ବନ୍ଧୁଗଣ ଏହି ସଂସାରରେ ପ୍ରତ୍ୟକ ଲୋକଙ୍କ ଜୀବନରେ ଦୁଃଖ ଓ ସୁଖ ଆସିଥାଏ । ଯେତେବେଳେ ମଣିଷ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ସେତେବେଳେ ସେମାନେ ଭାଙ୍ଗି ପଡିଥାନ୍ତି । କିନ୍ତୁ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏପରି କିଛି କଥା ନେଇ ଆସିଛୁ ଯାହାକୁ ଆପଣ ଧ୍ୟାନରେ ରଖିଲେ ଆପଣ ସମସ୍ତ ସମସ୍ୟାକୁଦ ଦୂର କରିପାରିବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।
ବନ୍ଧୁଗଣ ବର୍ତ୍ତମାନ ଦୁନିଆ ଡିଜିଟାଲ ହୋଇଯାଇଛି ଲୋକମାନେ ଇଶ୍ଵରଙ୍କ ପ୍ରତି ଭକ୍ତି ଓ ଆସ୍ଥା ରଖୁ ନାହାନ୍ତି । ଅନେକ ଲୋକ ତ ଇଶ୍ଵରଙ୍କ ଉପରେ ବିଶ୍ଵାସ କରୁ ନାହାନ୍ତି । କେତେକ ଲୋକ କିଛି ପାଇବା ପାଇଁ ଇଶ୍ଵରଙ୍କୁ ଡାକୁ ଛନ୍ତି । ବନ୍ଧୁଗଣ ଏବେ ଆମେ ଏକ କାହାଣୀ କହିବାକୁ ଯାଉଛି ସେହି କାହାଣୀ ମଧ୍ୟରେ ଆପଣ ବହୁତ କିଛି ଶିଖିପାରିବେ । ଏକ ସ୍ଥାନରେ ଦୁଇଟି ଚଢେଇ ରହୁଥିଲେ ଦୀର୍ଘ ସମୟ ରହିବା ପରେ ମାତା ଚଢେଇର ଅଣ୍ଡା ଦେବାର ସମୟ ଆସିଲା ।
ସେ ପୁରୁଷ ଚଢେଇକୁ କହିଲା ହେ ପ୍ରିୟେ ଏକ ଭଲ ସ୍ଥାନ ଦେଖ ଯେଉଁଠି ଆମ ପ୍ରଥମ ପିଲା ଜନ୍ମ ନେଇପାରିବ । ପୁରୁଷ ପକ୍ଷୀ ବହୁତ ସ୍ଥାନ ବୁଲିଲା କେଉଁଠି ମଣିଷ ଅଛନ୍ତି ତ କେଉଁଠି ବନ୍ୟଜନ୍ତୁ । ଶେଷରେ ପକ୍ଷୀଟି ଗୋଟିଏ ଜାଗା ସ୍ତିର କଲା ତାହା ହେଉଛି ସମୁଦ୍ର କୂଳରେ । ସମୁଦ୍ର କୁଳ ପାଖରେ ଗୋଟେ ଗଛ ଥିଲା ସେଠାରେ କେହି ଯିବା ଆସିବା କରୁ ନଥିଲେ ଏହି ଦୁଇ ପକ୍ଷୀ ସେଠାରେ ବସା କାଲେ । ଆଉ କିଛି ଦିନ ପରେ ଚଢେଇ ଅଣ୍ଡା ଦେଲା ।
ସମୁଦ୍ର ଏହି ସବୁ ଦୃଶ୍ୟ ଦେଖୁଥିଲା ଆଉ ଥରେ କହିଲା ମୋ କୂଳରେ ଏମାନେ ଘର କରିଛନ୍ତି ଅଣ୍ଡା ଦେଇଛନ୍ତି ମୋତେ କାହିଁକି ତ କିଛି ପଚାରୁ ନାହାନ୍ତି କି ଧନ୍ୟବାଦ କରୁ ନାହାନ୍ତି । ମୁ ହାତୀ ଭଳିଆ ଜୀବକୁ ଭସେଇ ନେଉଛି ହେଲେ ଏମାନେ ମୋ କୂଳରେ ରହି ମୋତେ ବେଖାତିର କରୁଛନ୍ତି । ଉଚିତ ଶିକ୍ଷା ଦେବା ପାଇଁ ସମୁଦ୍ର ଦୁଇ ଚଢେଇ ବସାରେ ନଥିବା ସମୟରେ ଆସି ଗଛରେ ମାଡ ହେଲା ଓ ଅଣ୍ଡା ଭସେଇ ନେଇଗଲା । ଏହା ପରେ ମା ଚଢେଇ ଆସି ଦେଖିଲା ଅଣ୍ଡା ଆଉ ଗଛ ନାହିଁ ।
ଏହା ପରେ ମା ଚଢେଇ ଓ ପୁରୁଷ ଚଢେଇ କାନ୍ଦିଲେ । ସେହି ସମୟରେ ଅନେକ ଚଢେଇ ଆସି ତାଙ୍କୁ ଆଶ୍ଵସ୍ତି ଦେଲେ ଓ ଚଢେଇ ମାନଙ୍କ ରାଜା ଗରୁଡଙ୍କୁ ଦେଖା କରିବା ପାଇଁ ନିଷ୍ପତ୍ତି ନେଲେ । ଗରୁଡ ଏହି ସମସ୍ୟାର ସମଧନ କରିବା ପାଇଁ ବିଷ୍ଣୁଙ୍କ ପାଖକୁ ଗଲେ ହେଲେ ବିଷ୍ଣୁ ସଂହାରର କାର୍ଯ୍ୟ ମହାଦେବ କରନ୍ତି ବୋଲି କହିବାରୁ ସମସ୍ତ ପକ୍ଷୀ ମହାଦେବଙ୍କ ପାଖକୁ ଗଲେ ।
ଏହା ପରେ ମହାଦେବ ସମୁଦ୍ରକୁ ଡକାଇ ପକ୍ଷୀକୁ ତାର ଅଣ୍ଡା ଫେରାଇଲେ । ବନ୍ଧୁଗଣ ଛୋଟ ପକ୍ଷୀଟି ଏତେ ବିଶାଳ ଶକ୍ତି ପଦର୍ଶନ କଲା ଯାହାଫଳରେ ସମୁଦ୍ର ବି ତା ଆଗରେ ହାର ମାନିଲା । ତେଣୁ ବନ୍ଧୁଗଣ ଯେତେ ବଡ ଖରାପ ପରିସ୍ଥିତି ହେଉ ନା କାହିଁକି କେବେବି ହାର ମାଣିବେ ନାହିଁ ଓ ସବୁବେଳେ ଭଗବାନଙ୍କୁ ପ୍ରାର୍ଥନା କରିବେ ଦେଖିବେ ଆପଣଙ୍କୁ ସମାଧାନର ବାଟ ନିଶ୍ଚୟ ମିଳିବ ।
ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।