ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଶାର ଲୋକପ୍ରିୟ ପ୍ରବଚକ ଜିତୁ ଦାସଙ୍କୁ ନିଶ୍ଚୟ ଜାଣିଥିବେ । ଜିତୁ ନିଜ ପ୍ରବଚନ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ଜିତୁଙ୍କର ଏକ ସାକ୍ଷାତ୍କାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓରେ ଜିତୁ ନିଜ ନକଲି ଚୁଟି ଲଗେଇବା କାରଣ ବିଷୟରେ କହୁଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।
ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଜିତୁ ଯେଉଁ ନକଲି ଚୁଟି ଲଗେଇଛନ୍ତି ତାକୁ ନେଇ ସେ କହିଛନ୍ତି-‘ଆଜିକୁ 4-5 ମାସ ହେଇଗଲା ଲୋକ କିଛି ବୁଝୁ ନାହାନ୍ତି । ମୁଁ ଦେଖୁଛି ମୋବାଇଲରେ ଲୋକ ମୋ ଚୁଟିକୁ ନେଇ କମେଣ୍ଟ କରୁଛନ୍ତି । ମୁଁ କାହାକୁ କିଛି ବି କହୁନି ଯିଏ ଯାହା କହୁଛି କହୁ । କାରଣ ଦୋଷ ସେମାନଙ୍କର ନୁହେଁ ସେମାନେ ଯଦି ଜାଣି ଥାନ୍ତେ ବାସ୍ତବରେ ମୋ ଚୁଟିର ଅବସ୍ଥା ଏୟା ସେ କେବେବି କମେଣ୍ଟ ଦେଇ ନଥାନ୍ତେ ।
କାରଣ ସମସ୍ତଙ୍କର ବାପା ଅଛନ୍ତି ଆଉ ସମସ୍ତେ ନିଜ ବାପା-ମାଙ୍କୁ ନିଶ୍ଚିତ ଭଲ ପାନ୍ତି । ଆଜିକୁ 4-5 ହେଇଗଲା ମୋ ବାପା ଚାଲିଗଲେ ଯେଉଁ ବାପାକୁ ମୁଁ ଦେବତା, ଗୁରୁ ଓ ଇଷ୍ଟ ବୋଲି ଭାବୁ ଥିଲି । ବାପା ଠାରୁ ଅଧିକ ଭଲ ମୁଁ କାହାକୁ ବି ପାଏନି ଏ ସଂସାରରେ । ଏ କଥା ସମସ୍ତେ ଜାଣି ଛନ୍ତି । ମୁଁ ପ୍ରତ୍ୟକ ଦିନ ସକାଳୁ ମୋ ବାପାକୁ ମୁଣ୍ଡିଆ ମାରିବି ରାତିରେ ବାପାଙ୍କ ଗୋଡ ଘଷିବି ତା ପରେ ମୁଁ ଶୋଇବି ।
ସବୁଦିନ ମୁଁ ଗାଧୋଇବା ପରେ ବାପାଙ୍କ ମୁଣ୍ଡରେ ଚନ୍ଦନ ଲଗେଇବି ତାଙ୍କ ପାଦରେ ଚନ୍ଦନ ଲଗେଇବି । ପ୍ରତ୍ୟକ ଦିନ ମୁଁ କରିଛି ଏ କାମ ଏମିତି ଗୋଟେ ଦିନ ନାହିଁ ଯେଉଁ ଦିନ ମୁଁ ଏ କାମ ନ କରିଥିବି । ଆଜିକୁ 4 ମାସ ହେଲା ମୋ ବାପା ଚାଲି ଗଲେ ମୁଁ ନଣ୍ଡା ହେଲି । ଯଦି ନଣ୍ଡା ହେଲି ତିନିଟା ଏପିସୋଡ ମୋର ଚାଲିଛି । ତିନିଟା କାର୍ଯ୍ୟକ୍ରମରେ ମୋର ଅଧା ଅଧା ସୁଟିଙ୍ଗ ହେଇ ଅଛି ଆଉ ଏତିକି ବେଳେ ମୋର ବାପା ଚାଲି ଗଲେ ।
ନଣ୍ଡା ହେଲା ପରେ ଟିଭି ଆଉ ମୋତେ ଗ୍ରହଣ କରିବାକୁ ଚାହିଁଲାନି ଇଆଡେ ଏପିସୋଡ ସବୁ ଖଣ୍ଡିଆ ହେଇ ପଡିଛି । ସେଥିପାଇଁ ମୁଁ ଏ ନକଲି ଚୁଟି ଲଗେଇଲି ମୋତେ ନିଜକୁ ଖରାପ ଲାଗୁଛି ଏ ଚୁଟି ଲଗେଇ ବାହାରକୁ ଯିବା ପାଇଁ’ । ତା ହେଲେ ବନ୍ଧୁଗଣ ଜିତୁ ଦାସଙ୍କ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।