ନମସ୍କାର ବନ୍ଧୁଗଣ ତେବେ ୬୨ ବର୍ଷୀୟ ଡିମ୍ପଲ କପାଡିଆ ନିଜ ସମୟରେ ଏକ ପ୍ରସିଦ୍ଧ ଅଭିନେତ୍ରୀ ଥିଲେ । ୧୯୭୩ ମସିହାରେ ଆସିଥିବା ତାଙ୍କ ଫିଲ୍ମ ‘ବବି’ ତାଙ୍କୁ ରାତିଆ ରାତି ଷ୍ଟାର ବନେଇ ଦେଇଥିଲା । ସେହି ସମୟରେ ଅଭିନେତ୍ରୀ ଡିମ୍ପଲ କପାଡିଆ ବଲିଉଡର ଦିଗଜ ଅଭିନେତା ରାଜେସ ଖନାଙ୍କର ବହୁତ ବଡ ଫ୍ୟାନ ଥିଲେ । ଯେତେବେଳେ ଏହି କଥା ବିଷୟରେ ରାଜେସଙ୍କୁ ଜଣା ପଡିଥିଲା ସେତେବେଳେ ସେ ଡିମ୍ପଲଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ।
୧୬ ବର୍ଷୀୟ ଡିମ୍ପଲ କପାଡିଆ ରାଜେସଙ୍କର ବିବାହ ପ୍ରସ୍ତାବକୁ ମନା କରିପାରିଲେ ନାହିଁ । ସେ ନିଜ ଠାରୁ ୧୫ ବର୍ଷ ବଡ ରାଜେସ ଖନାଙ୍କୁ ବିବାହ କରି ବସିଥିଲେ । ଡିମ୍ପଲ ଓ ରାଜେସଙ୍କର ଦୁଇଟି ଝିଅ ମଧ୍ୟ ଜନ୍ମ ହୋଇଥିଲେ ଯାହାଙ୍କର ନାମ ହେଉଛି ଟ୍ଵିଙ୍କଲ ଖନା ଓ ରିଙ୍କି ଖନା । ହେଲେ ଡିମ୍ପଲ ଓ ରାଜେସଙ୍କ ମଧ୍ୟରେ କୌଣସି ବିବାଦ ହେତୁ ୨୦୧୨ ମସିହାରେ ଛାଡ଼ପତ୍ର ହୋଇଯାଇଥିଲା ।
ତେବେ ରାଜେସ ଖନାଙ୍କ ପରେ ଡିମ୍ପଲଙ୍କ ନାମ ସହ ବଲିଉଡ ଅଭିନେତା ସନି ଦେଓଲଙ୍କ ନାମ ସହ ମଧ୍ୟ ଯୋଡା ଯାଇଥିଲା । ମିଡିଆ ରିପୋର୍ଟସ ମୁତାବକ ଜଣା ପଡିଥିଲା ଯେ, ଡିମ୍ପଲ ସନିଙ୍କୁ ବହୁତ ପ୍ରେମ କରୁଥିଲେ ଓ ସେହି ସମୟରେ ସନିଙ୍କ ସହ ଏକ ଅନ୍ୟ ଅଭିନେତ୍ରୀଙ୍କ ନାମ ମଧ୍ୟ ଯୋଡା ଯାଇଥିଲା ଯାହାକୁ ସେ ସହିପରି ନଥିଲେ । ତେବେ ୯୦ ଦଶକରେ ସନି ଦେଓଲ ନିଜ ଫିଲ୍ମ ପାଇଁ ବହୁତ ଚର୍ଚାରେ ରହୁଥିଲେ ।
ସେ ସେହି ସମୟରେ ବହୁତ ସୁପର ହିଟ ଫିଲ୍ମ କରି ଲୋକପ୍ରିୟତା ହାସଲ କରିଥିଲେ । ୮୦ ଦଶକରେ ସନି ଓ ଡିମ୍ପଲକୁ ଲଭ ଅଫେୟାର ବହୁତ ଚର୍ଚାରେ ଥିଲା । ଏହି ଦୁଇଜଣ ଏକା ସହ ୧୯୮୪ ମସିହାରେ ବଲିଉଡ ଫିଲ୍ମ ‘ମଞ୍ଜିଲ ମଞ୍ଜିଲ’ରେ ନଜର ଆସିଥିଲେ । ଏହି ଫିଲ୍ମ କରିବା ସମୟରେ ଏହି ଦୁଇଜଣ ପରସ୍ପର ସହ ବହୁତ କ୍ଳୋସ ଆସିଯାଇଥିଲେ ଓ ପରସ୍ପରକୁ ପ୍ରେମ କରି ବସିଥିଲେ ।
କିନ୍ତୁ ଏକ ସମୟରେ ସନିଙ୍କ ଲାଇଫରେ ବଲିଉଡ ଅଭିନେତା ରବିନା ଟଣ୍ଡନ ମଧ୍ୟ ଏଣ୍ଟ୍ରି କରିଥିଲେ । ଏହା ବିଷୟରେ ଡିମ୍ପଲ ଜାଣିବା ପରେ ବହୁତ ରାଗିଯାଇଥିଲେ ଓ ରବିନାଙ୍କୁ ଚାପୁଡା ମଧ୍ୟ ମାରିଦେଇଥିଲେ । ଗୋଟେ ସମୟରେ ରବିନା ଓ ସନି ଫିଲ୍ମ ‘ଜିଦି’ରେ କାମ କରୁଥିଲେ । ସେହି ସମୟରେ ରାବିନା ଅକ୍ଷୟଙ୍କ ଠାରୁ ଧୋକା ଖାଇ ବହୁତ କଷ୍ଟରେ ଥିଲେ । ଯାହାଫଳରେ ରବିନା ସନିଙ୍କ ସହ ବହୁତ କ୍ଳୋସ ହୋଇଯାଇଥିଲେ । ସନି ସେହି ସମୟରେ ରବିନାଙ୍କୁ ବହୁତ ସପୋର୍ଟ ମଧ୍ୟ କରିଥିଲେ ।
ତେବେ ଯେତେବେଳେ ଏହି କଥା ବିଷୟରେ ଡିମ୍ପଲଙ୍କୁ ଜଣା ପଡିଥିଲା ସେତେବେଳେ ସେ ସୁଇଟିଙ୍ଗ ସେଟ ଉପରେ କାହାକୁ ଖାତିର ନକରି ରବିନାଙ୍କୁ ଚାପୁଡା ମାରିଦେଇଥିଲେ । ଯେତେବେଳେ ଡିମ୍ପଲ ସୁଟିଙ୍ଗ ସେଟରେ ପହଞ୍ଚି ଥିଲେ ସେତେବେଳେ ରବୀନା ଓ ସନି ପରସ୍ପର ସହ କଥା ହେଉଥିଲେ । ନିଜକୁ ନିୟନ୍ତ୍ରଣ କରିନପାରି ଡିମ୍ପଲ ରବିନାଙ୍କୁ ସମସ୍ତଙ୍କ ସାମ୍ନାରେ ଚାପୁଡା ମାରିଦେଇଥିଲେ ।
ଏହି କିଛି ଦିନ ପୂର୍ବରୁ ସନି ଓ ଡିମ୍ପଲଙ୍କର କିଛି ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା । ଏହି ଫଟୋରେ ଏହି ଦୁଇଜଣ ପରସ୍ପର ସହ ବହୁତ ନିକଟତ୍ତର ହୋଇ ପରସ୍ପର ର ହାତରେ ହାତ ରଖି କଥା ହେଉଥିବାର ନଜର ଆସିଥିଲେ । ତେବେ ଏହି ଲେଖା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।