ନମସ୍କାର ବନ୍ଧୁଗଣ ତେବେ ଯୌତୁକ ନିର୍ଯ୍ୟାତନା ଏଭଳି ଏକ ଶବ୍ଦ ଯାହା ବିଷୟରେ ଶୁଣିବା ପରେ ବହୁତ ଘୃଣା ଲାଗିଥାଏ । ଆଜିର ସମାଜରେ ମଣିଷ ଏତେ ଶିକ୍ଷିତ ହୋଇ ମଧ୍ୟ ଯୌତୁକ ଲୋଭକୁ ଭୁଲି ପାରୁନାହିଁ । କିଏ ଜାଣେ ଆମ ସମାଜରେ ଏପରି ପ୍ରଥା ପାଇଁ ଆଉ କେତେ ଜୀବନ ଯିବ ? ବାସ୍ତବରେ ଏହା କୌଣସି ପ୍ରଥା ନୁହେଁ ଯେ ବିବାହ ପାଇଁ ଝିଅର ପରିବାର ପୁଅ ପରିବାରକୁ ଯୌତୁକ ଦେବାକୁ ବାଧ୍ୟ ।
କିନ୍ତୁ ସମୟ ଯେତେ ଆଧୁନିକ ଦିଗରେ ଗତି କଲେ ବି ଲୋଭି ମନୁଷ୍ୟ ସମାଜ କେବେବି ଯୌତୁକ ଛାଡ଼ି ପାରିବ ନାହିଁ । ଯାହାଦ୍ୱାରା ଯୌତୁକ ଜୁଇରେ ଆହୁରି ନିରୀହ ଝିଅଙ୍କ ଜୀବନ ଚାଲିଯିବ । ତେବେ ବର୍ତ୍ତମାନ ଏକ ଏପରି ଘଟଣା ବିଷୟରେ ଆମେ କହିବୁ ଯାହାକୁ ଶୁଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।
ତେବେ ଉତ୍ତର ପ୍ରଦେଶର ଲିୟାକତ ଅଲ୍ଲୀ ନାମକ ଜଣଙ୍କ ବ୍ୟକ୍ତି ନିଜ ଝିଅ ସିମ୍ରନ ର ବିବାହ ଇଜ୍ଜତ ନଗରରେ ରହୁଥିବା ଜିସାନ ନାମକ ପୁଅ ସହ କରୁଥିଲେ । ତେବେ ଦୁହିଁଙ୍କର ତିନି ବର୍ଷ ତଳେ ନିର୍ବନ୍ଧ ହୋଇ ଯାଇଥିଲା ଏବଂ ଏହି କିଛି ଦିନ ପୂର୍ବରୁ ତାଙ୍କର ବିବାହ ହେବାର ଥିଲା । ତେବେ ପୁଅ ବାଲା ନିଜ ସାଙ୍ଗରେ ବରଯାତ୍ରୀ ଙ୍କୁ ନେଇକି ଆସିଲେ ଝିଅ ଵାଲା ସେମାନଙ୍କ ର ବହୁତ ଭଲ ଭାବରେ ସ୍ୱାଗତ ମଧ୍ୟ କରିଥିଲେ ।
ତେବେ ପରେ ମଣ୍ଡପ ର ସେହି ସ୍ଥାନକୁ ନେଇଗଲେ ଯେଉଁଠି ଯୌତୁକ ର ସବୁ ଜିନିଷ ଥୁଆ ହୋଇଥିଲା । ତେବେ ସେଠାରେ ଶାଶୁଙ୍କ ଫରମାଇସ ଶଶୁରଙ୍କ ଫରମାଇସ ଆଦି ସବୁ ଏଭଳି ଥୁଆ ହୋଇଥିଲା । ତେବେ ସେଠାରେ ଏକ ପଲସର ଗାଡ଼ି ମଧ୍ୟ ଥୁଆ ହୋଇଥିଲା ତେବେ ସବୁ ଲୋକ ଯୌତୁକ ର ଜିନିଷ ଦେଖି ବହୁତ ପ୍ରଶଂସା କରିବା ଆରମ୍ଭ କରିଦେଲେ ତେବେ କିନ୍ତୁ ବର ବା ଦୁଲ୍ହା ସେହି ଗାଡି କୁ ଦେଖି ରାଗିଗଲା ଏବଂ ସେ ବିବାହ କରିବନି ବୋଲି ମନା କରିଦେଲା ।
ତେବେ ଏହାର କାରଣ ପୁଅ ର ଡିମାଣ୍ଡ ଥିଲା ବୁଲେଟ ଗାଡି ତେବେ ବୁଲେଟ ଗାଡି ନଥିବାରୁ ସେ ରାଗିଗଲା । ତେବେ ଝିଅ ଘର ଲୋକ ପୁଅକୁ ଯେତେ ବୁଝାଇଲେ ସେ ଶୁଣିଲା ନାହିଁ । ତେବେ ସେମାନେ କହିଲେ କି ଆମେ ବୁଲେଟ ଗାଡି ବୁକ କରି ଦେଇଛୁ ପରେ ନେଇଯିବେ କିନ୍ତୁ କିଛି ଲାଭ ହେଲା ନାହିଁ ଶେଷ ରେ ସେ ବୁଲେଟ ଗାଡିର ପଇସା ଦେଇଦେଲେ ଏବଂ ପରେ ପୁଅ ରାଜି ହୋଇଗଲା କିନ୍ତୁ ଏହି କଥା ଯେତେବେଳେ ଝିଅ ର କାନକୁ ଗଲା ସେତେବେଳେ ସେ ଏହି ଯୌତୁକ ଲୋଭୀ କୁ ବିବାହ କରିବା ପାଇଁ ମନା କରିଦେଲା ।
ତେବେ ପରେ ସେଠାରେ ପୋଲିସ ଆସିଲା ଏବଂ ସବୁ କଥା ଜାଣିଲା । ତେବେ ପରେ ସେହି ପୁଅ ନିଜର ଭୁଲ ବୁଝି ପାରିଲା ଏବଂ ଝୁଅ ର ବାପା ତାଙ୍କ ସମ୍ପର୍କୀୟ ଙ୍କ ପୁଅ ଙ୍କ ସହ ନିଜ ଝିଅ ର ବିବାହ କରିଥିଲେ । ତେବେ ସେ ପୁଅ ଟି ବ୍ୟବହାର ଏବଂ କଥାବାର୍ତ୍ତା ରେ ବହୁତ ଭଲ ଥିଲା । ତେବେ ଏହି ଘଟଣା ଟି ବର୍ତ୍ତମାନ ଖୁବ ଚର୍ଚ୍ଚା ର ବିଷୟ ହୋଇ ଯାଇଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।