Jogi Aditya ନାଁ ଶୁଣି ଥରହର ଗୁଣ୍ଡା ମାଫିଆ, ତାଙ୍କୁ ଦେଖିବା ପାଇଁ ଯୁବପିଢିଙ୍କ ଭିତରେ ଉତ୍ସାହ କହିଲେ ନସରେ…

ଥରିଲେଣି ଗୁଣ୍ଡା ମାଫିଆ, ଓଡିଶା ଆସୁଛନ୍ତି ଯୋଗୀ ! ହଁ ଆଜ୍ଞା ଓଡିଶାକୁ ମେ’ 23 ତାରିଖରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସିବାକୁ ଯାଉଛନ୍ତି । ଯାହାଙ୍କୁ ଦେଖିବା ପାଇଁ ଓଡିଶା ସାରା ଏକ ଅଲଗା ପ୍ରକାର କ୍ରେଜ ରହିଛି । କାରଣ ସାରା ଭାରତ ବର୍ଷରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ପରେ ଯଦି ଅଧିକ କାହାର କ୍ରେଜ ରହିଥାଏ । ତେବେ ସେ ହେଉଛନ୍ତି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ । ତାଙ୍କର ବେଶଭୁଶା ଓ ଚାଲିଚଳନ ହୁଏତ ପୁରା ସାଧାସିଧା ହୋଇଥାଏ ।

ଗେରୁଆ ଧୋତି ସାଙ୍ଗକୁ ଗେରୁଆ କୁର୍ତ୍ତାରେ ସେ ସବୁବେଳେ ନଜରକୁ ଆସିଥାନ୍ତି । ହେଲେ ତାଙ୍କର ସେହି ସାଧାରଣ ଜୀବନଶୈଳୀ ମଧ୍ୟରେ ଗୁଣ୍ଡା ମାଫିଆକୁ ଡରାଇ ରଖିବାର ଏକ ଅଲଗା ପ୍ରକାର ଜୋସ ରହିଛି । ସାରା ଭାରତର ଗୁଣ୍ଡା ମାଫିଆ ମାନେ ଯୋଗୀଙ୍କ ନାମ ଶୁଣିଲେ ତାଙ୍କ ଛାତି କମ୍ପି ଉଠିଥାଏ । ଅଟଳବିହାରୀଙ୍କ କଥାରେ ଯେପରି ବିରୋଦ୍ଧିଙ୍କ ପାଇଁ ଝଟକା ଥିଲା । ଠିକ ସେହିଭଳି ଶାନ୍ତ ଓ ସରଳ ହୋଇ ରହୁଥିବା ସେହି ଯୋଗୀ ଆଦିତ୍ୟଙ୍କ ହସରେ ରହିଥାଏ ମନ୍ଦ ବୁଦ୍ଧି ରଖୁଥିବା ଲୋକଙ୍କ ପାଇଁ ସଚେତନ ହୋଇଯିବାର ବାର୍ତ୍ତା ।

ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ମତଦାନ ପୂର୍ବରୁ ବିଜେପି କର୍ତ୍ତୁପକ୍ଷ ଯୋଗୀ ଆଦିତ୍ୟଙ୍କୁ ଓଡିଶାରେ ପ୍ରଚାର କରିବା ପାଇଁ ଯିବା ନିଷ୍ପତ୍ତି ନେଇଛନ୍ତି। କାରଣ ଯୋଗୀ ହେଉଛନ୍ତି ଯୁବଶକ୍ତି ମାନଙ୍କ ମଧ୍ୟରେ ଆଶା ସଂଚାର କରୁଥିବା ଜଣେ ପ୍ରତିଭାବାନ ତେଜସ୍ବୀ ବ୍ୟକ୍ତି । ଭାରତୀୟ ଜନତା ପାର୍ଟି ଯୋଗୀ ଆଦିତ୍ୟଙ୍କୁ ଷ୍ଟାର ପ୍ରଚାରକ ଭାବେ ଓଡିଶାକୁ ଆଣିବାକୁ ଯାଉଛି । ତେବେ ଏହା ପୂର୍ବରୁ ବିଜେପିର ଅନେକ ହେଭିୱେଟ ନେତା ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂହଙ୍କ ଭଳି ବଡ ବଡ ନେତା ମାନେ ଓଡିଶାକୁ ନିର୍ନାଚନ ପ୍ରଚାର କାର୍ଯ୍ୟରେ ଆସି ସାରିଛନ୍ତି ।

ତେବେ ଆସନ୍ତା ମେ’ 23 ତାରିଖରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓଡିଶା ଗସ୍ତରେ ନିର୍ବାଚନ ପ୍ରଚାର କାର୍ଯ୍ୟରେ ଆସୁଛନ୍ତି । 23 ତାରିଖ ପୂର୍ବାହ୍ନ 10 ଟା 15 ରେ ଚିଲିକା ନିର୍ବାଚନ ମଣ୍ଡଳୀର ବାଣପୁର ଠାରେ ଏବଂ ପୂର୍ବାହ୍ନ 11 ଟା 30 ରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ଜନସଭାରେ ସେ ସମ୍ବୋଧନ କରିବେ । ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *