Odia Hasakatha-ଚଉଠି ରାତିର ପର ଦିନ ଝିଅର ସାଙ୍ଗ ପଚାରିଲା ‘କାଲି ସବୁ କେମିତି ଥିଲା ? ଝିଅ- ‘ସେ ଆସିଲେ ଓ ମତେ…

ନମସ୍କାର ବନ୍ଧୁଗଣ ତେବେ ଆଜି କାଲିର ମଣିଷ ସବୁବେଳେ ନିଜ ଜୀଵନ ରେ ବ୍ୟସ୍ତ ରହୁଛନ୍ତି ଓ ଏହି ବ୍ୟସ୍ତ ବହୁତ ଜୀବନରେ ମାନସିକ ଚାପ ର ଶିକାର ହେଉଛନ୍ତି । ଜୀବନରେ ହସିବା ନିହାତି ଜରୁରୀ । ଯାହା ଦ୍ଵାରା ଆପଣଙ୍କ ଦେହ ଓ ମନ ଉଭୟ ସୁସ୍ଥ ରହିବ । ତେବେ ଆଜି ଆମେ ସେହି ଚାପ କୁ ଦୁର କରିବା ପାଇଁ କିଛି ମଜାଳିଆ ଜୋକ୍ସ ନେଇ ଆସିଛୁ ଯାହା ଦ୍ୱାରା ଆପଣ ନିଜ ଜୀଵନ ରେ ଟିକେ ରିଲାକ୍ସ ହୋଇ ପାରିବେ।

୧- ବଣ୍ଟି ଦିନେ ପପୁକୁ ପଚାରିଲା:

ୟାର, କହିଲୁ ଦେଖି ସ୍କୁଲ ମେଲ ନା ଫିମେଲ

ପପୁ ଟିକେ ଭାବିକି କହିଲା-

ୟାର ମୁଁ ବି ନିଜେ ଆଜି ଯାଏ କନଫ୍ୟୁଜ ଅଛି,

କାହିଁକି ନା ସ୍କୁଲର ଘଣ୍ଟା ବି ଅଛି ଆଉ ପିରିୟଡ ବି…!

୨- ଟିଚର- କାଲି ମୁଁ ଯାହା ପଢେଇଥିଲି ସବୁ ପଢିକି ଆସିଛ  ?

ତପୁ- ନା ଦିଦି…

ଟିଚର- କଣ ପାଇଁ ପଢିନ ?

ତପୁ- କାଲି ରାତିରେ ମୁଁ ଯେମିତି ପଢି ବସିଲି ଲାଇନ ପଳେଇଲା!!

ଟିଚର- ତାପରେ କଣ ଆଉ ଲାଇନ ଆସିଲାନି କି?

ତପୁ- ଆସିଥିଲା ଦିଦି, ହେଲେ ମୁଁ ଯେତେବେଳେ ପୁଣି ପଢି ବସିଲି ପୁଣି ଲାଇନ ପଳେଇଲା

ଟିଚର- ତାପରେ ପୁଣି ଆଉ ଲାଇନ ଆସିଲାନି କି?

ତପୁ- ଆସିଯାଇ ଥିଲା ଦିଦି, କିନ୍ତୁ ମୁଁ ଆଉଆ ଡରରେ ପଢିବାକୁ ବସିଲିନି, ଏତେ ଥର ଲାଇନ ଯିବା ଆସିବା ଚକ୍କରରେ ମୋ ଟ୍ଯୁବ ଲାଇଟ ଆଉ ନ ଜଳଇଯାଉ…

୩- ଶିକ୍ଷକ- ପିଲାମାନେ ତୁମ ଭିତରୁ ସ୍ୱର୍ଗ କିଏ ଯିବ?

ସବୁ ପିଲାମାନେ ହାତ ଟେକିଲେ କିନ୍ତୁ ଗୋଟିଏ ଝିଅ କୁ ଛାଡି। ତେବେ ଶିକ୍ଷକ ପଚାରିଲେ ଝିଅ ତୁ ସ୍ୱର୍ଗ ଯିବୁ ନାହିଁ ?

ଝିଅ- ନା କାହିଁକି ନା ମାଆ କହିଛି ସ୍କୁଲ ରୁ ସିଧା ଘରକୁ ନ ଆସିଲେ ତୋ ଗୋଡ଼ ଭାଙ୍ଗି ଦେବି।

୪- ପପୁ ର ସ୍ତ୍ରୀ ଆଜି ବହୁତ ରୋମାଣ୍ଟିକ ହୋଇ ଯାଇଛି।

ପୁରା ବେଡ଼ ରେ ହାତ କୁ ମେଲାଇ ଶୋଇ ଗଲା ଏବଂ ପପୁ କୁ ପଚାରିଲା କିଛି ବୁଝିଲ।

ପପୁ- ହଁ ତୁ ଆଜି ପୁରା ବେଡ଼ ରେ ଶୋଇବୁ  !!

୫- ଗୋଟିଏ ଟ୍ରକ ପଛରେ ଲେଖା ଯାଇଥିଲା ଛୋଟ ପରିବାର ସୁଖୀ ପରିବାର।

ତାର ସିଧା ତଳକୁ ଲେଖା ଯାଇଥିଲା।

ଅବଦୁଲ, ଜୋୟା, ସଲମାନ, ଜୁବେର, ଆଏଶା, ସୋହେବ, ଦିୟା , ମସରୁକ ର ବାପା।

୬-ଗୋଟିଏ ଲୋକ ବହୁତ ଚିନ୍ତା ରେ ଥିଲା।

ସାଙ୍ଗ-କଣ ହେଲା?

ବ୍ୟକ୍ତି- ଚିଠି ଆସିଛି ମୋ ସ୍ତ୍ରୀ ସହ ପ୍ରେମ ବନ୍ଦ କରିଦିଅ ନହେଲେ ଜୀବନରୁ ହଟଏଇ ଦେବି।

ସାଙ୍ଗ- ଠିକ ଅଛି ବନ୍ଦ କରିଦିଅ।

ବ୍ୟକ୍ତି- ହେଲେ ଚିଠି ଗୁମନାମ ତେଣୁ ମୁଁ ଜାଣି ପାରୁନି କାହାର ସ୍ତ୍ରୀ।

୭- ପବ୍ଲିକ ଶୌଚାଳୟ ରେ ଲେଖା ହୋଇଥିଲା।

ଦୁନିଆ ଚାନ୍ଦ ରେ ପାହଁଚି ଗଲାଣି ତୁ ଏଇଠି ବସିଛୁ।

ରାମୁ- ତା ତଳେ ଲେଖିଲା…. ଚାନ୍ଦ ରେ ପାଣି ନଥିଲା ସେଥିପାଇଁ ଫେରି ଆସିଲି।

୮- ବାହାଘର ପରେ ନୂଆ ବୋହୁ ବହି ଦେଖିକରି ଖାଇବା ପ୍ରସ୍ତୁତ କରିଥିଲା।

ତେବେ ଶାଶୂ ଫ୍ରିଜ ରେ ରଖିଥିବା ଜିନିଷ ଦେଖି ଚମକି ଗଲେ।

ଶାଶୂ- ଫ୍ରିଜ ରେ ଘଂଟା କିଏ ରଖିଲା।

ବୋହୁ- ମୁଁ.. ବହିରେ ଲେଖା ହୋଇଥିଲା ସବୁ ଜିନିଷ ର ମିଶ୍ରଣ କରି ଏକ ଘଂଟା ଫ୍ରିଜ ରେ ରଖିଦିଅ।

୯- ସୋନୁ ବହୁତ ଦୁଃଖ ରେ ଥିଲା। ତେବେ ଜଣେ ତାକୁ ପଚାରିଲା କି କଣ ପାଇଁ ଦୁଃଖ ରେ ଅଛୁ।

ସୋନୁ- ଆରେ ମୁଁ ଜଣଙ୍କୁ ଦୁଇ ଲକ୍ଷ ଟଙ୍କା ଦେଇଥିଲି ପ୍ଲାଷ୍ଟିକ ସର୍ଜରୀ ପାଇଁ ହେଲେ ବର୍ତ୍ତମାନ ତାକୁ ମୁଁ ଜାଣି ପାରୁ ନାହିଁ।

୧୦- ସ୍ୱାମୀ- ଜାନ ମୋତେ କ୍ଷମା କରିଦିଅ।

ସ୍ତ୍ରୀ- କଣ ପାଇଁ?

ସ୍ୱାମୀ- ମୁଁ ଯେତେବେଳେ ବି ତୁମକୁ ପ୍ରେମ କରେ ମୋତେ ଆମ ପଡୋଶୀ କଥାମନ ପଡେ।

ସ୍ତ୍ରୀ- କିନ୍ତୁ ମୁଁ ପଡୋଶୀ ସହ ପ୍ରେମ କଲେ ବି ତୁମ କଥା ଭାବେ।

ସ୍ୱାମୀ ବେହୋଶ।

୧୧- ଚଉଠି ରାତିର ପର ଦିନ ଝିଅର ସାଙ୍ଗ ପଚାରିଲା (ମଜା ନେବା ପାଇଁ) – କାଲୀ ସବୁ କେମିତି ଥିଲା ?

ଝିଅ- କିଛି ଖାସ ନୁହେଁ

ସାଙ୍ଗ- କିଛି ଖାସ ନୁହଁ ମାନେ ?

କହ ନା…କଣ ହେଲା ?

ଝିଅ- କହିଲି ନା କିଛି ନୁହେଁ

ସାଙ୍ଗ- ପ୍ଳିଜ, ପ୍ଳିଜ କହ ନା କଣ ହେଲା ?

ଝିଅ- ତେବେ ଶୁଣ

ସେ ଆସିଲେ ଓ ରୁମ ର କବାଟ ଦେଇଦେଲେ

ସାଙ୍ଗ- ପୁଣି କଣ ହେଲା ?

ଝିଅ- ପୁଣି ସେ ନିଜର କୋଟ ଖୋଲି ଖୁଣ୍ଟିରେ ଟାଙ୍ଗିଦେଲେ

ସାଙ୍ଗ- ଆରେ ଜଲ୍ଦି କହ ପୁଣି କଣ ହେଲା ?

ଝିଅ- ପୁଣି ସେ ନିଜର ପ୍ୟାଣ୍ଟ ବି ଓଲ୍ହାଇ ଖୁଣ୍ଟିରେ ଟାଙ୍ଗିଲେ

ସାଙ୍ଗ- ଓଃ କହ ନା ପୁଣି କଣ ହେଲା ?

ଝିଅ – ପୁଣି ସେ ନିଜ ସାର୍ଟ ବି ଓଲ୍ହେଇ ଖୁଣ୍ଟିରେ ଟାଙ୍ଗିଲେ

ସାଙ୍ଗ – ଜଲ୍ଦି କହ ପୁଣି କଣ ହେଲା ?

ଝିଅ- ପୁଣି କଣ ହେଲା ନା ଯେମିତି ହିଁ ସେ ନିଜ ବନିୟାନ ଓଲ୍ହେଇ ଖୁଣ୍ଟିରେ ଟାଙ୍ଗିଲେ, ଖୁଣ୍ଟି ଭାଙ୍ଗି ଗଲା ଓ ସେ ସାରା ରାତି ଖୁଣ୍ଟି ହିଁ ପିଟୁ ଥିଲେ

Leave a Reply

Your email address will not be published. Required fields are marked *