ଜୀଵନରେ କାହାକୁ ମଧ୍ୟ କୁହନ୍ତି ନିଜର ଏହି 5 ଟି ଗୁପ୍ତ କଥା, ନହେଲେ ଭୋଗିବେ ଭୟଙ୍କର ପରିଣାମ (Chanakya Niti)

ନମସ୍କାର ବନ୍ଧୁଗଣ ତେବେ ଚାଣକ୍ୟ ନୀତି ଆଚାର୍ଯ୍ୟ ଚାଣକ୍ୟ ଙ୍କ ଦ୍ୱାରା ରଚିତ ନୀତି ଶାସ୍ତ୍ର । ଯେଉଁଥିରେ ଜୀଵନ କୁ ସୁଖମୟ କରିବା ପାଇଁ ନୀତି ନିୟମ ବର୍ଣ୍ଣନା କରାଯାଇଛି । ଏଥିରେ ମନୁଷ୍ୟ କୁ ଜୀଵନ ର ସବୁ ବ୍ୟବହାରିକ ଶିକ୍ଷା ପ୍ରଦାନ କରିବା ହେଉଛି ଏହି ଗ୍ରନ୍ଥ ର ମୁଖ୍ୟ ବିଷୟ । ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ ସେ ନିଜର ବୁଦ୍ଧି ଓ ନୀତି ଦ୍ୱାରା ଚନ୍ଦ୍ରଗୁପ୍ତ ଙ୍କୁ ରାଜା କରି ପାରିଥିଲେ । ଚାଲନ୍ତୁ ଜାଣିନେବା ଚାଣକ୍ୟ ଙ୍କର କିଛି ଏପରି ନୀତି ଯାହା ଆମ ଜୀବନରେ କୌଣସି ନା କୌଣସି ମୁହୂର୍ତ୍ତରେ କାମ ଆସି ପାରିବ ।

ବୁଦ୍ଧି ମାନ ସିଏ ଯିଏ ନିଜର ରହସ୍ୟ କୁ କେବେବି ଉଜାଗର କରେ ନାହିଁ । ତେବେ ନିଜର ରହସ୍ୟ କୁ କେବେବି କାହା ଆଗରେ ପ୍ରକଟ କରିବା ଉଚିତ ନୁହେଁ । ଏବଂ ଜୀବନରେ କିଛି ଏଭଳି କଥା ମଧ୍ୟ ରହିଛି ଯାହାକୁ ନିଜ ସ୍ତ୍ରୀ ଆଗରେ ମଧ୍ୟ ପ୍ରକଟ କରିବାକୁ ମନା ହୋଇଥାଏ । ଜୀବନରେ ଅଧିକ ଭୋଳା ଏବଂ ଅଧିକ ସିଧା ରହିବା ଉଚିତ ନୁହେଁ କାରଣ ଜଙ୍ଗଲରେ ଥିବା ସିଧା ଗଛ କୁ କଟା ଯାଇଥାଏ କିନ୍ତୁ ଅଙ୍କା ବଙ୍କା ରହିଥିବା ଗଛ କୁ ଛାଡି ଦିଆ ଯାଇଥାଏ ।

ତେଣୁ ଜୀବନରେ ସର୍ଵଦା ସିଧା ଏବଂ ସମସ୍ତ ଙ୍କ କଥାରେ ଭାସିବା ଉଚିତ ନୁହେଁ । ତେବେ ଆସନ୍ତୁ ଜାଣିନେବା କେଉଁ ଗୁପ୍ତ କଥା କୁ ପ୍ରକଟ କରିବା ଉଚିତ ନୁହେଁ । ୧- ପ୍ରଥମରେ ସ୍ୱାମୀ ସ୍ତ୍ରୀ ଙ୍କ ଭିତରେ କିଭଳି ସମ୍ପର୍କ ରହିଛି କିମ୍ବା ତାଙ୍କ ଭିତରେ କଣ କଥା ଅଛି ତାହା କେବଳ ସେଇ ଦୁଇ ଜଣଙ୍କ ଭିତରେ ଗୁପ୍ତ ହୋଇ ରହିବା ଟା ହିଁ ଭଲ ଏହାକୁ କାହା ଆଗରେ ପ୍ରକାଶ କରିବା ଉଚିତ ନୁହେଁ ଏବଂ ଏହି ପରି କରିବା ଏକ ମୂର୍ଖାମୀ ଅଟେ ।


୨- ଦ୍ଵିତୀୟ ରେ କୁହାଯାଏ କି ବ୍ୟକ୍ତି କୁ ନିଜର ବୟସ ସୀମା ଅନ୍ୟ କାହା ଆଗରେ ସେୟାର କରିବା ଉଚିତ ନୁହେଁ ଏହାକୁ ମଧ୍ୟ ଗୁପ୍ତ ରଖିବା ଉଚିତ । ଯଦି ଆପଣ ଙ୍କ ଶତ୍ରୁ ଏହା ଜାଣନ୍ତି ତେବେ ସେ ଏହାକୁ ଆପଣଙ୍କ ବିପକ୍ଷରେ ସେମାନେ ଏହାର ଫାଇଦା ଉଠାଇ ଥାଆନ୍ତି ।


୩- ତୃତୀୟ ରେ ହେଉଛି ନିଜ ଘରର କଥା କୌଣସି ବନ୍ଧୁ କିମ୍ବା ବାହାର ଲୋକଙ୍କ ସହ ସେୟାର କରିବା ଉଚିତ ନୁହେଁ କାରଣ ସେମାନେ ଏହାର ଫାଇଦା ଉଠାଇ ପାରନ୍ତି ତେଣୁ ସର୍ଵଦା ନିଜ ଘରର କଥା କୁ ଗୁପ୍ତ ରଖିବା ଆବଶ୍ୟକ ଅଟେ ।

୪- ଚତୁର୍ଥ ରେ ହେଉଛି ନିଜ ପାଖରେ କେତେ ଟଙ୍କା ଅଛି କିମ୍ବା ଆପଣ କେତେ ଟଙ୍କାର ମାଲିକ ଏହା କାହା ଆଗରେ ପ୍ରକାଶ କରିବା ଉଚିତ ନୁହେଁ କୌଣସି ବନ୍ଧୁ ପରିଜନ ମାନଙ୍କ ଆଗରେ ମଧ୍ୟ ନୁହେଁ ଏହା ଦ୍ୱାରା ଆପଣ ସର୍ଵଦା ଖତରା ରେ ରହି ପାରନ୍ତି ।

୫- ପଞ୍ଚମ ରେ ହେଉଛି ଯଦି ଆପଣ ନିଜ ଇଷ୍ଟ ଦେବ କିମ୍ବା ନିଜ ପ୍ରିୟ ଦେବ ଦେବୀ ଙ୍କୁ କୌଣସି ମନ୍ତ୍ର ଯୋଗେ ପୂଜା କିମ୍ବା ଆରାଧନା କରିଥାନ୍ତି ତେବେ ସେହି ମନ୍ତ୍ର କୁ ମଧ୍ୟ କାହା ଆଗରେ ପ୍ରକାଶ କରିବା ଉଚିତ ନୁହେଁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *