ଦର୍ଶକ ବନ୍ଧୁ ଓଡିଆ ଚଳଚିତ୍ର ‘ବାପା ସୁପରମ୍ୟାନ’ ଏବେ ଥିଏଟରରେ ରିଲିଜ ହୋଇ ସାରିଛି । ତେବେ ଏହି ଫିଲ୍ମର କାହାଣୀକୁ ନେଇ ଆଗରୁ ଅନେକ ବିବାଦ ସୃଷ୍ଟି ହୋଇଛି । କ୍ରୀଷ୍ଣା ନାମକ ଜଣେ ବ୍ୟକ୍ତି କହୁଥିଲେ ସେ ଏହି ଫିଲ୍ମର କାହାଣୀ ଲେଖିଛନ୍ତି ହେଲେ ତାଙ୍କର ନାମ ନାହିଁ । ଅନ୍ୟ ପକ୍ଷେ ଏହି ଫିଲ୍ମର ନିର୍ମାତା ପ୍ରକାଶ ଜେନା କହିଥିଲେ ଏହି ଫିଲ୍ମର କାହାଣୀ କପି ହେଇନି । ତେବେ ଫିଲ୍ମ ରିଲିଜ ହେବା ପରେ ଏବେ ସବୁ କ୍ଲିୟର ହେଇଛି ।
କ୍ରୀଷ୍ଣା ନିଜେ ଏହି ଫିଲ୍ମ ଦେଖିଛନ୍ତି ଆଉ ଫିଲ୍ମ ଦେଖିବା ପରେ ସାକ୍ଷାତ୍କାର ଦେଇଛନ୍ତି । କ୍ରୀଷ୍ଣା ଗଣମାଧ୍ୟମ ଆଗରେ କହିଛନ୍ତି-‘କାହାଣୀ ଯିଏ ବି ଲେଖିଛନ୍ତି କଣ ସେ ଲେଖିଛନ୍ତି । ପ୍ରିୟବ୍ରତ ଭାଇ ଲେଖି ଛନ୍ତି ଏ କାହାଣୀ । ମୁଁ ଭାବୁ ଥିଲି ଏଇଟା ମୋ ଷ୍ଟୋରି ହେଲେ ଫିଲ୍ମ ଯେତେବେଳେ ମୁଁ ଦେଖିଲି ମୁଁ ଜାଣିଲି ଏଇଟା ମୋ ଷ୍ଟୋରି ନୁହେଁ ।
ସେ ଗୋଟେ ବାପାର ବାୟୋପିକ କରିଛନ୍ତି ବାପା କଣ ସେ ଜିନିଷ ପ୍ରିୟବ୍ରତ ପଣ୍ଡା ଲେଖି ଛନ୍ତି । ଏ ଫିଲ୍ମଟି ଏତେ ନିଖୁଣ ଭାବେ କରିଛନ୍ତି ଯେ ମୁଁ ଭାବି ପାରୁନି ଏଇଟା ମୋ ଷ୍ଟୋରି । ଏ ଷ୍ଟୋରି ମୋର ନୁହେଁ । ମୁନା ଭାଇ ଯିଏ ବାପାର ଚରିତ୍ର କରିଛନ୍ତି ଭାରତର ପ୍ରତ୍ୟକ ବାପା ଏଭଳି ହେବା ନିହାତି ଦରକାର । ମୁଁ ପ୍ରକାଶ ଜେନା ଉପରେ ଯେଉଁ ଆଲିଗେସନ ଲଗାଉ ଥିଲି ମୁଁ ତାକୁ କ୍ଷମା ମାଗୁଛି ।
ମୋ ସାଙ୍ଗକୁ ମୁଁ କ୍ଷମା ମାଗୁଛି । ଓଡିଶାବାସୀଙ୍କ ଠାରୁ ଆରମ୍ଭ କରି ସୁଧାଂଶୁ ଭାଇ ମୁନା ଭାଇ ପ୍ରିୟବ୍ରତ ପଣ୍ଡା ଭାଇ ଆଉ ମୋ ପ୍ରକାଶ ଜେନାଙ୍କୁ ମୁଁ କ୍ଷମା ମାଗୁଛି । ମୋର 20 ବର୍ଷର ସାଙ୍ଗକୁ ବି ମୁଁ କ୍ଷମା ମାଗୁଛି । ମୁଁ ଟ୍ରେଲର ଦେଖିଥିଲି ଆଉ ଟ୍ରେଲରରେ ଯେଉଁ ଜିନିଷ ଥିଲା ସେ ଜିନିଷ ମୁଁ ଭାବିଲି ସେଇଟା ମୋ ଷ୍ଟୋରି । ତେଣୁ ମୁଁ ସେଇଟା ମାନୁଛି ସେଇଟା ମୋ ଷ୍ଟୋରି ନୁହେଁ । ମୁଁ ସମସ୍ତଙ୍କୁ କ୍ଷମା ମାଗୁଛି’ ।
ଦର୍ଶକ ବନ୍ଧୁ ଏଭଳି ଭାବରେ କ୍ରୀଷ୍ଣା ସମସ୍ତଙ୍କୁ କ୍ଷମା ମାଗିଛନ୍ତି । ଅନ୍ୟ ପକ୍ଷେ ପ୍ରକାଶ ଜେନା ବି ତାଙ୍କୁ କ୍ଷମା କରିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।