‘ମୋର ସବୁଠୁ ହିଟ ଫିଲ୍ମ ମୁନା ଭାଇନାଙ୍କ ସାଙ୍ଗରେ, ମୁନା ଭାଇନାଙ୍କ ସହ ହିଁ ପୁଣି ଥରେ ହିରୋଇନ ହେବି…’ Jyoti Mishra

ଦର୍ଶକ ବନ୍ଧୁ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ଅଭିନେତ୍ରୀ ନିଜର ଅଭିନୟର ଜାଦୁ ଦେଖାଇ ଦର୍ଶକଙ୍କ ମନୋରଞ୍ଜନ କରନ୍ତି । ତେବେ ଆପଣ ମାନେ ସମସ୍ତେ ଏହି ଓଡିଆ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଓଡିଆ ଅଭିନେତ୍ରୀ ମାନେ ନିଜ ସୁନ୍ଦରତା ଆଉ ନିଜ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତା ହେଲେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି ।

ଆଉ  ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଜ୍ୟୋତି ମିଶ୍ର । ଆପଣ ମାନେ ସମସ୍ତେ ଜ୍ୟୋତିଙ୍କୁ ଅନେକ ଓଡିଆ ଫିଲ୍ମରେ ଦେଖିଥିବେ । ସେ ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରି ପ୍ରସିଦ୍ଧି ହାସଲ କରିଛନ୍ତି । ତେବେ ଏହାରି ମଧ୍ୟରେ ଜ୍ୟୋତିଙ୍କର ଏକ ସାକ୍ଷାତ୍କାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଏହି ସାକ୍ଷାତ୍କାରରେ ଜ୍ୟୋତି କହିଛନ୍ତି-‘ମୋ ପୁଅ ସାନ ଥିଲା ତେଣୁ ମୁଁ କିଛି ଦିନ ଆମ ଓଡିଆ ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ଯାଇଥିଲି । କିନ୍ତୁ ବହୁତ ଭଲ ଲାଗୁଛି ମୋତେ ଲାଗୁଛି ମୁଁ ପୁଣି ମୋ ପରିବାରକୁ ଫେରି ଆସିଛି ।

ଦର୍ଶକ ମୋତେ ଯଦି ହିରୋଇନ ଭାବରେ ଦେଖିବାକୁ ଚାହିଁବେ ତା ହେଲେ ମୁଁ ହିରୋଇନ ଭୂମିକା କରିବି । ମାଆ ହେଲା ପରେ ମାଆ ପାଇଁ ତା ପିଲା ପ୍ରଥମେ ଆସେ ତେଣୁ ମୁଁ ବି ମାଆ ହେଲା ପରେ ମୋ ପୁଅ ଆଗେ । ତେଣୁ ମୋ କାରିୟରକୁ ମୁଁ ଟିକେ ପଛ ଘୁଞ୍ଚା ଦେଇଥିଲି । ଏବେ ମୋ ପୁଅ ବଡ ହେଇଯାଇଛି ତେଣୁ ମୁଁ ପୁଣି ଫେରି ଆସିଛି । ମୋର ସବୁଠାରୁ ଅଧିକ ହିଟ ଫିଲ୍ମ ତ ମୁନା ଭାଇଙ୍କ ସାଙ୍ଗରେ ଆଉ ମୁନା ଭାଇ ଆମର ଏଭର ଗ୍ରୀନ ହିରୋ ।

ତେଣୁ ମୁଁ ତାଙ୍କ ସହ ଫିଲ୍ମ କରିବାକୁ ଚାହିଁବି । ସେମିତି କହିବାକୁ ଗଲେ ଶ୍ରିତମ ସହ ବି ମୋର ଭଲ ଫିଲ୍ମ ଅଛି । ତେଣୁ ଶ୍ରିତମ ଆଉ ମୁନା ଭାଇ ଯାହା ସହ ଫିଲ୍ମ କଲେ ବି ମୁଁ ଖୁସି’ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *