ଜିତିବାର ଦୁଇଦିନ ପରେ ସୋଫିଆ କଲେ ଏମିତି କାମ, ସମସ୍ତେ କହୁଛନ୍ତି ନେତା ହେବ ତ ଏମିତି… Sofia Firdous

ଜିତୁ ଜିତୁ ମନ କିଣିନେଲେ ସୋଫିଆ ! ହଁ ଆଜ୍ଞା ବାରବାଟୀ କଟକର ନବ ନିର୍ବାଚିତା ବିଧାୟିକା ହେଉଛନ୍ତି ସୋଫିଆ ଫିର୍ଦ୍ଧୋଶ । ଜିଏକି ରାଜନୀତିରେ ଜଣେ ନୂଆ ଚେହେରା ଅଟନ୍ତି । ଚଳିତ ବର୍ଷ ସାଧାରଣ ନିର୍ବାଚନରେ କଙ୍ଗ୍ରେଶ ପ୍ରାର୍ଥୀ ଭାବେ ବାରବାଟୀ କଟକ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦିତା କରୁଥିଲେ । ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଆଇନଗତ ମାମଲାରେ ଛନ୍ଦି ହୋଇ ନିର୍ବାଚନ ଲଢିନପାରିଥିବାରୁ ସେ ନିଜ ଝିଅକୁ ରାଜନୀତି ମଇଦାନ ଆଣିବାକୁ ଚାହିଁଥିଲେ ।

ସୋଫିଆ ଫିର୍ଦ୍ଧୋଶ ହେଉଛନ୍ତି ଜଣେ ଯୁବ ଉଦ୍ଯୋଗୀ । ତେବେ ପୂର୍ବରୁ ମହମ୍ମଦ ମୋକିମ ନିର୍ବାଚନ ଲଢିବା ସମୟରେ ତାଙ୍କ ଝିଅ ସୋଫିଆ ତାଙ୍କୁ ସହଯୋଗ କରୁଥିଲେ । ହେଲେ ସୋଫିଆ ରାଜନୀତିରେ ପୁରା ନୂଆ ଅଟନ୍ତି । କାରଣ ସିଧାସଳଖ ତାଙ୍କର ରାଜନୀତି ସହ କୌଣସି ସମ୍ପର୍କ ନଥିଲା । ହେଲେ ମୋକିମଙ୍କ ଝିଅ ଭାବେ ଦଳୀୟ କର୍ମୀ ଓ ଝିଅ ମାନେ ସୋଫିଆଙ୍କୁ ପ୍ରାର୍ଥୀ କରିବା ପାଇଁ ମନସ୍ଥ କରିଥିଲେ । ତେବେ ଦଳ ମଧ୍ୟ ସୋଫିଆଙ୍କୁ ବାରବାଟୀ କଟକ ବିଧାନସଭା ଆସନରୁ ସିଟ ଦେଇଥିଲା ।

ତେବେ ସୋଫିଆ ନିର୍ବାଚନ ଲଢି ବାରବାଟୀ କଟକରୁ ବିଜୟୀ ହୋଇଥିଲେ । ତେବେ ସୋଫିଆ ଫିର୍ଦ୍ଧୋଶ ନିର୍ବାଚନ ଜିତିବା ପରେ ପରେ ଏବେ ଏମିତି କିଛି କରି ଦେଖାଇଛନ୍ତି । ଯାହା ବର୍ତ୍ତମାନ ସବୁଆଡେ ଚର୍ଚା ହେବାରେ ଲାଗିଛି । ସୋଫିଆଙ୍କର ଏହି ପଦକ୍ଷେପ ପାଇଁ ତାଙ୍କୁ ଘୁରି ଘୁରି ସମସ୍ତେ ପ୍ରଶଂଷା କରିବାରେ ଲାଗିଛନ୍ତି । ତେବେ ସୋଫିଆ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏଭଳି କିଛି ପ୍ରଶ୍ନ ପଚାରିଛନ୍ତି ? ତାଙ୍କ ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ସୋଫିଆ ପ୍ରଶ୍ନ ପଚାରିଛନ୍ତି ?

ଯେ କଟକ ବାରବାଟୀ ପାଇଁ କେଉଁ ପ୍ରଥମ 5 ଟି କାର୍ଯ୍ୟ ଉପରେ ମୁଁ ଆଗେ ଧ୍ୟାନ ଦେବାକୁ ଆପଣ ମାନେ ଚାହୁଁଛନ୍ତି । ଅର୍ଥାତ ସୋଫିଆ ନିଜ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରଥମ କେଉଁ 5 ଟି କାମ କରିବା ଆବଶ୍ୟକ ବୋଲି ସେ ଲୋକଙ୍କୁ ଏ ସମ୍ପର୍କରେ ସୋସିଆଲ ମିଡିଆ ମାଧ୍ୟମରେ ପରାମର୍ଶ ମାଗିଛନ୍ତି । ତେବେ ସୋଫିଆଙ୍କର ଏହି ପ୍ରଶ୍ନ ଲୋକଙ୍କର ମନ କିଣିନେଇଛି । ତେବେ ସୋଫିଆଙ୍କର ଏହି ପଦକ୍ଷେପ ପରେ ସୋସିଆଲ ମିଡିଆରେ ସବୁଆଡୁ ଏବେ ତାଙ୍କ ପାଇଁ ପ୍ରଶଂଷାର ସୁଅ ଛୁଟି ଆସିଛି । ଲୋକେ କହୁଛନ୍ତି ନେତା ହେବ ତ ଏମିତି । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *