ତୁମ ଉତ୍ତରପ୍ରଦେଶ ରାଜ୍ୟ ଦେଖ, ଋଣରେ ବୁଡିଗଲାଣି । ତେବେ ଏଭଳି କିଛି ମନ୍ତବ୍ୟ ବିଜେଡି ନେତା କାର୍ତ୍ତିକ ପାଣ୍ଡିୟାନ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ବାଲିକୁଦା ଏରସମାରେ ଆୟୋଜିତ ହୋଇଥିବା ବିଜେଡି ସଭାରେ କହିଛନ୍ତି । ତେବେ କାର୍ତ୍ତିକ ପାଣ୍ଡିୟାନକ କହିବା ଅନୁସାରେ ବିଜେପିର ସବୁ ବଡ ବଡ ନେତା ମୁଖ୍ୟମନ୍ତ୍ରୀ ମାନେ ଆସି ଓଡିଶାକୁ ଆସି ଓଡିଶାକୁ ଏକ ନମ୍ବର କରିବାକୁ ଚାହୁଁଛନ୍ତି । ହେଲେ ସେମାନେ ଗୋଟେ ଜାଣି ରଖିବା ଉଚିତ ।
ଯେ ଆମ ଓଡିଶାର ମୁଖ୍ୟମନ୍ତ୍ରୀ ତ ଏକ ନମ୍ବର ମୁଖ୍ୟମନ୍ତ୍ରୀ । ସେ ଆମ ରାଜ୍ୟକୁ ଏକ ନମ୍ବର କରିବାର ଦାୟିତ୍ଵରେ ରହିଛନ୍ତି । ତେଣୁ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ଓଡିଶାକୁ ଏକ ନମ୍ବର କରିବାକୁ କହିକି ଚାହୁଁଛନ୍ତି ? ଯଦି ତାଙ୍କର ଏକ ନମ୍ବର କରିବାକୁ ଇଛା ରହିଛି, ତେବେ ସେମାନେ ନିଜ ରାଜ୍ୟକୁ ଯାଇ ଏକ ନମ୍ବର କରନ୍ତୁ । ବିଜେପିର ବଡ ବଡ ନେତା ମନ୍ତ୍ରୀ ମାନେ ଓଡିଶା ଖାଲି ନୁହେଁ, ଯେଉଁ ରାଜ୍ୟକୁ ବି ଯାଉଛନ୍ତି । ସେଠାରେ କହୁଛନ୍ତି ଆମକୁ ଜିତାଇ ଦିଅ । ଆମେ ଏହି ରାଜ୍ୟକୁ ଏକ ନମ୍ବର କରିଦେବୁ ।
ହେଲେ ଯେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ଅନ୍ୟ ରାଜ୍ୟକୁ ଏକ ନମ୍ବର କରିବାକୁ ଚାହୁଁଛନ୍ତି । ସେମାନେ ନିଜ ରାଜ୍ୟ ଆଗେ ନିଜେ ସମ୍ଭାଳନ୍ତୁ । କାରଣ ସେ ଉତ୍ତରପ୍ରଦେଶ, ଛାତିଶଗଡ କି ଆସାମ କୁହ ତାଙ୍କ ରାଜ୍ୟ ସବୁ ତ ଋଣରେ ବୁଡି ଗଲାଣି । ସେ କଣ ଆଉ କେଉଁ ରାଜ୍ୟକୁ ଏକ ନମ୍ବର କରିବାର ମିଛ ପ୍ରତିଶ୍ରୁତି ଦେଇକି ଯାଉଛନ୍ତି । ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଓଡିଶାକୁ ଆସି ଆମ ରାଜ୍ୟ ସରକାର ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ କହିକି ଯାଉଛନ୍ତି ।
ହେଲେ ଓଡିଶା ଲୋକକୁ ତାହାର କିଛି ମଧ୍ୟ ପ୍ରଭାବ ପଡିବ ନାହିଁ । କାରଣ ଓଡିଶାବାସୀଙ୍କ ପାଇଁ ନବୀନ ସରକାର କଣ କରିଛନ୍ତି ତାହା ସବୁ ଓଡିଶାବାସୀ ଜାଣିଛନ୍ତି । ତେଣୁ ସବୁ ଓଡ଼ିଶାବାସୀଙ୍କୁ ମୋର ବିନମ୍ର ଭାବେ ନିବେଦନ ରହିବ । ଯୋଡି ଶଙ୍ଖରେ ମାନ୍ୟବର ନବୀନ ପଟ୍ଟନାୟକଙ୍କୁ ବହୁ ମାତ୍ରାରେ ଆଶ୍ରୀବାଦ କରି ବିରୋଦ୍ଧି ଦଳକୁ ଉପଯୁକ୍ତ ଜବାବ ଦିଅନ୍ତୁ । ପ୍ରଭୁ ଜଗନ୍ନାଥ ଓ ଆଶ୍ରୀବାଦ ଆପଣ ମାନଙ୍କ ଭଲ ପାଇବା ଯୋଗୁ ମାନ୍ୟବର ନବୀନ ପଟ୍ଟନାୟକ ପୁଣି ଥରେ ଓଡିଶାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।