୟ ହେଉଛି ସାପ ମାନଙ୍କୁ ରାତ୍ରି ସମୟରେ ଶିକାର କରିବା ପାଇଁ ବହୁତ ସହଜ ହୋଇଥାଏ କାହିଁକି । ଆପଣ ମାନେ ସମସ୍ତେ ସାପ ଚେହେରାରେ ଦୁଇଟି କଣା ନିଶ୍ଚୟ ଦେଖିଥିବେ । ସେହି ଦୁଇଟି କଣା ଦ୍ଵାରା ସାପ ତାପମାତ୍ରା ମାପି ପାରନ୍ତି ଯାହାଫଳରେ ତାଙ୍କ ଆଖ ପାଖରେ ଥିବା ଜୀବ ଜନ୍ତୁ ମାନଙ୍କ ଉପରେ ସେମାନେ ସହଜରେ ଆକ୍ରମଣ କରି ପାରନ୍ତି ।
ତେବେ ଏହି ଦୁନିଆରେ ସବୁଠାରୁ ଦ୍ରୁତ ଗତିରେ ଦୌଡ଼ିବା ସାପର ନାମ ହେଉଛି ବ୍ଲାକ ମାମ୍ବା ଏହା ଆଫ୍ରିକାରେ ଦେଖିବାକୁ ମିଳେ । ଏହି ସାପଟି ୨୦ କିଲୋମିଟର ପ୍ରତି ଘଣ୍ଟା ସ୍ପିଡରେ ଯାଇଥାଏ।ବ୍କାକ ମାମ୍ବାର ୧ ମିଲିଗ୍ରାମ ବିଷ କୌଣସି ମଣିଷକୁ ମାରିବା ପାଇଁ ଯଥେଷ୍ଟ ହୋଇଥାଏ ।କିନ୍ତୁ ଏମାନେ ନିଜ ଶିକାରକୁ ଆକ୍ରମଣ କରିବା ସମୟରେ ୧୦ରୁ ୧୨ ଥର ଚୋଟ ମାରିଥାନ୍ତି ଯାହା ଫଳରେ ୪୦୦ ମିଲିଗ୍ରାମର ବିଷ ତାଙ୍କ ଶରୀର ଭିତରକୁ ଯାଇଥାଏ। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।