ମୋଟାପା ପାଇଁ ଚିନ୍ତିତ ଅଛନ୍ତି କି ? କରନ୍ତୁ ଜୀରା ପାଣିର ଏହି ଉପାୟ, 2 ସପ୍ତାହରେ କମିବ ଚର୍ବି (Fitness Tips)

ବନ୍ଧୁଗଣ ବର୍ତ୍ତମାନର ସମୟରେ ଦୁନିଆର ଅଧିକାଂଶ ଲୋକ ମୋଟାପଣର ଶିକାର ହେଉଛନ୍ତି । ମୋଟାପଣ ସମସ୍ୟା ହେବାର ଅନେକ କାରଣ ରହିଛି । ସାଧାରଣତଃ ଭୁଲ ଖାଦ୍ୟ ପେୟ ଓ ଭୁଲ ଜୀବନ ଶୈଳୀ ପାଇଁ ଲୋକମାନେ ମୋଟାପଣର ଶିକାର ହୋଇଥାନ୍ତି । ତେବେ ଲୋକମାନେ ନିଜ ମୋଟାପଣକୁ କମାଇବା ପାଇଁ ଜିମ୍ ଓ ପ୍ରୋଟିନ ପାଉଡର ଆଦିର ବ୍ୟବହାର କରିଥାନ୍ତି । ହେଲେ ବହୁତ କମ ଲୋକଙ୍କୁ ଏହାର ଫାଇଦା ମିଳିଥାଏ ।

ଯଦି ଆପଣ ମୋଟାପଣର ଶିକାର ହେଇଛନ୍ତି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ କାରଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଏପରି ଘରୋଇ ଉପଚାର ନେଇ ଆସିଛୁ ଯାହାର ବ୍ୟବହାରରେ ଆପଣ ମାତ୍ର ଦୁଇ ସପ୍ତାହ ମଧ୍ୟରେ ନିଜ ମୋଟାପଣକୁ କମାଇ ପାରିବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ ।

ବନ୍ଧୁଗଣ ଏହା ହେଉଛି ଏକ ଘରୋଇ ଉପାୟ ଯାହାକୁ ଆପଣ ନିଜ ଘରେ ଅତି ସହଜରେ ପ୍ରସ୍ତୁତ କରିପାରିବେ । ଏହି ଉପଚାର ପାଇଁ ଆମକୁ ସର୍ବ ପ୍ରଥମ ସାମଗ୍ରୀ ଦରକାର ଦୁଇ ଚାମଚ ଜୀରା । ଜୀରା ଆପଣଙ୍କୁ ରୋଷେଇ ଘରୁ ଅତି ସହଜରେ ମିଳିଯିବ । ଏହି ଉପାୟ ପାଇଁ ଦ୍ଵିତୀୟ ସାମଗ୍ରୀ ହେଉଛି ଏକ ଗ୍ଳାସ ପାଣି । ବନ୍ଧୁଗଣ ଆପଣ ମାନେ ରାତିରେ ଏକ ଗ୍ଳାସ ପାଣି ଭିତରେ ଦୁଇ ଚାମଚ ଜୀରା ପକାଇ ଭିଗାଇ ଦିଅନ୍ତୁ ଓ ରାତି ସାରା ଛାଡି ଦିଅନ୍ତୁ ।

ଏହା ପରେ ଆପଣ ସକାଳେ ଉଠି ସେହି ଜୀରା ପାଣିକୁ ଗରମ କରନ୍ତୁ । ଆପଣ ଜୀରା ପାଣିକୁ ସେତିକି ସମୟ ପର୍ଯ୍ୟନ୍ତ ଗରମ କରନ୍ତୁ ଯେତିକି ସମୟ ପର୍ଯ୍ୟନ୍ତ ସେହି ଜୀରା ପାଣି ଏକ ଗ୍ଳାସରୁ ଅଧା ଗ୍ଳାସ ନହୋଇଯାଇଛି । ଜୀରା ପାଣି ଅଧା ଗ୍ଳାସ ହୋଇଯିବା ପରେ ଆପଣ ଏହାକୁ ଛାଣି ଦିଅନ୍ତୁ । ଛାଣିବା ପରେ ଆପଣ ଏହାକୁ ଚାହା ପରି ପିଅନ୍ତୁ । ଏହି ଜୀରା ପାଣିର ସେବନ କରିବା ଦ୍ଵାରା ଆପଣ ମାତ୍ର ଦୁଇ ସପ୍ତାହ ମଧ୍ୟରେ ନିଜ ଚର୍ବି କମାଇ ପାରିବେ ।

ଏହି ଜୀରା ପାଣିର ସେବନ ସହିତ ଆପଣ ମାନେ ସକାଳେ ଯୋଗ ଓ ବାୟାମ ଆଦି ନିଶ୍ଚୟ କରନ୍ତୁ ଏହା ଆପଣଙ୍କ ଚର୍ବିକୁ ବହୁତ କମ ସମୟରେ କମ କରିଦେବ । ଏହି ପାଣିର ସେବନ କରିବା ପରେ ଆପଣ ମାନେ ତେଲ ମସଲା ଜାତୀୟ ଖାଦ୍ୟର ସେବନ ଭୁଲ ସେ ମଧ୍ୟ କରନ୍ତୁ ନାହିଁ । ତା ହେଲେ ବନ୍ଧୁଗଣ ଶୀଘ୍ର ଏହି ଉପଚାରର ପ୍ରୟୋଗ କରନ୍ତୁ ଓ ଅନ୍ୟ ମାନଙ୍କୁ ଏହି ଉପଚାରର ପରାମର୍ଶ ନିଶ୍ଚୟ ଦିଅନ୍ତୁ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *